ଦୁଇ ପିଲାଙ୍କୁ ଛାଡ଼ି ପର ପୁରୁଷ ସହ ମହିଳା ଫେରାର

କଟକ ଅଫିସ,୨୪।୧୧: କଟକ ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପରକୀୟା ପ୍ରୀତିରେ ଅନ୍ଧହୋଇ ମା’ ତା’ର ଦୁଇ ଛୁଆଙ୍କୁ ଛାଡ଼ି ଅନ୍ୟ ପୁରୁଷ ସହ ଫେରାର ହୋଇଯାଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଚାଉଳିଆଗଞ୍ଜ ବ୍ରହ୍ମପୁର ବସ୍ତି ଅଞ୍ଚଳର ନାଳବନ୍ଧରେ ପୁରୀ ଅଞ୍ଚଳର ଜଣେ ମହିଳା ତାଙ୍କର ଦୁଇ ପିଲାଙ୍କୁ ନେଇ ପହଞ୍ଚିଥିଲେ। ଏଠାରେ ଜଣେ ପୁରୁଷ ତାଙ୍କୁ ବିବାହ କରିବାକୁ କହି ପିଲାଙ୍କୁ ଛାଡ଼ି ତାଙ୍କ ସହ ଯିବାକୁ ବାଧ୍ୟ କରିଥିଲେ। ପରେ ଉଭୟ ଏହି ପିଲାଙ୍କୁ ଛାଡ଼ି ସେଠାରୁ ଚାଲି ଯାଇଥିଲେ। ଦୁଇପିଲା କାନ୍ଦି କାନ୍ଦି ମା’ ପଛରେ ଧାଇଁଥିଲେ ମଧ୍ୟ ମା’ ଅନ୍ୟ ପୁରୁଷ ସହ ବାଇକ୍‌ରେ ବସି ଚାଲି ଯାଇଥିଲେ। ଫଳରେ ଦୁଇପିଲା କାନ୍ଦି କାନ୍ଦି ବୁଲୁଥିବାବେଳେ ସ୍ଥାନୀୟ ଅଞ୍ଚଳର ଦୋକାନୀ ଟୁକୁନା ଦାସ ସେମାନଙ୍କୁ ଦେଖିଥିଲେ। କ’ଣ ପାଇଁ କାନ୍ଦୁଛ ବୋଲି ପଚାରିବାରୁ ବଡ଼ ଝିଅ(୭) ଟୁକୁନାଙ୍କୁ ସବୁ କଥା କହିଥିଲେ। ପରେ ଟୁକୁନା ଉଭୟଙ୍କୁ ନେଇ ନିଜ ପାଖରେ ରଖିଥିଲେ। ଶନିବାର ସକାଳେ ଟୁକୁନା ଚାଉଳିଆଗଞ୍ଜ ଥାନାରେ ଜଣାଇବା ପରେ ପୋଲିସ ଦୁଇପିଲାଙ୍କୁ ଥାନାକୁ ଆଣି ଜିଲା ଶିଶୁ ମଙ୍ଗଳ କମିଟିର ଅଧିକାରୀଙ୍କୁ ଜଣାଇଥିଲା। ଚାଇଲ୍ଡ ଲାଇନର ନାରାୟଣ ଶୁକ୍ଳ ଥାନାରେ ପହଞ୍ଚିବା ସହ ପିଲାଦ୍ୱୟଙ୍କୁ ଆଣି ସିଡବ୍ଲ୍ୟୁସିରେ ହାଜର କରାଇଥିଲେ। ପରେ ସେଠାରୁ ସେମାନଙ୍କୁ ବସୁନ୍ଧରା ନିଆଯାଇଛି। ଏହି ପିଲାମାନଙ୍କ ପରିବାର ସହ ଯୋଗାଯୋଗ କରାଯାଉଛି ବୋଲି ଶୁକ୍ଳ କହିଛନ୍ତି। ଅନ୍ୟପକ୍ଷରେ ପାରିବାରିକ କଳହରୁ ଏହି ଦୁଇ ପିଲାଙ୍କ ମାଆ ଓ ବାପା ଅଲଗା ରହୁଥିଲେ। ପରେ ମା’ଙ୍କ ପାଖରେ ପିଲାଦ୍ୱୟ ରହୁଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri