ବ୍ରହ୍ମପୁର ଅଫିସ,୨୩ା୯-ଜମି କରାଇଦେବାକୁ କହି ଟଙ୍କା ଠକେଇ ହୋଇଥିବା ନେଇ ଏସ୍ଡ଼ିଜେଏମ କୋର୍ଟରେ ଖଲି ଦାସ ଆବେଦନ କରିଥିଲେ। କୋର୍ଟ ପକ୍ଷରୁ ନଂ.୨୨୭/୧୯ରେ ଏକ ୱାନ ସିସି ମାମଲା ରୁଜୁ ହୋଇଥିଲା। ଏହାର ଶୁଣାଣି କରି ଏସ୍ଡ଼ିଜେଏମ୍ ସରୋଜିନୀ ସାହୁ ୬ ଜଣଙ୍କୁ ଆସନ୍ତା ୪ ତାରିଖରେ କୋର୍ଟରେ ହାଜର ପାଇଁ ନୋଟିସ ଜାରି କରିଛନ୍ତି। ସେମାନେ ହେଲେ ହଳଦିଆପଦରର ଶାନ୍ତିଲତା ମହାରଣା, ନର୍ମଦା ମହାରଣା, ସୁକାନ୍ତି ମହାରଣା, ଗୋଷାଣୀନୂଆଗଁାର ପୁଷ୍ପାଞ୍ଜଳି ମହାରଣା, ମନମୋହନ ମହାରଣା ଓ ଲଳିତ ମୋହନ ମଙ୍ଗରାଜ ବୋଲି କୋର୍ଟ ସୂତ୍ରରୁ ଜଣାପଡ଼ିିଛି।
ପ୍ରକାଶ ଯେ, ୨୦୧୩ ରେ ହଳଦିଆପଦର ମୌଜାରେ ଶାନ୍ତିଲତା ପାଣିଗ୍ରାହୀ, ନର୍ମଦା ମହାରଣା ଓ ସୁକାନ୍ତି ମହାରଣାଙ୍କ ନାମରେ ଥିବା ୩୯.୬ ଡେସିମିଲ ଜାଗା ପାଇଁ ସେମାନେ ଖଲିଙ୍କଠାରୁ ଟଙ୍କା ନେଇଥିଲେ। ଏପରିକି ରେଜିଷ୍ଟ୍ରିର ସେଲ ଡ଼ିଡ଼ ନମ୍ବର ୧୦୬୧୧୩୦୫୪୧୯୧ ରେ ଉକ୍ତ ଜମିକୁ ଖଲି କିଣିଥିଲେ। ହେଲେ ଉକ୍ତ ଜମିର ପଟ୍ଟା ପାଇଁ ଖଲି ଦାସ କନିଷି ତହସିଲରେ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ପଟ୍ଟା ମିଳି ନ ଥିଲା। ଉକ୍ତ ଜମିର ପଟ୍ଟା କରାଇଦେବା ସହ ଉକ୍ତ ଜମି ନିକଟରେ ଥିବା ଅନ୍ୟ ଏକ ଜମି କରାଇଦେବି ବୋଲି ଲଳିତ ମୋହନ ମଙ୍ଗରାଜ କହି ଖଲିଙ୍କଠାରୁ ୨୦ ଲକ୍ଷ ଟଙ୍କା ନେଇଥିଲେ। ହେଲେ ସେ କିଣିଥିବା ଜମିର ପଟ୍ଟା ନ ହେବାରୁ ଖଲି ଲଳିତ ମଙ୍ଗରାଜଙ୍କୁ ଦେଇଥିବା ଟଙ୍କା ଫେରାଇ ଦେବାକୁ କହିଥିଲେ। ଲଳିତ ୧୨ ଲକ୍ଷ ଟଙ୍କା ଖଲିଙ୍କୁ ଫେରାଇଥିବା ବେଳେ ବଳକା ୮ ଲକ୍ଷ ଟଙ୍କା ଫେରାଇ ନ ଥିଲେ। ଅନ୍ୟପଟେ ଖଲି କ୍ରୟ କରିଥିବା ୩୯.୬ ଡେସିମିଲ ଜାଗାର ନକଲି କାଗଜପତ୍ର କରି ହଡପ କରିଥିବା ଖଲି ଜାଣିବାକୁ ପାଇଥିଲେ। ଶେଷରେ ସେ ଏସ୍ଡ଼ିଜେଏମ କୋର୍ଟରେ ନ୍ୟାୟ ପାଇବା ପାଇଁ ଆଶ୍ରୟ ନେଇଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ View All
ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…
ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...
ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ
ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...
MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ
ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...
ଭଞ୍ଜନଗର ଏନ୍ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ
ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍ଏସି ମାନ୍ୟତା ମିଳିଛି। ଆଜି...
ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ
ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...
ଲିକ୍ ହୋଇ ଫାଟିଲା ରନ୍ଧନ ଗ୍ୟାସ୍ ସିଲିଣ୍ଡର, ଘରେ ଥିଲେ…
କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...
ଦିଗପହଣ୍ଡିରେ ‘ଆସ ସ୍କୁଲ ଯିବା’ ସଚେତନତା ସଭା ଅନୁଷ୍ଠିତ
ଦିଗପହଣ୍ଡି,୨୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ‘ଆସ ସ୍କୁଲ ଯିବା’ ସଚେତନତା ସଭା ସୋମବାର...
ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ
ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...
Archives


