ମୋଗଲ ଅମଳରେ କଳିଙ୍ଗର ନୌବାଣିଜ୍ୟ

ହରିଗୁରୁ ଦାସ
ଯୁଗେଯୁଗେ ଶିଳ୍ପ ଓ ବାଣିଜ୍ୟ ଉତ୍କର୍ଷ ଓ ବିସ୍ତାର ନିମନ୍ତେ ପରସ୍ପର ଉପରେ ନିର୍ଭରଶୀଳ। ଶିଳ୍ପ ଉତ୍କୃଷ୍ଟ ଓ ପ୍ରଚୁର ନ ହେଲେ ବାଣିଜ୍ୟ ଅସମ୍ଭବ। ଅତୀତରେ ରାଜ୍ୟବାସୀଙ୍କ ଅଭାବ ପୂରଣ କରି କଳିଙ୍ଗ ଶିଳ୍ପବାଣିଜ୍ୟର ଉତ୍କର୍ଷ ଓ ବହୁଳତା ଯୋଗୁ ଦେଶବିଦେଶରେ ଆଦୃତ ଥିଲା। କଳିଙ୍ଗର ବାଣିଜ୍ୟ ଉଭୟ ଜଳ ଓ ସ୍ଥଳରେ ମହାଭାରତ ଯୁଗରୁ ପ୍ରସିଦ୍ଧିଲାଭ କରିଥିବାର ପ୍ରମାଣ ମିଳେ। ଏଥିରୁ କଳିଙ୍ଗବାସୀଙ୍କ ବୁଦ୍ଧି, ବୃତ୍ତି, କୌଶଳ ଓ ରୁଚି କେତେ ଉନ୍ନତ ଜାଣିହୋଇଥାଏ। କଳିଙ୍ଗ ବଣିକମାନେ ବହିର୍ବାଣିଜ୍ୟ ଉଦ୍ଦେଶ୍ୟରେ ସାଗର ବକ୍ଷରେ ବଡ଼ ବଡ଼ ବୋଇତ ଭସାଇ ସାଗର ପରପାରିରେ ଉପନିବେଶ ବା ବସତି ସ୍ଥାପନ କରିଥିଲେ। କଳିଙ୍ଗର ବାଣିଜ୍ୟ ତରୀ ସୁଦୂର ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗର ଅତିକ୍ରମ କରି ଚାଇନା, ଜାପାନ, ଆରବ, ଆଫ୍ରିକା ଏବଂ ମାଡାସ୍କର ପ୍ରଭୃତି ଦେଶ ଓ ଦ୍ୱୀପଗୁଡ଼ିକରେ ଉତ୍କଳୀୟ ପଣ୍ୟଗୁଡ଼ିକର ବିପଣି ସର୍ଜନା କରୁଥିଲା। ଏହି ବାଣିଜ୍ୟ ପ୍ରଭାବରେ କଳିଙ୍ଗର ରାଜାମାନେ ଦୂର ଦ୍ୱୀପଦେଶ ସହ ଅନ୍ତର୍ଜାତୀୟ ରାଷ୍ଟ୍ରୀୟ ସୁସମ୍ପର୍କ ରଖିପାରିଥିଲେ।
ଚାଇନା ପରିବ୍ରାଜକ ହୁଏନ୍‌ସାଂଙ୍କ ମତରେ କଳିଙ୍ଗର ବନ୍ଦରଗୁଡ଼ିକରେ ବହୁ ଦୂର ବିଦେଶରୁ ବାଣିଜ୍ୟ ପୋତମାନ ଆସି ଆଶ୍ରୟ ନେଉଥିଲେ ଏବଂ ମାଲ୍‌ ଖଲାସ, ବୋଝେଇ କରୁଥିଲେ। ବହୁସଂଖ୍ୟକ ବିଦେଶୀ ବୋଇତ ମଧ୍ୟ ଉକ୍ତ ବନ୍ଦରଗୁଡ଼ିକରେ ଅବସ୍ଥାନ କରୁଥିଲେ ଏବଂ ନାନା ମୂଲ୍ୟବାନ ଓ ଦୁଷ୍ପ୍ରାପ୍ୟ ବାଣିଜ୍ୟ କାରବାର ସେ ବନ୍ଦରରେ ହେଉଥିଲା। ସେ ସମୟର ରାଜ୍ୟବାସୀ ବଡ଼ ସରଳ, ସତ୍ୟବାଦୀ ଓ ସୁରୁଚିସମ୍ପନ୍ନ ଥିଲେ। ଅଧିକ ବିଳାସବ୍ୟସନ ଓ ଆଡ଼ମ୍ବର ସେ ସମୟରେ ସମାଜରେ ପଶି ନ ଥିଲା। ଶିକ୍ଷା ସାଧାରଣ ଥିଲା। ସମଗ୍ର ଭାରତବର୍ଷରେ କଳିଙ୍ଗବାସୀଙ୍କ ଦୁଃସାହସିକ ନୌବାଣିଜ୍ୟ ଯାତ୍ରା ଭାରତ ଇତିହାସରେ ଗୌରବାବହ ଥିଲା। ସମଗ୍ର ବଙ୍ଗୋପସାଗର, ଆରବସାଗର ଓ ଭାରତ ମହାସାଗରରେ କଳିଙ୍ଗ ପୋତ ଚାଳ
ଏହି ବାଣିଜ୍ୟ ବ୍ୟବସାୟ ଗଜପତିଙ୍କ ଉତ୍କଳରେ ଯେଭଳି ନିରାପଦରେ ଚାଲୁଥିଲା, ମୋଗଲ ରାଜତ୍ୱ ବେଳକୁ ଅବଶ୍ୟ ସେପରି ନ ଥିଲା। ବାରମ୍ବାର ଆକ୍ରମଣ, ଲୁଣ୍ଠନ ଏବଂ ମୋଗଲ କର୍ମଚାରୀ ଓ ଶାସନକର୍ତ୍ତାମାନଙ୍କର ଯଥେଚ୍ଛ ଅତ୍ୟାଚାରରେ ଶିଳ୍ପବାଣିଜ୍ୟରେ ବହୁ ବାଧା ପଡ଼ିଥିଲା। ଏହା ସତ୍ତ୍ୱେ ମୋଗଲ ରାଜତ୍ୱରେ କଳିଙ୍ଗର ସାମୁଦ୍ରିକ ବାଣିଜ୍ୟ ଉନ୍ନତିର ଚରମ ସୋପାନରେ ପହଞ୍ଚିଥିଲା। କଳିଙ୍ଗର ବଣିକମାନେ ବଙ୍ଗୋପସାଗର ପାର ହୋଇ ଦୂର ଦ୍ୱୀପଦେଶକୁ ଯାଉଥିଲେ। ଏଥିମଧ୍ୟରେ ୟୁରୋପୀୟ ବଣିକମାନଙ୍କ ପ୍ରତିଯୋଗିତା ସାଙ୍ଗକୁ ପର୍ତ୍ତୁଗୀଜ୍‌ ଓ ଆରାକାନ୍‌ବାସୀଙ୍କ ଜଳଦସ୍ୟୁ ବୃତ୍ତି କଳିଙ୍ଗ ବଣିକମାନଙ୍କର ସାମୁଦ୍ରିକ ବାଣିଜ୍ୟରେ ବହୁ ବାଧା ଦେଉଥିଲା। ବନ୍ଦରଗୁଡ଼ିକ ମଧ୍ୟରେ ତମଲୁକ୍‌ ପୂର୍ବ ବାଣିଜ୍ୟ ସମ୍ଭାର ସବୁ ହରାଇଥିଲା। ମାତ୍ର ହିଜିଲି, ପିପିଲି, ବାଲେଶ୍ୱର, ଧାମରା, କନିକା, ହରିଶ୍‌ପୁର, ଜଟାଧାର, ବୋଇତରାକୁଦ, ଜମ୍ବୁ, ପୁରୀ, ଚିଲିକା ପ୍ରଭୃତି ବନ୍ଦରଗୁଡ଼ିକ ସାମୁଦ୍ରିକ ବାଣିଜ୍ୟର ପ୍ରଧାନ ସ୍ଥାନ ଥିଲା। ସାହାବୁଦ୍ଦିନ ତାଲିସ୍‌ଙ୍କ ମତରେ, ୧୬୬୫ ଖ୍ରୀ:ଅ:ରେ ତମଲୁକ୍‌ରେ ଦାସ ବ୍ୟବସାୟ ଚାଲୁଥିଲା। ଆକବରଙ୍କ ରାଜତ୍ୱ କାଳରୁ ଶାୟସ୍ତ ଖଁାଙ୍କ ବଙ୍ଗ ସୁବାଦାରି ପର୍ଯ୍ୟନ୍ତ ଆରାକାନ୍‌ବାସୀ ଓ ଇଂରେଜ ଜଳଦସ୍ୟୁମାନେ ବଙ୍ଗ ଆକ୍ରମଣ କରି ଲୋକଙ୍କୁ ଧରିନେଉଥିଲେ ଏବଂ ବାଲେଶ୍ୱର, ତମଲୁକ୍‌ ପ୍ରଭୃତି ବନ୍ଦରରେ ଦାସରୂପେ ବିକ୍ରି କରୁଥିଲେ। ୧୭୨୪ରେ ଭାଲେଣ୍ଟାଇନ୍‌ ନାମକ ଜଣେ ପର୍ଯ୍ୟଟକ ତମଲୁକ୍‌, ବାଲେଶ୍ୱର ଓ ହିଜିଲି ବନ୍ଦରର ବାଣିଜ୍ୟ ବିଭବର ସାକ୍ଷ୍ୟ ଦେଇଥିଲେ। ଚାଉଳ, ଗହମ ଓ ଅନ୍ୟାନ୍ୟ ଜିନିଷ ଉକ୍ତ ବନ୍ଦରମାନଙ୍କରୁ ବିଶେଷ ପରିମାଣରେ ରପ୍ତାନି ହେଉଥିଲା। ୧୮୮୬ରେ ରାଲଫ୍‌ ଚିଫ୍‌ ସାକ୍ଷ୍ୟ ଦେଇଥିଲେ ଯେ ହିଜିଲି ବନ୍ଦର ସହିତ ଇଣ୍ଡିଆ ନେଗାପଟମ୍‌, ସୁମାତ୍ରା, ମଲକସ୍‌ ପ୍ରଭୃତିର ବାଣିଜି୍ୟକ ସମ୍ବନ୍ଧ ଥିଲା। ବାଣିଜ୍ୟ ତରୀ ଦ୍ୱାରା ହିଜିଲିରୁ ଚାଉଳ, ଲୁଗା, ପାଟ, ପଶମବସ୍ତ୍ର, ଚିନି, ଲଙ୍କା, ମାଖନ ଇତ୍ୟାଦି ଉକ୍ତ ଦେଶଗୁଡ଼ିକୁ ରପ୍ତାନି ହେଉଥିଲା। ବାଲେଶ୍ୱର ବନ୍ଦର ଜାହାଜ ନିର୍ମାଣର କେନ୍ଦ୍ର ଥିଲା। ସୁଜା ଓ ଶାୟସ୍ତ ଖଁାଙ୍କ ଶାସନ କାଳରେ ବାଲେଶ୍ୱରରେ ଜାହାଜ ନିର୍ମାଣର ତତ୍ତ୍ୱ ବୁଝିବା ନିମନ୍ତେ ଜଣେ ଦାରୋଗା ନିଯୁକ୍ତ ଥିଲେ। ପ୍ରାଚ୍ୟ ସମୁଦ୍ରରେ ଶାନ୍ତିରକ୍ଷା ନିମନ୍ତେ ମୋଗଲ ସମ୍ରାଟ୍‌ଙ୍କର ଯୁଦ୍ଧଜାହାଜମାନ ସେହି ବନ୍ଦରରେ ତିଆରି ହେଉଥିଲା। ଜଳଦସ୍ୟୁମାନଙ୍କୁ ଦମନ କରିବା ଏବଂ ଚିଟାଗଙ୍ଗ ଜୟ କରିବା ନିମନ୍ତେ ବଙ୍ଗ ସୁବାଦାର ଶାୟସ୍ତ ଖଁା ବାଲେଶ୍ୱର ବନ୍ଦରରେ ବହୁ ଯୁଦ୍ଧଜାହାଜ ତିଆରି କରାଇଥିଲେ। ସେଥିନିମନ୍ତେ ହରିଶ୍‌ପୁର ପ୍ରଭୃତି ଦକ୍ଷିଣାଞ୍ଚଳ ବନ୍ଦରମାନଙ୍କୁ ‘କଳାପତି’ ଓ ନାଜରା (ଜାହାଜ ମିସ୍ତ୍ରି ଓ କମାର) ପ୍ରଭୃତିଙ୍କୁ ନେଇ ବାଲେଶ୍ୱରରେ ରୁଣ୍ଡ କରାଇଥିଲେ। ବାଲେଶ୍ୱର ଓ ଓଡ଼ିଶାର ଅନ୍ୟାନ୍ୟ ବନ୍ଦରଗୁଡ଼ିକରେ ଜାହାଜ ନିର୍ମାଣ ଏକ ସାଧାରଣ ଜୀବିକା ଥିଲା।
କଟକରେ ଗୋଟିଏ ମୁଦ୍ରାଶାଳ ପ୍ରଥମରୁ ହିଁ ଥିଲା। ପରେ ହରିହରପୁରଠାରେ ଆଉ ଗୋଟିଏ ମୁଦ୍ରାଶାଳ ସ୍ଥାପିତ ହୋଇଥିଲା। ଏହି ମୁଦ୍ରାଶାଳରେ ମୋଗଲ ସମ୍ରାଟ୍‌ଙ୍କ ସାମ୍ରାଜ୍ୟ ମଧ୍ୟରେ ପ୍ରଚଳିତ ଟଙ୍କା ଆଦି ନିର୍ମିତ ହେଉଥିଲା। ଏହିପରି ଶିଳ୍ପବାଣିଜ୍ୟର ସମୃଦ୍ଧିରେ ଦେଶବାସୀଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ସ୍ବଚ୍ଛଳ ଥିଲା। ଏତେ ଆକ୍ରମଣ, ଅତ୍ୟାଚାର ସତ୍ତ୍ୱେ ସେମାନେ ବର୍ତ୍ତମାନ ପରି ସବୁ ଥାଇ ବି ଦାରିଦ୍ର୍ୟ ଦୁଃଖ ଭୋଗ କରୁ ନ ଥିଲେ।
Email: harigurudas123@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri