ଶିଳ୍ପ ସ୍ଥାପନ ପାଇଁ ଚାଲିଛି ଇଡ୍‌କୋକୁ ଜମି ହସ୍ତାନ୍ତର ପ୍ରକ୍ରିୟା, ଅଞ୍ଚଳବାସୀଙ୍କ ବିରୋଧ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତର ଏକ ୯ ହେକ୍ଟର ଜମିରେ ଶିଳ୍ପ ସ୍ଥାପନ ହେବ। ଏଥିପାଇଁ ଇଡ୍‌କୋ ଏବଂ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ବିଭାଗ ପ୍ରସ୍ତୁତି ଚଳାଇଥିବାବେଳେ ଏହାକୁ ନେଇ ସିମନବାଡ଼ି ଅଞ୍ଚଳରେ ଏବେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ବୁଧବାର ଏକାଧିକ ଚାଷୀ ଏକାଠି ହୋଇ ଏହି ସମ୍ପର୍କିତ ଏକ ବୈଠକ କରି ଜମି ନ ଛାଡ଼ିବାକୁ ଓ ଏଥିପାଇଁ ଲଢେଇ କରି ନିଜ ଜୀବନଜୀବିକାକୁ ବଞ୍ଚାଇବାକୁ ପ୍ରୟାସ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଜୀବନଜୀବିକା ବାଧାପ୍ରାପ୍ତ ହେବା ସହ ବହୁ ଲୋକଙ୍କୁ ଘରବାଡ଼ି ଜମି ପଟ୍ଟା ପ୍ରଦାନ କରାଯାଇଥିଲେ ମଧ୍ୟ ହିତାଧିକାରୀ ଉକ୍ତ ଜମିକୁ ଅଧିଗ୍ରହଣ କରିନାହାନ୍ତି। ସେହିସବୁ ଜମିକୁ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ବିଭାଗ ପକ୍ଷରୁ ଜମି ଚିହ୍ନଟ କାର୍ଯ୍ୟ କରଯାଉଥିବା ଓ ଏହି ଜମି ପାଇବା ପାଇଁ ଇଡ୍‌କୋ ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିବା ଘଟଣାକୁ ନେଇ ଅଞ୍ଚଳବାସୀ ତାତିଛନ୍ତି। ଶିଳ୍ପକୁ ବିରୋଧ ନୁହଁ ଜମି ଛଡ଼ାଇନେବାକୁ ବିରୋଧ କରୁଥିବା ଗ୍ରାମର ନଟବର ପ୍ରଧାନ, ସାନ୍ଦୁରା ପ୍ରଧାନ, ସଞ୍ଜୟ ବିନ୍ଧାଣିଙ୍କ ସମେତ ଶତାଧିକ ଲୋକ ପ୍ରତିକ୍ରିୟାରେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡେପୁଟି କମିଶନର କରାଇଲେ ଶପଥ, ଦିଗପହଣ୍ଡି ଅଞ୍ଚଳରେ…

ଦିଗପହଣ୍ଡି,୧୯।୫(ଅଶେଷ ନାଥ ମିଶ୍ର):  ଆମ ଗାଁ ସ୍ବଚ୍ଛ ଓ ପରିବେଶକୁ ସୁରକ୍ଷିତ ରଖି ଗଞ୍ଜାମ ଜିଲାକୁ ଏକ ସୁନ୍ଦର , ସ୍ବଚ୍ଛ ଓ ଆଦର୍ଶ ଜିଲା ରେ…

ଢୋଲପାସ ଜିଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ଏମ୍ ଇଲେଭେନ୍‌କୁ ହରାଇ ଗୁମାବାହାଲ…

ଥୁଆମୂଳ ରାମପୁର, ୧୯।୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଡ୍ରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଢୋଲପାସ ପଡ଼ିଆଠାରେ ଚାଲିଥିବା ପ୍ରତିଷ୍ଠିତ ଜିଲାସ୍ତରୀୟ ‘ରାଧାଗୋବିନ୍ଦ…

୧୫୦ବର୍ଷ ପରେ ଓଡ଼ିଶାକୁ ଆସୁଛି ମହାବିପଦ! ଡରାଇଲା ବିଶେଷଜ୍ଞଙ୍କ ଆକଳନ

ଭୁବନେଶ୍ୱର,୧୯।୫: ଆସୁଛି ସୁପର୍ ଏଲ-ନିନୋ, ଜୁନରୁ ହେବ ଆକ୍ଟିଭ । ପାଣିପାଗରେ ହୋଇପାରେ ବଡ଼ ଧରଣର ପରିବର୍ତ୍ତନ । ବିଶେଷଜ୍ଞ କହିଲେ ସୁପର ଏଲ-ନିନୋ ପ୍ରଭାବରେ ମୌସୁମି…

କୁମ୍ଭାରକାନି ପମ୍ପରେ ଅସମ୍ଭାଳ ଭିଡ଼: ପୋଲିସ ସାମ୍ନାରେ ନିୟମକୁ ଫୁ’, ବୋତଲ-ଜାର୍‌ରେ ବୋହିନେଲେ…

ଥୁଆମୂଳ ରାମପୁର, ୧୯।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ସ୍ତରରେ ଇରାନ-ଆମେରିକା ଯୁଦ୍ଧକାଳୀନ ସ୍ଥିତି ଯୋଗୁ ସୁଦୂର ଗ୍ରାମାଞ୍ଚଳରେ ଇନ୍ଧନ ସଙ୍କଟ…

ପେଟ୍ରୋଲ-LPG ସଙ୍କଟକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ; ଆଗକୁ ଆହୁରି ବଢିବ ତେଲଦର!

ନୂଆଦିଲ୍ଲୀ,୧୯।୫: ବିଶ୍ୱ ବର୍ତ୍ତମାନ ଶକ୍ତି ସଙ୍କଟ ସହିତ ଜଡ଼ିତ ହେଉଛି। ଅନେକ ରାଷ୍ଟ୍ର ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ଅଭାବ ଏବଂ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିକୁ ନେଇ…

ଓଡ଼ିଶାକୁ ବଡ଼ ବିପଦ, ଏଲନିନୋ ପ୍ରଭାବରେ ମାଡ଼ି ଆସୁଛି ମହା ପ୍ରଳୟ!

ଭୁବନେଶ୍ୱର,୧୯।୫: ପ୍ରଶାନ୍ତ ମହାସାଗରରେ ଜଳସ୍ତର ଉପରି ଭାଗର ତାପମାତ୍ରା ସ୍ବାଭାବିକଠାରୁ ୨ ଡିଗ୍ରୀ ଅଧିକ ରହିଲେ ଏଲ ନିନୋ ଆକ୍ଟିଭ ହୋଇଥାଏ। ଚଳିତବର୍ଷ ଏହି ତାପମାତ୍ରା ୨.୦…

ନିର୍ଣ୍ଣାୟକ ମୋଡ୍‌ରେ ବାଂଲାଦେଶ-ପାକିସ୍ତାନ ଦ୍ୱିତୀୟ ଟେଷ୍ଟ

ଢାକା,୧୯ା୫: ଘରୋଇ ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ମଙ୍ଗଳବାର ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ପ୍ରଥମ ଇନିଂସରେ ବାଂଲାଦେଶ ୨୭୮ ରନ କରିଥିବା…

ଯୌତୁକ  ନିର୍ଯ୍ୟାତନା ସହି ନ ପାରି ବିଷ ପିଇ ଦେଲେ ମହିଳା: ମୃତଦେହ ଜବତ

ଦିଗପହଣ୍ଡି ,୧୯|୫(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣା ଙ୍କ ଝିଅ ଉଷାରାଣୀ ମହାରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri