କଟକ ପରେ ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ

ମାଲକାନଗିରି,୧୮ା୫(ଦୁର୍ଯ୍ୟୋଧନ ପାତ୍ର): ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ ଜଣେ ରୋଗୀଙ୍କ ଜୀବନ। ବର୍ତ୍ତମାନ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ମେଡିକାଲ ପରିସର। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୁସୁମପୁଟ ଗାଁରେ।

ମିଳିଥିବା ସୂଚନା ମୁତାବକ, ମାଲକାନଗିରି ଜିଲା କୁସୁମପୁଟ ଗାଁର ବସନ୍ତ ଖିଲ ଆମ୍ୱ ତୋଳିବା ପାଇଁ ଗଛ ଉପରେ ଚଢି ଥିଲେ। ହେଲେ କୌଣସି କାରଣକୁ ନେଇ ସେ ତଳେ ପଡ଼ି ଯାଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଏକ ବାଇକ୍‌ ଯୋଗେ ଡାକ୍ତରଖାନା ଆଣୁଥିଲେ। ହେଲେ ଅଧା ବାଟରେ ବାଇକ୍‌ରୁ ପେଟ୍ରୋଲ ସରିଯାଇଥିଲା। ନିକଟରେ ପେଟ୍ରୋଲ କିଣିବା ପାଇ ସମ୍ପର୍କିୟ ଖୋଜାଖୋଜି କରିଥିଲେ ମଧ୍ୟ ପେଟ୍ରୋଲ ମିଳି ନ ଥିଲା। କୌଣସି ଉପାୟ ନ ପାଇ ସେମାନେ ଅଧା ରାସ୍ତାରେ ଆମ୍ୱଲାନ୍ସକୁ ଫୋନ କରିଥିଲେ।

ପୋନ କଲ୍‌ ପାଇବାର କିଛି ସମୟ ପରେ ଆମ୍ୱୁଲାନ୍ସ ପହଞ୍ଚି ଗୁରୁତର ଅବସ୍ଥାରେ ବସନ୍ତଙ୍କୁ ମାଥିଲି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଅତି ସଙ୍କଟାପନ୍ନ ଥବାରୁ ମାଥିଲି ଡାକ୍ତର ତାଙ୍କୁ ସେଠାରୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ହେଲେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପକ୍ଷେ ବାଟରେ ବାଇକ୍‌ର ପେଟ୍ରୋଲ ସରି ଯିବାରୁ ବସନ୍ତଙ୍କୁ ହସ୍ପିଟାଲ ପହଞ୍ଚାଇବାରେ ବହୁ ବିଳମ୍ୱ ହୋଇଥିଲା। ପେଟ୍ରୋଲ ଥିଲେ ହୁଏତ ତାଙ୍କୁ ତୁରନ୍ତ ହସ୍ପିଟାଲ ପହଞ୍ଚାଇ ଥିଲେ ସେ କାଳେ ବଞ୍ଚିଯାଇଥାନ୍ତା ବୋଲି ପରିବାର ଲୋକେ କହିଛନ୍ତି। ପେଟ୍ରୋଲ ନ ମିଳିବାରୁ ବସନ୍ତଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଗୁରୁତର ଅଭିଯୋଗ କରିଛନ୍ତି।

ସେହିପରି ମାଲକାନଗିରି ଜିଲାରେ ଡିଜେଲ ଅଭାବ ଯୋଗୁ ଜେନେରେଟର ଚାଲି ନ ପାରି ଏକ ଫାର୍ମରେ ୫ ହଜାର ୩ ଶହ କୁକୁଡ଼ାଙ୍କ ମୃତ୍ୟୁ ଘଟିଥିବା ଘଟଣା ସାମ୍ନାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ନା ଫର୍ମ? କାହିଁକି ସଂନ୍ୟାସ ନେବାକୁ ଚାହୁଁନାହାନ୍ତି ରୋହିତ, ଶାମି-ଭୁବନେଶ୍ୱର; ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଦାବି!

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍‌ର ଅଭିଜ୍ଞ ଖେଳାଳି ରୋହିତ ଶର୍ମା, ମହମ୍ମଦ ଶାମି ଓ ଭୁବନେଶ୍ୱର କୁମାରଙ୍କ କ୍ୟାରିୟର ଶେଷ ହେବାକୁ ଯାଉଛି ଏବଂ ଚୟନକର୍ତ୍ତାମାନେ ସେମାନଙ୍କଠାରୁ ଆଗକୁ…

ଭ୍ୟାନ୍‌ରେ ଆସି ପୋଷା କୁକୁରକୁ ଲୁହାଛଡ଼ରେ ଆକ୍ରମଣ କରି ଚୋରି ଘଟଣାର ପର୍ଦ୍ଦାଫାଶ: ସିସିଟିଭି ଫୁଟେଜ୍‌ରୁ…

ଦିଗପହଣ୍ଡି,୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଗଡ଼ ଚୈତନ୍ୟପୁର ଶାସନ ସାହିସ୍ଥିତ ନୀଳମାଧବ ମିଶ୍ରଙ୍କ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମରାମତି ଦୋକାନରୁ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାଶ…

ICCର ବଡ଼ ଘୋଷଣା; ଭାରତରେ ହେବ ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫି! ଏହି ୨ ସହରରେ ଖେଳାଯିବ ମ୍ୟାଚ୍

ନୂଆଦିଲ୍ଲୀ,୨।୯: ମହିଳା କ୍ରିକେଟ୍‌କୁ ନେଇ ICC ବଡ଼ ଘୋଷଣା କରିଛି । ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରିବ ଭାରତ । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ…

ସୁନା ଦେଇ ଟଙ୍କା ନେଲେ, ମୂଳଧନ ଫେରାଇ ମାଗିବାରୁ ମିଳିଲାନି ଅଳଙ୍କାର: ୭୧ ବର୍ଷୀୟ ବୃଦ୍ଧଙ୍କ ଅଭିଯୋଗ ପରେ…

ପାରଳାଖେମୁଣ୍ଡି,୨ା୯(ଗିରିଧାରୀ ପରିଛା): ସୁନା ଅଳଙ୍କାର ବନ୍ଧକ ରଖି ୫ ଲକ୍ଷ ଟଙ୍କା ଋଣ ନେବା ପରେ, ସୁଧ ଓ ମୂଳଧନ ଟଙ୍କା ଫେରସ୍ତ କରିବାରୁ ଅଳଙ୍କାର ଫେରାଇବାକୁ…

କୋର୍ଟଙ୍କ ଜାମିନବିହୀନ ୱାରେଣ୍ଟ ପରେ ଆକ୍ସନ: ଅଭିଯୁକ୍ତ ବଳିଆଙ୍କୁ…

ଦିଗପହଣ୍ଡି,୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ ରାମଚନ୍ଦ୍ରପୁର ଗ୍ରାମର ଜଣେ ୱାରେଣ୍ଟି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟପୁର ଥାନା ପୋଲିସ।…

ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକା ପତ୍ନୀଙ୍କ ସହ ସମ୍ପର୍କ…

ଥିରୁଭାନନ୍ତପୁରମ,୨।୯: ନାବାଳିକାଙ୍କ ସୁରକ୍ଷା ମାମଲାରେ କେରଳ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆଇନ ଓ ଶିଶୁଙ୍କ ସୁରକ୍ଷାଠାରୁ କୌଣସି ଧାର୍ମିକ…

ସାଇକେଲରେ ସାର ବସ୍ତା ଲଦି ରାସ୍ତା ପାର ହେଉଥିଲେ, ଧକ୍କା ଦେଲା କାର୍‌; ଚାଲିଗଲା ଚାଷୀଙ୍କ…

ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥର ମଳାଭଞ୍ଜା ବ୍ରିଜ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। କାର୍ (ନଂ.…

ଜୀବନରେ ଥରେ ସରପଞ୍ଚ ପଦବୀ ପାଇଁ ଲଢ଼ିବି: ଜିଲା ସରପଞ୍ଚ ମହାସଂଘର ଚତୁର୍ଥ ବାର୍ଷିକ ସମ୍ମିଳନୀରେ ବିଧାୟକ…

ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସରପଞ୍ଚ ମହାସଂଘର ଚତୁର୍ଥ ଜିଲା ସମ୍ମିଳନୀ ବୁଧବାର ଦିଗପହଣ୍ଡି ସ୍ଥିତ ଷୋହଳ ଖଣ୍ଡ ଗୋପାଳ ସମାଜ ଗୃହ ପରିସରରେ ଆଡ଼ମ୍ବରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri