ସଂଶୋଧିତ ହୋଲ୍ଡିଂ ଟିକସ ଆଦାୟ କରିବ ବିଏମ୍‌ସି

ଭୁବନେଶ୍ୱର, ୩।୧୧(ବ୍ୟୁରୋ)

ବହୁ ବାଦ ବିବାଦ ପରେ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ସଂଶୋଧିତ ହୋଲ୍ଡିଂ ଟିକସ ବା ସମ୍ପତ୍ତି ଟିକସ ଲାଗୁ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି। ବିଏମ୍‌ସି ଅଞ୍ଚଳରେ ଜମି କିମ୍ବା ଘର କିଣିଥିବା ଲୋକମାନଙ୍କୁ ବର୍ଦ୍ଧିତ ଆକାର ଟିକସ ଦେବାକୁ ହେବ। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଜସ୍ବ ବିଭାଗ ଦ୍ୱାରା ନୂତନ ଭାବେ ଧାର୍ଯ୍ୟ କରାଯାଇଥିବା ଜମିର ବେଞ୍ଚମାର୍କ ମୂଲ୍ୟ ଅନୁଯାୟୀ ଟିକସ ଲାଗୁ କରାଯିବ। ଏଥିପାଇଁ ଜମି ମୂଲ୍ୟର ୦.୫% ଓ ସେହି ଜମି ଉପରେ ନିର୍ମାଣ ହୋଇଥିବା କୋଠାର ବାର୍ଷିକ ମୂଲ୍ୟକୁ ହିସାବ କରି ଟିକସ ନିର୍ଦ୍ଧାରଣ କରାଯାଇଛି। ଏଥିସହିତ ଘର କିଣୁଥିବା ବ୍ୟକ୍ତିମାନଙ୍କୁ ଘର ମୂଲ୍ୟକୁ ହିସାବକୁ ନେଇ ହୋଲ୍ଡିଂ ଟିକସ ଦେବାକୁ ପଡ଼ିବ। ଯଦି କୌଣସି ବ୍ୟକ୍ତି ନିଜ ଜମି ଉପରେ ନୂଆ କରି ଘର ନିର୍ମାଣ କରିଥିବେ ତେବେ ତାଙ୍କୁ ପୂର୍ତ୍ତ ବିଭାଗର କୋଠାଘର ନିର୍ମାଣ ଖର୍ଚ୍ଚ ନିର୍ଦ୍ଧାରଣ ଅନୁଯାୟୀ ଟିକସ ଦେବାକୁ ପଡ଼ିବ।
ବିଏମ୍‌ସି ଆଡିଶନାଲ କମିଶନର ସୁରଥଚନ୍ଦ୍ର ମଲ୍ଲିକ କହିଛନ୍ତି ଯେ, ନୂଆ ହୋଲ୍ଡିଂ ଟିକସକୁ ବିଭିନ୍ନ ରାଜନୈତିକ ଦଳ ଓ ନାଗରିକ ଅନୁଷ୍ଠାନ ବିରୋଧ କରୁଛନ୍ତି। ସେମାନେ ବିଏମ୍‌ସିକୁ ଦେଇଥିବା ଦାବିପତ୍ରକୁ ଆମେ ସାଧାରଣ ପ୍ରଶାସନ ବିଭାଗକୁ ପଠାଇଛୁ। ଏନେଇ ଆଲୋଚନା କରାଯିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ସମାଜବାଦୀ ପାର୍ଟି, ସିପିଆଇ, ସିପିଆଇ ଏମ୍‌ଏଲ ଓ ଫରଓ୍ବାର୍ଡ ବ୍ଲକ୍‌ ସହ ଭୁବନେଶ୍ୱର ନାଗରିକ ମହାସଂଘ ନୂଆ ହୋଲ୍ଡିଂ ଟିକସକୁ ବିରୋଧ କରିବା ସହ ପୌର ନିର୍ବାଚନ ନ ହେବା ଯାଏ ସ୍ଥଗିତ ରଖିବାକୁ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଭାଜପାର ୨ ବରିଷ୍ଠ ନେତା, ୯ରେ ଆସିବେ ଗଡ଼କରୀ

ଭୁବନେଶ୍ୱର, ୭।୫: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଭାଜପାର ୨ ବରିଷ୍ଠ ନେତା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଗସ୍ତରେ ଆସି ରାଜନାଥ ସିଂ ଭବାନୀପାଟଣା,...

ଓଡ଼ିଶାରେ ପ୍ରଚାର କରିବେ ଡ୍ରିମ୍‌ଗର୍ଲ

ଭୁବନେଶ୍ୱର,୭।୫: ଭାଜପାର ଷ୍ଟାର ପ୍ରଚାରକ ତାଲିକାରେ ଡ୍ରିମ୍‌ଗର୍ଲ ତଥା ମଥୁରା ଭାଜପା ଏମ୍‌ପି ପ୍ରାର୍ଥୀ ହେମାମାଳିନୀ ସାମିଲ ହୋଇଛନ୍ତି। ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ...

ଭୁବନେଶ୍ୱରରେ ରୋଡ ଶୋ’ କରିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’୧୦ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ ଶୋ’ କରିବେ । ସା ୬ଟାରୁ ଏହି ରୋଡ ଶୋ’ ଆରମ୍ଭ ହେବ ବୋଲି...

ଟ୍ବିନ୍‌ ସିଟିରେ ମେଘୁଆ ପାଗ ସହ ହାଲୁକା ବର୍ଷା, ୬ ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି

ଭୁବନେଶ୍ୱର, ୭।୫: ରାଜ୍ୟରେ ଆଶ୍ୱସ୍ତି ଆଣିଛି କାଳବୈଶାଖୀ ବର୍ଷା। ଆଜି ସକାଳେ ଟ୍ବିନ୍‌ ସିଟିରେ ଆକାଶ ମେଘୁଆ ରହିବା ସହ ହାଲୁକା ବର୍ଷା ହୋଇଛି। ରାଜ୍ୟରେ...

ଅଧଘଣ୍ଟାରେ ଅଧା ରାଜଧାନୀ ପ୍ରଭାବିତ

ଭୁବନେଶ୍ୱର, ୭।୫ (ବନ୍ଦନା ସେଠୀ):ରାଜଧାନୀ ଭୁବନେଶ୍ୱରରେ ସୋମବାର କାଳବୈଶାଖୀ ତାଣ୍ଡବ ରଚିଛି। ଅଧଘଣ୍ଟାର ଝଡ଼ତୋଫାନ ସହ ବର୍ଷାରେ ଅଧା ରାଜଧାନୀ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ...

ଭାଜପା ବିରୋଧରେ ପ୍ରଚାର କରିବେ ଉଜ୍ଜଳା ଦିଦି

ଭୁବନେଶ୍ୱର,୭।୫(ଅନୁରାଧା ମହାରଣା):ରାଜ୍ୟର ଉଜ୍ଜଳା ଦିଦିମାନେ ବିଭିନ୍ନ ଦାବି ନେଇ ସୋମବାର ମାଷ୍ଟର କ୍ୟାଣ୍ଟିନ ଛକରେ ଧାରଣା ଦେଇଥିଲେ। ସେମାନଙ୍କ ଦୀର୍ଘଦିନର ଦାବିକୁ କେନ୍ଦ୍ର ସରକାର ଅଣଦେଖା...

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ:୧୫ରେ ଯାଞ୍ଚ, ଜୁନ୍‌ ୧ରେ ଭୋଟ

ଭୁବନେଶ୍ୱର,୭।୫(ଅନିଲ ଦାସ):ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ହେବାକୁ ଥିବା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତ୍‌ସିଂହପୁର ଲୋକ ସଭା ଏବଂ ୪୨...

୪୮ ପ୍ରାର୍ଥୀଙ୍କ ନାମରେ ଜଘନ୍ୟ ଆପରାଧିକ ମାମଲା

ଭୁବନେଶ୍ୱର,୭ା୫(ଅନିଲଦାସ):ରାଜ୍ୟରେ ଆସନ୍ତା ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ମୋଟ ୨୪୩ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri