Odisha Elections 2024

ଉଦାହରଣ ସାଜିଛନ୍ତି ସୁଲୋଚନା

ଖଇରା,୯।୧୨(ଡି.ଏନ.ଏ.)- ରାତି ନପାହୁଣୁ ଘର କାମ ସାରିଦେଇ ବାହାରିଯାଆନ୍ତି କର୍ମକ୍ଷେତ୍ରକୁ । ପୋଖରୀରେ ମାଛଙ୍କୁ ଖାଦ୍ୟ ଦେଇସାରି ପରିବା ଲଗାଇଥିବା ବାଡିକୁ ଯାଇ ଗଛରେ ପାଣି ଦେବା ସହ ପରିବା ତୋଳି ଥାଆନ୍ତି । ଅନ୍ୟ ଲୋକେ ବଜାରରେ ପରିବା ଓ ମାଛ ଦର ବୃଦ୍ଧିକୁ ନେଇ ଚିନ୍ତାରେ ରହୁ ଥିବାବେଳେ ତାଙ୍କର ଏ ସବୁରେ ବ୍ୟସ୍ତତା ନଥାଏ । ନିଜ ଉପରେ ଭରସା ରଖି ମାଛ ଓ ପରିବା ଚାଷ କରି ଆର୍ଥିକ ସ୍ବାବଲମ୍ବୀ ହୋଇପାରିଥିବା ଏହି ମହିଳା ହେଲେ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗରସଙ୍ଗ ଗ୍ରାମର ସୁଲୋଚନା ରାଉତ ।
୨୦୦୨ରେ ତାଙ୍କର ବିବାହ ଅଜୟ ବେହେରାଙ୍କ ସହ ହୋଇଥିଲା । ୧୦ବର୍ଷ ତଳେ ପରିବାର ଭାଗ ହୋଇଯିବାରୁ ସ୍ବାମୀ ଅଭୟ ଓ ପତ୍ନୀ ସୁଲୋଚନାଙ୍କ ଚିନ୍ତା ବଢିଥିଲା। ୨ଝିଅକୁ ପାଠ ପଢ଼ାଇ ମଣିଷ କରି ଅଣ୍ଟାସଳଖି ଚାଲିବା ଲାଗି ସୁଲୋଚନା ଅଭୟଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ଧାନଚାଷରୁ ବିଶେଷ ଲାଭ ମିଳୁ ନ ଥିବାରୁ ସେ ପ୍ରଥମେ କିଛି ଜମିକୁ ବାଡ଼ ଘେରା କରି ପରିବା ଚାଷ ଆରମ୍ଭ କରିଥିଲେ ା ଏଥିରୁ ଘର ଖର୍ଚ୍ଚ ଚଳିବା ସହ ପିଲାଙ୍କ ପାଠପଢ଼ା ପାଇଁ କଷ୍ଟେମଷ୍ଟେ ଅର୍ଥ ଯୋଗାଡ଼ ହୋଇ ପାରିଥିଲା ା ଏବେ ୨ବର୍ଷ ତଳେ ତାଙ୍କ ପଞ୍ଚାୟତକୁ ୱାଲ୍ଡଫିସ ନାମକ ସଂଗଠନ ମାଛ ଚାଷର ଜ୍ଞାନ କୌଶଳ ବତାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାକୁ ସଚେତନତା ସୃଷ୍ଟି କରିବା ଉଦ୍ୟମ କଲା ବେଳେ ଏହି ମୌକାକୁ ହାତଛଡ଼ା କରି ନ ଥିଲେ ସୁଲୋଚନା ା ନିଜେ ବାଡିରେ ଥିବା ୨ଟି ଦଳଭର୍ତ୍ତି ପୋଖରୀକୁ ସେ ପରିଷ୍କାର କରାଇ ମୌରାଳି ଓ ପହଣା ଚାଷ ଆରମ୍ଭ କରିଥିଲେ। ପ୍ରଥମ ବର୍ଷର ସଫଳତା ତାଙ୍କୁ ଉତ୍ସାହିତ କରିଥିଲା। ବର୍ଷସାରା ଘର ଖାଇବାକୁ ଛାଡି ସେ ୧୮ହଜାର ଟଙ୍କାର ଚୂନା ଓ ବଡ଼ ପହଣା ବିକ୍ରି କରିଥିଲେ ା ଏହି ସମୟ ମଧ୍ୟରେ ଉନ୍ନତ ପ୍ରଣାଳୀର ମାଛ ଚାଷର ସମସ୍ତ କୌଶଳ ଶିଖି ଅଞ୍ଚଳରେ ସେ ଚର୍ଚ୍ଚାକୁ ଆସିବା ସହ ଅନ୍ୟମାନଙ୍କ ଲାଗି ଉଦାହରଣ ପାଲଟିଛନ୍ତି। ଏପରି କି ସୁଲୋଚନା ଅନ୍ୟମାନଙ୍କ ଉପରେ ନିର୍ଭର ନ କରି ନିଜେ ଜାଲ ପକାଇ ମାଛ ଧରିବା କୌଶଳ ଶିଖି ସାରିଛନ୍ତି। ା ଉଭୟ ମାଛ ଓ ପରିବା ଚାଷ ଯୋଗୁ ତାଙ୍କୁ ବର୍ତ୍ତମାନର ମହଙ୍ଗା ବଜାର ଲାଗି ବ୍ୟସ୍ତ ହେବାକୁ ପଡୁନାହିଁ ା ସ୍ଥାନୀୟ ସରପଞ୍ଚ ସସ୍ମିତା ପଟ୍ଟନାୟକ ଓ ତାଙ୍କ ସ୍ବାମୀ ରାଜେନ୍ଦ୍ର ଦାସ ତାଙ୍କୁ ପ୍ରୋତ୍ସାହନ ଦେବା ଏବଂ ୱାଲ୍ଡଫିସ ସଂଗଠନ ଅଧିକାରୀ ଉଚିତ ପରାମର୍ଶ ଦେଇଥିବାରୁ ସୁଲୋଚନା ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି ା ସରକାରଙ୍କ ଠାରୁ ପ୍ରୋତ୍ସାହନ ମିଳିଲେ ସେ ପୋଖରୀକୁ ଆଉ ଟିକିଏ ବଡକରି ଅଧିକ ମାଛ ଚାଷ କରି ପରିବାରର ଆର୍ଥିକ ସ୍ଥିତିକୁ ଅଧିକ ମଜବୁତ କରିପାରନ୍ତେ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ରେମାଲ’ ଭୟ, କୂଳରେ ହାଇଆଲର୍ଟ

ଭୋଗରାଇ, ୨୬।୫(ପ୍ରଦୀପ ଦାସ):ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ରେମାଲ’ ଅଧିକ ଘନୀଭୂତ ଓ ଶକ୍ତିଶାଳୀ ହୋଇ କୂଳ ଆଡକୁ ଘଣ୍ଟାକୁ ୧୭କି.ମି. ବେଗରେ ଉତ୍ତର...

୨୯ରେ ବାରିପଦା, ବାଲେଶ୍ୱର ଆସିବେ ମୋଦି

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ ବାଲେଶ୍ୱର ଅଫିସ,(ମାନସ ବିଶ୍ୱାଳ), ୨୬ା୫: ରାଜ୍ୟର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୟୂରଭଞ୍ଜ ଜିଲା ବାରିପଦା...

ବାତ୍ୟା ଭୟ: ଉପକୂଳରେ ହାଇଆଲର୍ଟ, ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ଭୋଗରାଇ,୨୫ା୫(ପ୍ରଦୀପ ଦାସ): ମଧ୍ୟବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ‘ରେମାଲ’ ନାମକ ସାମୁଦ୍ରିକ ଝଡ଼ ଅଧିକ ଘନୀଭୂତ ଓ ଶକ୍ତିଶାଳୀ ହୋଇ କୂଳଆଡ଼କୁ ଘଣ୍ଟାକୁ ୧୭ କିମି ବେଗରେ...

ଲେଖାଶ୍ରୀଙ୍କୁ ସ୍ମୃତିଙ୍କ ଏହି ୩ ବଡ଼ ପ୍ରଶ୍ନ

ରେମୁଣା,୨୫ା୫: ବାଲେଶ୍ୱର ଜିଲା ରେମୁଣାଠାରେ ଆୟୋଜିତ ଭାଜପାର ଦଳୀୟ ସଭାରେ ବିଜେଡିର ଲୋକ ସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ୩ଟି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି...

ଭୋଗରାଇ ରାଜନୀତିରେ ବଡ଼ ହଲଚଲ, ବିଜେଡି ଛାଡିଲେ ବଡ଼ ନେତା

ବାଲେଶ୍ୱର,୨୪।୫: ରୋଚକ ମୋଡରେ ଭୋଗରାଇ ରାଜନୀତି। ନିର୍ବାଚନକୁ ଆଉ ସପ୍ତାହେ ବାକି ଥିବାବେଳେ ଦଳଡିଆଁ କାର୍ଯ୍ୟକ୍ରମ ଏବେ ବି ଜାରି ରହିଛି। ଏହି କ୍ରମରେ ଶୁକ୍ରବାର...

Featured Video Play Icon

ପ୍ରବଳ ବର୍ଷିବ, ୪ଜିଲାକୁ ଆଲର୍ଟ କଲେ SRC

ଭୁବନେଶ୍ୱର,୨୪।୫: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇ ବାଂଲାଦେଶ ମୁହାଁ ହେଉଛି। ଯାହା ମେ ୨୬ ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ କରିବ ବୋଲି...

ବାତ୍ୟା ‘ରେମଲ’ର ପ୍ରଭାବ: ଆରମ୍ଭ ହେଲାଣି ବର୍ଷା-ପବନ

ଭୁବନେଶ୍ୱର,୨୪।୫: ବାତ୍ୟା ପ୍ରଭାବରେ ଆରମ୍ଭ ହେଲାଣି ବର୍ଷା ,ପବନ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲାରେ। ବାତ୍ୟା ‘ରେମଲ’ ଅବପାତର ରୂପ ନେଲାଣି।...

ରବୀନ୍ଦ୍ରଙ୍କ ଘରେ ରଘୁନାଥ:ବିଜେଡିକୁ ପୁଣି ଫେରିବା ନେଇ ଚର୍ଚ୍ଚା

ଲଙ୍ଗଳେଶ୍ୱର, ୨୪।୫(କମଳାକାନ୍ତ ଦାସ):ବାଲେଶ୍ୱର ଜିଲା ବସ୍ତା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥିନୀ ସୁବାସିନୀ ଜେନାଙ୍କ ଲଙ୍ଗଳେଶ୍ୱରସ୍ଥିତ ବାସଭବନରେ ଗୁରୁବାର ପୂର୍ବାହ୍ନରେ ପୂର୍ବତନ ମନ୍ତ୍ରୀ ରଘୁନାଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri