ଏକର ପିଛା ୩୦ କୋଟି ଦିଅ: ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଦାବି ରଖିଲେ ଗ୍ରାମବାସୀ

ପାଟଣା,୨୨/୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ହାଇସ୍କୁଲ ପଡିଆରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଗ୍ରାମସଭା ଗ୍ରାମରେ ଅନୁଷ୍ଠିତ ହୋଇଛି। ଆୟୋଜିତ ଗ୍ରାମସଭା ସ୍ଥାନୀୟ ସରପଞ୍ଚ ହେମଲତା ନାଏକଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲା ପାଳ ରବୀନ୍ଦ୍ର କୁମାର ପ୍ରଧାନ, ସ୍ଥାନୀୟ ସମିତି ସଭ୍ୟ ମନୋଜ କୁମାର ମହାନ୍ତ, ପାଟଣା ତହସିଲଦାର ଅଶିନୀ କୁମାର ନାଏକ, ପାଟଣା ବିଡ଼ିଓ ମାନସ କୁମାର ଦଣ୍ଡପାଟ, ଇଡକୋ ଜମି ଅଧିଗ୍ରହଣ ଅଧିକାରୀ କୃଷ୍ଣ କିଶୋର ପାତ୍ର, ୨ୱାର୍ଡ ମେମ୍ବର ପ୍ରମୁଖ ଯୋଗ ଦେଇ ଥିଲେ।

ସମ୍ଭାବ୍ୟ ଗଣ୍ଡଗୋଳକୁ ଆଖି ଆଗରେ ରଖି ସଭା ସ୍ଥଳର ବିଭିନ୍ନ ପ୍ରବେଶ ପଥ ରେ ଅନେକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ଆଇନ ଶୃଙ୍ଖଳା ପାଇଁ ଖୋଦ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ନିତିନ କୁଶଲ କର ଦାଗୁଡୁ, ୨ ଅତିରିକ୍ତ ଏସପି, ୪ ଡିଏସପି ଓ ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

ଏଥିରେ ୬ଜଣ ଗ୍ରାମବାସୀ ନିଜ ନଜର ଦାବି ଉପସ୍ଥାପନ କରି ଏକର ପିଛା ୩୦କୋଟି ସହ ଅନ୍ୟାନ୍ୟ ୪୩ଟି ଦାବି ଉପସ୍ଥାପନ କରାଇଥିଲେ। ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଗାଁର ୧୩ ଏକର ୧୭୦ ଡିସିମିଲ ଜମି ଅଧିଗ୍ରହଣ ପ୍ରସ୍ତାବ ଉପରେ ଗ୍ରାମସଭାରେ ଲୋକଙ୍କଠାରୁ ମତାମତ ଗ୍ରହଣକରାଯାଇଛି।

ପାଟଣା ବ୍ଲକରେ ଜେଏସଡବ୍ଲୁ ଏବଂ ପୋସ୍କୋ କମ୍ପାନୀର ମିଳିତ ସହଯୋଗରେ ୪୦ ହଜାର କୋଟି ଟଙ୍କା ନିବେଶରେ ବାର୍ଷିକ ୫ ନିୟୁତ ଟନ କ୍ଷମତା ବିଶିଷ୍ଟ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ । ଏଥିପାଇଁ ପାଟଣା ବ୍ଲକ ଚେମଣା ପଞ୍ଚାୟତର ୮ଟି ଗ୍ରାମ ଏବଂ ଜମୁନାପଶି ପଞ୍ଚାୟତର ୪ଟି ଗ୍ରାମ, ଏପରି ସମୁଦାୟ ୧୨ଟି ଗ୍ରାମରେ ୨ ହଜାର ୪ଶହ ୬୬ ଏକର ଜମି ଅଧିଗ୍ରହଣ କରାଯିବ ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

EPFରେ ବଡ଼ ପରିବର୍ତ୍ତନ; ୫୧ ଲକ୍ଷରୁ ଅଧିକ କର୍ମଚାରୀ ହେବେ ଉପକୃତ, ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ…

ନୂଆଦିଲ୍ଲୀ,୧୬ା୯: କର୍ମଚାରୀଙ୍କ ସାମାଜିକ ସୁରକ୍ଷାକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । EPF ଓ EPS କଭରେଜ୍‌ ପାଇଁ ଲାଗୁଥିବା…

ସହରର ମୁଖ୍ୟ ରାସ୍ତାରେ ଗଦାହୋଇଛି ବାଲି, ଦୁର୍ଘଟଣାକୁ ଆମନ୍ତ୍ରଣ କରି…

ଗଞ୍ଜାମ,୧୬ା୯(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥଠାରୁ ଗଞ୍ଜାମ ସହରକୁ ସଂଯୋଗ ମୁଖ୍ୟ ରାସ୍ତାରେ ଅଧିକାଂଶ ସମୟରେ ଘର ନିର୍ମାଣ କାର୍ଯ୍ୟ ପାଇଁ ବାଲି ଶୁଖା ଯାଉଥିବା…

ବାଲସି ଗାଁରେ ନୂଆଖାଇ ଜୁହାର, ଏକାଠି ହୋଇ ନବାନ୍ନ ଭକ୍ଷଣ କରିବା ପରେ…

କେସିଙ୍ଗା,୧୬ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମର ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଷଣା ବଂଶ ପକ୍ଷରୁ ନୂଆଖାଇ ଓ ଜୁହାର କାର୍ଯ୍ୟକ୍ରମ…

Asian Games 2026: ଏସିଆନ୍ ଗେମ୍ସ ପୂର୍ବରୁ ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ; ବାଦ୍ ପଡ଼ିଲେ ବରୁଣ, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୬।୯: ଏସିଆନ୍ ଗେମ୍ସ ୨୦୨୬ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳରେ ପରିବର୍ତ୍ତନ ହୋଇଛି । ଆହତ କାରଣରୁ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏସିଆନ୍ ଗେମ୍ସରୁ ବାଦ୍…

ବଜ୍ରପାତରେ ଦୁଇ ପରିବାରର ଚାଲିଗଲା ୨ ଜୀବନ

ବଞ୍ଚୋ/ଆନନ୍ଦପୁର,,୧୬ା୯(ପ୍ରଦୋଷ ବିଶ୍ୱାଳ/ ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ବୁଧବାର ବଜ୍ରପାତ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଅଚାନକ ବଜ୍ରପାତରେ ଦୁଇଟି…

ଶ୍ରୀଦେବୀଙ୍କ ସମ୍ପତ୍ତିକୁ ନେଇ ଉଠିଲାଣି ବିବାଦ; ସୁପ୍ରିମକୋର୍ଟ ଦେଲେ ଏମିତି ପରାମର୍ଶ

ନୂଆଦିଲ୍ଲୀ,୧୬।୯: ସୁପ୍ରିମକୋର୍ଟ ବଲିଉଡର ସ୍ବର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ପାରିବାରିକ ସମ୍ପତ୍ତି ସହ ଜଡ଼ିତ ବିବାଦର ସମାଧାନ ପାରସ୍ପରିକ ଆଲୋଚନା ମାଧ୍ୟମରେ କରିବାକୁ ପରାମର୍ଶ ଦେଇଛନ୍ତି। ଚେନ୍ନାଇର ଶୋଲିଙ୍ଗାନାଲୁର…

ମୂର୍ତ୍ତି ବିସର୍ଜନବେଳେ ପୋଖରୀରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା, ଗାଁରେ ଶୋକାକୁଳ ପରିବେଶ

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ପଞ୍ଚାୟତ ସିଦ୍ଧଖଣ୍ଡି ଗାଁ ସ୍କୁଲରେ ୮ମ ଶ୍ରେଣୀରେ ପଢୁଥିବା ମରମ ଜେନାଙ୍କ ପୁଅ ସୀତାଂଶୁ (୧୩)ଙ୍କ…

୧୫ ବର୍ଷୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ କଥା କହିଲେ ସଞ୍ଜୁ ସାମସନ

ନୂଆଦିଲ୍ଲୀ,୧୬।୯: ଆଫଗାନିସ୍ତାନ ବିପକ୍ଷରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ‘ପ୍ଲେଇଙ୍ଗ ଇଲେଭେନ’ (ଖେଳାଳି ଦଳ)ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିନାହିଁ। ଅନ୍ୟପକ୍ଷରେ, ପୂର୍ବ ସିରିଜରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?