ଏସ୍‌ସିବି ମେଡିକାଲ: ମୃତଦେହକୁ ନେଇ ସନ୍ଦେହ

କଟକ ଅଫିସ, ୨୭ା୧୦: ଏସ୍‌ସିବି ମେଡିକାଲରେ ମୃତ୍ୟୁ ଘଟୁଥିବା ଅସହାୟ ଓ ଅପରିଚିତ ରୋଗୀଙ୍କୁ ନେଇ ପୁଣି ବିବାଦ ଉପୁଜିଛି। ଦୁଇଟି ଆରଟିଆଇ ତଥ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସାମାଜିକ କର୍ମୀ ଅଚ୍ୟୁତ କୁମାର ସାହୁ ୨୦୧୮ ଅକ୍ଟୋବର ଓ ୨୦୧୯ ଜୁଲାଇରେ ଏସ୍‌ସିବି ମେଡିକାଲରେ ଦୁଇଟି ପର୍ଯ୍ୟାୟରେ ମୃତ୍ୟୁ ଘଟିଥିବା ଅସହାୟ ଓ ଅପରିଚିତ ରୋଗୀଙ୍କ ମୃତଦେହ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ୨୦୧୮ ଅକ୍ଟୋବରରେ ଆଦେବନକାରୀ ସାହୁ ୨୦୧୩ ଜାନୁୟାରୀ ପହିଲାରୁ ୨୦୧୫ ମଧ୍ୟରେ ତଥ୍ୟ ମାଗିବାରୁ ମେଡିକାଲ ପକ୍ଷରୁ କୁହାଯାଇଥିଲା ଯେ, ଏହି ସମୟ ମଧ୍ୟରେ ଏସ୍‌ସିବି ମେଡିକାଲରେ ୭୦ ଅପରିଚିତଙ୍କ ମୃତଦେହ ପୋତାଯାଇଛି। ମୃତଦେହକୁ ମେଡିକାଲ କଲେଜର ଆନାଟୋମି ବିଭାଗକୁ ଦିଆଯାଇଥିଲା। ସେଠାରେ ମେଡିକାଲ ଛାତ୍ରୀଛାତ୍ର ପାଠ ପଢିସାରିବା ପରେ ମୃତଦେହଗୁଡ଼ିକୁ ଗଭୀର ଗାତ ଖୋଳି ପୋତି ଦିଆଯାଇଛି। ତେବେ ଗୋଟିଏ ବି ମୃତଦେହ କୌଣସି ଘରୋଇ ମେଡିକାଲ କଲେଜକୁ ଦିଆଯାଇ ନ ଥିବା ଏହି ତଥ୍ୟରେ ମେଡିକାଲ ପକ୍ଷରୁ ଦର୍ଶାଯାଇଛି।

ଗତ ଜୁଲାଇରେ ସାହୁ ପୁନର୍ବାର ୨୦୧୬ରୁ ୨୦୧୮ ମଧ୍ୟରେ ଏହି ତଥ୍ୟ ମାଗିବାରୁ ମେଡିକାଲ ପକ୍ଷରୁ କୁହାଯାଇଛି ଯେ, ଏହି ସମୟ ମଧ୍ୟରେ ୫୪ଟି ମୃତଦେହ ମେଡିକାଲକୁ ମିଳିଥିଲା। ସେଥିରୁ ୨୦ଟି ମୃତଦେହ ଦାନ ଆକାରରେ ମିଳିଥିବାବେଳେ ବାକି ମୃତଦେହର କେହି ଦାବିଦାର ନ ଥିଲେ। ତେଣୁ ଏହି ସବୁ ମୃତଦେହକୁ ପୋଡି ଦିଆଯାଇଛି। ଏଥିରୁ ସ୍ପଷ୍ଟ ଯେ, ପୂର୍ବରୁ ପୋତା ଯାଉଥିବାବେଳେ ପରେ ପୋଡା ଯାଉଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମେଡିକାଲର କେଉଁ ସ୍ଥାନରେ ମୃତଦେହକୁ ପୋତାଯାଇଛି ପଚରାଯିବାରୁ ମେଡିକାଲ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଯାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ସାମାଜିକ କର୍ମୀ ସାହୁ କହିଛନ୍ତି।
ଏସ୍‌ସିବି ମେଡିକାଲରେ ଅସହାୟ ରୋଗୀମାନଙ୍କୁ ମଣିଷ ଭଳି ବ୍ୟବହାର କରାଯାଉନାହିଁ। ଏଠାରେ ସେମାନଙ୍କ କ୍ଷେତ୍ରରେ ପ୍ରତି ମୁହୂର୍ତ୍ତରେ ମାନବାଧିକାର ଉଲ୍ଲଂଘନ କରାଯାଉଛି। ଏ ସମ୍ପର୍କରେ ସାହୁ ପୂର୍ବରୁ ଓଡ଼ିଶା ମାନବାଧିକାର କମିଶନ(ଓଏଚ୍‌ଆର୍‌ସି) ଓ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ୨୦୧୮ ଜୁଲାଇ ୨୫ରେ ତତ୍କାଳୀନ ଓଏଚ୍‌ଆର୍‌ସି ଅଧ୍ୟକ୍ଷ ଜଷ୍ଟିସ ବୀରକିଶୋର ମିଶ୍ର ଏସ୍‌ସିବି ମେଡିକାଲକୁ ଆସି ଅସହାୟଙ୍କ ଦୁର୍ଦ୍ଦଶା ଦେଖିଥିଲେ। ତୁରନ୍ତ ସେମାନଙ୍କ ନିମନ୍ତେ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସମେତ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଇତିମଧ୍ୟରେ ଦେଢ଼ବର୍ଷ ବିତିଥିଲେ ମଧ୍ୟ ଏ କ୍ଷେତ୍ରରେ କୌଣସି ସମାଧାନ କରାଯାଇନାହିଁ। ଏ ସମ୍ପର୍କରେ ଏସ୍‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସିବିକେ ମହାନ୍ତି କୁହନ୍ତି, ପୋଲିସକୁ ମୃତଦେହ ହସ୍ତାନ୍ତର କରାଯାଇଥାଏ। ଅନେକ ମୃତଦେହକୁ ହରିଶ୍ଚନ୍ଦ୍ର ଯୋଜନାରେ ସଂସ୍କାର କରାଯାଉଛି। ସେହିପରି କେତେକ ମୃତଦେହକୁ ଆନାଟୋମି ବିଭାଗକୁ ପିଲାଙ୍କ ପାଠ ପଢ଼ିବା ପାଇଁ ହସ୍ତାନ୍ତର କରାଯାଉଛି। ସୂଚନାଥାଉ କି, ଅତୀତରେ ଏସ୍‌ସିବି ମେଡିକାଲରେ ମୃତଦେହରୁ ଆଖି ଗାଏବ ହେବା ଓ କଙ୍କାଳ ଚାଲାଣ ହେଉଥିବା ନେଇ ବିବାଦ ଉପୁଜିଥିଲା। ତେଣୁ ଏ କ୍ଷେତ୍ରରେ ଏକ ର଼୍ୟାକେଟ ମେଡିକାଲରେ କାର୍ଯ୍ୟ କରୁଥିବା ସାମାଜିକ କର୍ମୀ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri