ଫାର୍ମ ହାଉସରୁ ଚୋରି: ୧୨ ଗିରଫ; ଗ୍ୟାସ ସିଲିଣ୍ଡର, ଲାପ୍‌ଟପ, ପାଣିପମ୍ପ ଜବତ

ବାରଙ୍ଗ,୧୦।୧୧(ଡି.ଏନ୍‌.ଏ.): ଚନ୍ଦକା ଥାନା ଅନ୍ତର୍ଗତ ଏସ୍‌ଓଜି ନିକଟ ଏକ ଫାର୍ମ ହାଉସରୁ ଚୋରି ଅଭିଯୋଗରେ ପୋଲିସ ୧୨ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ପୋଲିସ ସେମାନଙ୍କଠାରୁ ମୋବାଇଲ ଫୋନ, ଘଣ୍ଟା, ଲାପ୍‌ଟପ, ୯ ଗ୍ୟାସ ସିଲିଣ୍ଡର ଓ ପାଣିପମ୍ପ ଆଦି ଚୋରି ସାମଗ୍ରୀ ଜବତ କରିଛି। ଏ ସମ୍ପର୍କରେ ପୋଲିସ ଏକ ମାମଲା ନଂ.୧୮୯/୧୯ ରୁଜୁକରି ତଦନ୍ତ ଚଳାଇଛି। ସୂଚନା ମୁତାବକ, ଏସ୍‌ଓ ନିକଟରେ ବିଜୟ ମହାନ୍ତି ନାମକ ବ୍ୟକ୍ତିଙ୍କ ଏକ ଫାର୍ମହାଉସ ରହିଛି। ଏହି ଫାର୍ମହାଉସରୁ ଗତ ଦୁଇଦିନ ତଳେ ଚୋରି ହୋଇଥିବାର ଚନ୍ଦକା ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ ଥାନାଧିକାରୀ ଦେବେନ୍ଦ୍ର ବିଶ୍ୱାଳ ଘଟଣାର ତଦନ୍ତ ଚଳାଇଥିତ୍ବାବେଳେ ସ୍ଥାନୀୟ ଗ୍ରାମର କେତେଜଣ ଯୁବକ ମିଶି ଚୋରି କରିଥିବାର ଜାଣିବାକୁ ପାଇଥିଲେ। ଶୁକ୍ରବାର କୌଶଳକ୍ରମେ ଦାରୁଠେଙ୍ଗ ପାଟଣା ସାହିର ଶିବ ସାହୁ ଏଥିରେ ସମ୍ପୃକ୍ତ ଥିବା ଜଣାପଡ଼ିଥିବାବେଳେ ସଂଘବଦ୍ଧ ହୋଇ ଏହି ଚୋରି କରିଥିବା ସେ ମାନିଥିଲେ। ଶିବ ମାଧ୍ୟମରେ ଅନ୍ୟ ୬ଜଣ ଦାରୁଠେଙ୍ଗ ନୂଆ ସାହିର ବିଶ୍ୱନାଥ ଦେଉରୀ, ଜେଠୀ ସାହିର ଚନ୍ଦନ ମହାପାତ୍ର ଓ ପିଙ୍କୁ ବେହେରା, ସିମିଳିପାଟଣା ଗ୍ରାମର ବଚନ ନାୟକ ଓ ଆରତ ଜେନା ଏବଂ ଭୁଆଶୁଣି ଗ୍ରାମର ଧୀରେନ୍ଦ୍ର ଦେଉରୀଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଏହାପରେ ସେମାନେ ଚୋରି ସାମଗ୍ରୀକୁ ଅନ୍ୟ ୫ଜଣଙ୍କୁ ବିକ୍ରି କରିଥିବା ପୋଲିସକୁ କହିଥିଲେ। ରାତିରେ ଚଢ଼ାଉ କରି ଚୋରି ସାମଗ୍ରୀ ରଖିବା ଜେଠି ସାହିର ଚନ୍ଦ୍ରଶେଖର ମାଝି, ପାଟଣା ସାହିର ରମେଶ ସାହୁ, ଭୁଆଶୁଣୀର ଜିତେନ୍ଦ୍ର ପାଟଶାଣୀ, ମହାକାଳପଡ଼ା ଥାନା ଅନ୍ତର୍ଗତ ଜାମ୍ବୁ ଗ୍ରାମର କମଳ ଦାସ ଓ ଆସ୍କା ଥାନା ଅଧୀନ ଭେଟଣୀ ଗ୍ରାମର ଅନିରୁଦ୍ଧ ନାୟକଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

ରୋଚକ ମୋଡ଼ରେ ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ଲଢ଼ିବେ ସ୍ତ୍ରୀ ଜାଗୃତି

ଭୁବନେଶ୍ୱର,୭।୫: ନିର୍ବାଚନ ମଇଦାନରେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ସ୍ତ୍ରୀ। ପିପିଲି ବିଧାନସଭା ଆସନରେ କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ...

କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ, ନେଲେ ବଡ଼ ନିଷ୍ପତ୍ତି

ନୀଳଗିରି,୭।୫: କଂଗ୍ରେସ ଛାଡିଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ନିର୍ବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ...

ନିଟ୍‌ ପରୀକ୍ଷାରେ ଜାଲିଆତି ଘଟଣା: ୩ ଅଭିଯୁକ୍ତ ଗିରଫ

ଭଦ୍ରକ,୭।୫: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରେ ଜାଲିଆତି ଘଟଣାରେ ମଙ୍ଗଳବାର ୩ ଜଣ ଗିରଫ ହୋଇଛନ୍ତି। ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ପରୀକ୍ଷା ଦେଉଥିଲେ...

ପାଗରେ ବଡ଼ ପରିବର୍ତ୍ତନ: କୋରାପୁଟରେ ୨୧୬.୫ମିମି ବର୍ଷା ରେକର୍ଡ

କୋରାପୁଟ,୭।୫(ଅମିତାଭ ବେହେରା): କାଳବୈଶାଖୀ ପ୍ରଭାବରେ ପାଗରେ ବଡ଼ ପରିବର୍ତ୍ତନ ଘଟିଛି। ମଙ୍ଗଳବାର କୋରାପୁଟ ଜିଲାରେ ୨୧୬.୫ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଜିଲାର ସେମିଳିଗୁଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri