ରାତି ପାହିଲେ ବାଲିଯାତ୍ରା: ରିକ୍ସାଚାଳକଙ୍କୁ ମିଳିଲା ପରିଚୟପତ୍ର

କଟକ ଅଫିସ, ୧୧।୧୧ : ଆସନ୍ତା ୧୨ରେ ଐତିହାସିକ କଟକ ବାଲିଯାତ୍ରା। ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋର୍‌ଦାର୍‌ ପ୍ରସ୍ତୁତି କରାଯାଉଛି। ବାଲିଯାତ୍ରା ପଡ଼ିଆରେ ଷ୍ଟଲ ନିର୍ମାଣ କାମ ଜାରି ରହିଥିବାବେଳେ କେତେଜଣ ବ୍ୟବସାୟୀ ଦୋଳ ପ୍ରସ୍ତୁତିରେ ଲାଗି ପଡିଛନ୍ତି। ସେହିପରି ଅନ୍ୟସ୍ଥାନରେ ମଧ୍ୟ ବ୍ୟବସାୟୀମାନେ ପ୍ରସ୍ତୁତି ଜାରି ରଖିଛନ୍ତି। ଚଳିତବର୍ଷ ବାଲିଯାତ୍ରାରେ ପାଖାପାଖି ୧୫୦୦ ଷ୍ଟଲ୍‌ ବିକ୍ରି କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଥିଲା। ଏଥିରେ ୨୦୦ରୁ ଊର୍ଦ୍ଧ୍ୱ ଷ୍ଟଲ୍‌ରେ ବ୍ୟବସାୟ କରିବ ଓରମାସ୍‌। ଚଳିତବର୍ଷ ବାଲିଯାତ୍ରାକୁ ପ୍ରଦୂଷଣମୁକ୍ତ କରିବା ପାଇଁ ପ୍ରଶାସନ ରିକ୍ସା ବ୍ୟବହାର କରିବା ପାଇଁ ଅଣ୍ଟା ଭିଡ଼ିଛି। ଏ ନେଇ ପ୍ରଶାସନ ରବିବାର ରେଡ୍‌କ୍ରସ୍‌ ସୋସାଇଟି ସହଯୋଗରେ ୫୦୦ରୁ ଊର୍ଦ୍ଧ୍ୱ ରିକ୍ସାଚାଳକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ବ୍ଲଡ୍‌ ଗ୍ରୁପ ଅନୁଯାୟୀ ପରିଚୟପତ୍ର ପ୍ରଦାନ କରିଥିଲା। ଏଥିସହ ସମସ୍ତ ରିକ୍ସାଚାଳକଙ୍କୁ ଡ୍ରେସ୍‌ ପ୍ରଦାନ ଏବଂ ବ୍ୟବହାରକୁ ନେଇ ଏକ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଶ୍ରୀକାନ୍ତ ତରେଇ, ରେଡ୍‌କ୍ରସ୍‌ ସୋସାଇଟିର ଅଧିକାରୀ ଏବଂ ରିକ୍ସା ଆସୋସିଏଶନର ସମ୍ପାଦକଙ୍କ ସହ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଏହାକୁ ଉପଜିଲାପାଳ ଶୁଭ୍ରାଂଶୁ ମିଶ୍ର ସଂଯୋଜନା କରିଥିଲେ। ଅନ୍ୟପକ୍ଷରେ ବାଲିଯାତ୍ରା ସମୟରେ ରିକ୍ସାରେ ପରିଭ୍ରମଣ ନିମନ୍ତେ ସୋମବାର ସନ୍ଧ୍ୟା ସୁଦ୍ଧା ଦର ନିର୍ଦ୍ଧାରଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବାଲିଯାତ୍ରାରେ ପରିମଳ ଓ ବାସିଖାଦ୍ୟ ବିକ୍ରି ନ ହେବା ଉପରେ ପ୍ରଶାସନ ସହ କଟକ ମହାନଗର ନିଗମ (ସିଏମ୍‌ସି) ଗୁରୁତ୍ୱ ଦେଇଛି। ଏ ନେଇ ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି, ବାଲିଯାତ୍ରାକୁ ପଲିଥିନମୁକ୍ତ କରାଯିବ। ବାସିଖାଦ୍ୟ ବିକ୍ରି ଉପରେ ରୋକ୍‌ ଲଗାଇବା ପାଇଁ ୬ ଜଣ ଫୁଡ୍‌ ସେଫ୍ଟି ଅଫିସରଙ୍କୁ ନିୟୋଜିତ କରାଯିବ। ସୋମବାର ସନ୍ଧ୍ୟାରେ ବାଲିଯାତ୍ରା ପଡ଼ିଆରେ ସମସ୍ତ ବ୍ୟବସାୟୀଙ୍କୁ ନେଇ ଏକ ବୈଠକ କରାଯିବ। ଏଥିରେ ନୂତନ ଖାଦ୍ୟ ସୁରକ୍ଷା ଆଇନ, ପଲିଥିନ ବର୍ଜନ ଉପରେ ବ୍ୟବସାୟୀଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି।

ବାଲିଯାତ୍ରାରେ ବିକ୍ରି ହେବ ଟେରାକୋଟା ସାମଗ୍ରୀ
ବାଲିଯାତ୍ରାରେ ବିକ୍ରି ହେବ କଲିକତାରୁ ଆସିଥିବା ଟେରାକୋଟା ସାମଗ୍ରୀ। ଏଥିପାଇଁ ବାଲିଯାତ୍ରାରେ ପଡ଼ିଥିବା ଟେରାକୋଟା ସାମଗ୍ରୀରେ ବ୍ୟବସାୟୀମାନେ ରଙ୍ଗ ଦେଉଥିବା ଦେଖିବାକୁ ମିଳିଛି। ଏ ନେଇ ଟେରାକୋଟା ବ୍ୟବସାୟୀ ଚିରୋଦିପ ଦେ କହିଛନ୍ତି, ବାଲିଯାତ୍ରାକୁ ଆମେ ୧୦ ବର୍ଷ ହେଲା ଆସୁଛୁ। ଟେରାକୋଟା ଫୁଲଦାନି, ହାତୀ, କଳସ ଏବଂ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ନିର୍ମାଣ କରାଯାଇ ବିକ୍ରି କରାଯାଉଛି। ଏହାର ମୂଲ୍ୟ ୩୦ ଟଙ୍କାରୁ ଆରମ୍ଭ କରି ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ବାଲିଯାତ୍ରାରେ ଆକର୍ଷଣ ସାଜିବେ ଷ୍ଟାର : ନିମନ୍ତ୍ରଣ ପତ୍ରରେ ସିଏମ୍‌ସି କମିଶନରଙ୍କ ନାଁ ନାହିଁ

ଐତିହାସିକ ବାଲିଯାତ୍ରାରେ ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ବହୁ ତାରକା ଆସିବା କାର୍ଯ୍ୟକ୍ରମ ରହିଛି। ପ୍ରଥମ ଦିନରୁ ହିଁ ରକ୍‌ଷ୍ଟାର, ସଜ୍ଞୀତଜ୍ଞମାନଙ୍କର ଝଲକ ଦେଖିବାକୁ ମିଳିବ ବାଲିଯାତ୍ରା ପଡ଼ିଆରେ। ଉଦ୍‌ଘାଟନୀ ଦିବସ ଅର୍ଥାତ୍‌ ଆସନ୍ତା ୧୨ରେ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି ନିଜ କଣ୍ଠରେ ଲୋକଙ୍କୁ ବିମୋହିତ କରିବେ। ଏଥିସହିତ ଦଲେର ମେହେନ୍ଦି, ସୋନା ମହାପାତ୍ର, କେକେ, ଇରା ମହାନ୍ତି, ହ୍ୟୁମାନ ସାଗର, ଗୁଡ୍‌ଲି ରଥ, ଅସୀମା ପଣ୍ଡା ପ୍ରମୁଖ କଳାକାର ଆସିବାର କାର୍ଯ୍ୟକ୍ରମ ରହିଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବାଲିଯାତ୍ରା ଉତ୍ସବକୁ ଉଦ୍‌ଘାଟନ କରିବେ। ଏଥିରେ ବିଶିଷ୍ଟ ଅତିଥି ଭାବେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ସିଦ୍ଧାର୍ଥୋ ରେଜା, ସମ୍ମାନିତ ଅତିଥି ଭାବେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଆଇନ ମନ୍ତ୍ରୀ ପ୍ରତାପ ଜେନା, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଏମ୍‌ପି ଭର୍ତ୍ତୃହରି ମହତାବ, ଅନୁଭବ ମହାନ୍ତି, ରାଜଶ୍ରୀ ମଲ୍ଲିକ, ରାଜ୍ୟ ସଭା ସଦସ୍ୟ ନରେନ୍ଦ୍ର କୁମାର ସ୍ବାଇଁଙ୍କ ସମେତ ବହୁ ବିଧାୟକ ଯୋଗଦେବେ। ପ୍ରଶାସନ ସମେତ କଟକ ମହାନଗର ନିଗମ(ସିଏମ୍‌ସି) ଏହି ବାଲିଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥାଏ। ବାଲିଯାତ୍ରା ପଡ଼ିଆ ସମେତ ଆଖପାଖ ରାସ୍ତାଘାଟ ଏବଂ ଅଞ୍ଚଳର ସଫେଇ, ବାଲିଯାତ୍ରାରେ ଯେପରି ବାସି ଖାଦ୍ୟ ବିକ୍ରି କରା ନ ଯାଏ ସେ ଦିଗରେ ଦୃଷ୍ଟି ଦିଆଯିବା କାର୍ଯ୍ୟ ସିଏମ୍‌ସି ଉପରେ ନ୍ୟସ୍ତ ଥାଏ। କିନ୍ତୁ ବାଲିଯାତ୍ରାରେ ପ୍ରସ୍ତୁତ ହୋଇଥିବା ନିମନ୍ତ୍ରଣପତ୍ରରେ ଚଳିତବର୍ଷ ସିଏମ୍‌ସି କମିଶନର ଅନନ୍ୟା ଦାସଙ୍କ ନଁା ନ ଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri