ଭୁବନେଶ୍ୱର, ୨୦|୧: ଜନଗଣନା ନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡ଼ିଶାରେ ଏପ୍ରିଲ୍ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୩୦ ଦିନ ଧରି ଚାଲିବ ଗଣନା । ଏପ୍ରିଲ୍ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ । ତେବେ ଦ୍ବିତୀୟ ପର୍ଯ୍ୟାୟ ଜନଗଣନା କେବେ ହେବ ସେନେଇ ତାରିଖ ଘୋଷଣା କରାଯାଇ ନାହିଁ ।
ଜନଗଣନା କାର୍ଯ୍ୟ ପାଇଁ ରାଜ୍ୟରେ ପ୍ରାୟ ଏକ ଲକ୍ଷ ଗଣନାକାରୀ ନିଯୁକ୍ତ ହେବେ । ପ୍ରଥମ ପର୍ଯ୍ୟାୟ ସମୟରେ ଗୃହ ଗଣନା କରାଯିବ। ଏଥିରେ ଘର ଚିହ୍ନଟ କରାଯିବା ସହ ପରିବାରର ସମ୍ପତ୍ତି ବିବରଣୀ ସଂଗ୍ରହ କରାଯିବ। ଯୋଜନା ଅନୁଯାୟୀ, ଜଣେ ଗଣନାକାରୀ ପ୍ରାୟ ୨୦୦ ପରିବାରର ଦାୟିତ୍ୱ ନେବେ ଏବଂ ୬ ଜଣ ଗଣନାକାରୀଙ୍କ କାର୍ଯ୍ୟକୁ ଜଣେ ସୁପରଭାଇଜର ତଦାରଖ କରିବେ । ପ୍ରତି ଗଣନାକାରୀଙ୍କୁ ସେମାନଙ୍କ ସେବା ପାଇଁ ୨୫,୦୦୦ ଟଙ୍କା ଆର୍ଥିକ ପ୍ରୋତ୍ସାହନ ଦିଆଯିବ ।
Dharitri – Odisha’s No.1 Odia Daily

