Posted inଖେଳ

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଆଗାମୀ ଟି୨୦ ବିଶ୍ୱକପ୍‌କୁ ୩ ସପ୍ତାହରୁ କମ୍‌ ସମୟ ଥିବାରୁ ଏହି ସିରିଜ୍‌ ଉଭୟ ଦଳ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ।

ଉଭୟ ଦଳ ଏହି ସିରିଜ୍‌ ମାଧ୍ୟମରେ ଟି୨୦ ବିଶ୍ୱକପ୍‌ ଲାଗି ଶେଷ ପ୍ରସ୍ତୁତି କରିବେ। ଗତଥର ୨୦୨୪ ଟି୨୦ ବିଶ୍ୱକପ୍‌ ଜିତିବା ପରଠାରୁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳର ରେକର୍ଡ ଖୁବ୍‌ ଭଲ ରହିଛି। ଦଳ ୭୨ ପ୍ରତିଶତରୁ ଊର୍ଦ୍ଧ୍ୱ ମ୍ୟାଚ୍‌ ଜିତିଛି। ଭାରତୀୟ ଟି୨୦ ଦଳ ଗତ ଦୁଇବର୍ଷ ମଧ୍ୟରେ କିଛି ହାତଗଣତି ମ୍ୟାଚ୍‌ ଛାଡ଼ି ଦେଲେ ପ୍ରାୟତଃ ମ୍ୟାଚ୍‌ ଜିତିଛି। ଟି୨୦ ଫର୍ମାଟ୍‌ରେ ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭାରତୀୟ ଦଳ ଭିନ୍ନ ଖେଳ ପ୍ରଦର୍ଶନ କରିଛି। ତାଙ୍କ ନେତୃତ୍ୱରେ ଦଳ ୨୫ରୁ ୧୮ ମ୍ୟାଚ୍‌ ଜିତିଛି। ଏଥିରେ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଓ ପ୍ରତିପକ୍ଷ ଦଳର ଇନିଂସ୍‌ର ମିଡଲ ଓଭରରେ ବରୁଣ ଚକ୍ରବର୍ତ୍ତୀଙ୍କ ବୋଲିଂ ପ୍ରଦର୍ଶନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ନ୍ୟୁଜିଲାଣ୍ଡ ଗତ ଏକବର୍ଷ ମଧ୍ୟରେ ଭାରତରେ ଟେଷ୍ଟ ସିରିଜ୍‌ କ୍ଲିନ୍‌ ସୁଇପ୍‌ ଓ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‌ ବିଜୟ ସମେତ ଅନେକ କିଛି ପ୍ରଥମଥର ପାଇଁ ହାସଲ କରିଛି। ୨୦୨୪ ଟି୨୦ ବିଶ୍ୱକପ୍‌ ପରଠାରୁ ନ୍ୟୁଜିଲାଣ୍ଡ ୨୧ରୁ ୧୩ ଟି୨୦ ମ୍ୟାଚ୍‌ ଜିତିଛି। ଡେଭନ କନ୍‌ଓ୍ବେ, ଡାରିଲ ମିଚେଲ, ଗ୍ଲେନ ଫିଲିପ୍ସଙ୍କ ଭଳି ବ୍ୟାଟର ଫର୍ମରେ ଥିବା ବେଳେ ଅଧିନାୟକ ମିଚେଲ ସାଣ୍ଟନର ଓ ବିଶ୍ୱର ନଂ.୧ ଟି୨୦ ପେସର ଜାକବ ଡଫିଙ୍କ ଉପସ୍ଥିତି ନ୍ୟୁଜିଲାଣ୍ଡ ଦଳକୁ ଅଧିକ ଶକ୍ତିଶାଳୀ କରିଛି।

ହେଲା ଫର୍ମ ସହ ସଂଘର୍ଷ କରୁଥିବା ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଲାଗି ଫର୍ମରେ ସୁଧାର ଆଣିବା ପାଇଁ ଏହି ସିରିଜ୍‌ ଶେଷ ସୁଯୋଗ ହେବ। ଗତ ବର୍ଷ ସେ ୧୯ ମ୍ୟାଚ୍‌ରେ ଏକ ଅର୍ଦ୍ଧଶତକ ସହ ୧୨୩ ଷ୍ଟ୍ରାଇକ୍‌ ରେଟ୍‌ରେ ମାତ୍ର ୨୧୮ ରନ୍‌ କରିଥିଲେ। ତିଲକ ବର୍ମାଙ୍କୁ ନଂ.୩ ପୋଜିଶନରେ ଛାଡ଼ିବା ପାଇଁ ସୂର୍ଯ୍ୟ ନଂ.୪ ପୋଜିଶନରେ ଖେଳିବା ପରଠାରୁ ତାଙ୍କ ପ୍ରଦର୍ଶନ ନିମ୍ନଗାମୀ ହୋଇଛି।

ଶ୍ରେୟସ କିମ୍ବା ଇଶାନ
ଇଞ୍ଜୁରି କାରଣରୁ ଦଳରୁ ବାଦ୍‌ ପଡ଼ିଥିବା ତିଲକ ବର୍ମାଙ୍କ ସ୍ଥାନରେ ଶ୍ରେୟସ ଆୟାରଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିବା ବେଳେ ଦୀର୍ଘଦିନର ବ୍ୟବଧାନରେ ଉଇକେଟ୍‌କିପର ବ୍ୟାଟର ଇଶାନ କିଶନ ଟି୨୦ ଦଳକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଚୂଡ଼ାନ୍ତ ଏକାଦଶରେ ଖେଳିବାକୁ ସୁଯୋଗ ଦିଆଯିବ। ନଂ.୪ ପୋଜିଶନରେ ଖେଳିବା ପାଇଁ ଶ୍ରେୟସ ଥିବାରୁ ସୂର୍ଯ୍ୟ ନଂ.୩କୁ ଫେରିପାରନ୍ତି। ତେବେ ତିଲକଙ୍କ ଭଳି ଇଶାନ ମଧ୍ୟ ଜଣେ ବାମହାତୀ ବ୍ୟାଟର। ସେ ଗତ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି୨୦ ଟୁର୍ନାମେଣ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ତାଙ୍କ ଭଳି ଖେଳାଳି ନଂ.୩ ପୋଜିଶନ ପରେ ଅଧିକ ପ୍ରଭାବୀ ହେବେନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ଜୀବନ ବଞ୍ଚାଇବାକୁ ଏମିତି ଅପିଲ କଲେ ମହିଳା ପ୍ରଶଂସକ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମହିଳା ସୁରକ୍ଷା ଭାଙ୍ଗୁଥିବା ଏବଂ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପାଖକୁ...

ଆପଣଙ୍କ ଏଭଳି ଅବହେଳା ପାଇଁ ଚୋରି ହୋଇଯାଇପାରେ ବାଇକ୍‌, ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ…

ନୂଆଦିଲ୍ଲୀ,୨୧।୧: ଆଜିକାଲି ସମୟରେ ବାଇକ ପ୍ରାୟ ପ୍ରତ୍ୟେକ ଘରର ଦୈନନ୍ଦିନ ଜୀବନର ଅଂଶ ହୋଇଯାଇଛି। ବାଇକ ଦ୍ୱାରା ଘରୁ ବାହାରକୁ ଯିବାଠାରୁ ଆରମ୍ଭ କରି ଅନେକ...

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ...

କେତେ ପୂରୁଣା ହେବା ପରେ କିଣିବା ଦରକାର ନୂଆ ଫୋନ? ଜାଣନ୍ତୁ ନିୟମ

ଏକ ନୂତନ ଫୋନ କିଣିବା କ୍ରମଶଃ ମହଙ୍ଗା ହୋଇଗଲାଣି। ତେଣୁ, ଲୋକମାନେ ପୁରୁଣା ଫୋନ ବ୍ୟବହାର କରିବାରେ ଲାଗିପଡ଼ିଛନ୍ତି। କିଛି ଲୋକ ଫ୍ଲାଗସିପ ଫୋନ ବ୍ୟବହାର...

ପୂର୍ବତନ ଜାପାନୀ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ, ୨୦୨୨ ରେ ବେକରେ ଲାଗିଥିଲା ଗୁଳି

ଟୋକିଓ,୨୧।୧: ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ବୁଧବାର ଜାପାନର ଏକ କୋର୍ଟ ଆବେଙ୍କ ହତ୍ୟା ମାମଲାର...

କାହିଁକି ହେଉନାହିଁ IPL 2026 କାର୍ଯ୍ୟସୂଚୀ ଘୋଷଣା? ବିଳମ୍ବର କାରଣ କ’ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ପାଇଁ ଆପାତକାଳୀନ ତାରିଖ ଘୋଷଣା ସତ୍ତ୍ୱେ, ବିସିସିଆଇ ଏପର୍ଯ୍ୟନ୍ତ ମ୍ୟାଚ ସୂଚୀ ଘୋଷଣା କରିନାହିଁ। ବୋର୍ଡ କହିଛି...

ରେଳଯାତ୍ରୀଙ୍କ ପାଇଁ ଖୁସିଖବର: ଷ୍ଟେଶନରେ ମିଳୁଛି ଶସ୍ତା ରୁମ୍‌; ଅନଲାଇନ୍‌ରେ ବୁକ୍‌ କରିବାର ପୂରା ପ୍ରକ୍ରିୟା ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ପ୍ରତିଦିନ ସାରା ଭାରତରେ ୨ କୋଟିରୁ ଅଧିକ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତୁ। ଯାତ୍ରୀମାନଙ୍କର ସୁବିଧା ପାଇଁ ରେଳ ଷ୍ଟେଶନରେ ରୁମ୍‌ ଯୋଗାଇ ଦିଆଯାଏ।...

୨୦୩୦ ପର୍ଯ୍ୟନ୍ତ କୌଣସି ଲାଇଭ୍ ଶୋ’ କରିବେନି ଜାକିର ଖାନ; ଏଥିପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୧।୧: ଦେଶର ଲୋକପ୍ରିୟ ଷ୍ଟାଣ୍ଡ-ଅପ୍ କମେଡିଆନ୍ ଜାକିର ଖାନ ନିଜ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ବ୍ୟକ୍ତିଗତ କାରଣ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri