ପାର୍ବତୀ ଗିରିଙ୍କ ପ୍ରଦର୍ଶିତ ଚଲାପଥକୁ ଅନୁସରଣ କରିବାକୁ ଆହ୍ବାନ ଦେଲେ ସଂସ୍କୃତି ମନ୍ତ୍ରୀ

ବରଗଡ଼,୧୯।୧(ପ୍ରେମାନନ୍ଦ ଖମାରୀ):ସ୍ବାଧୀନତା ସଂଗ୍ରାମର ଅଗ୍ନିଶିଖା ତଥା ମାନବ ସେବାର ମୂର୍ତ୍ତିମନ୍ତ ପ୍ରତୀକ ବଡ ମା’ ପାର୍ବତୀ ଗିରିଙ୍କ ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାର ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ବରଗ ଜିଲା ପ୍ରଶାସନ, ପାର୍ବତୀ ଗିରି ଜନ୍ମ ଶତବାର୍ଷିକୀ କମିଟି ଏବଂ ପାର୍ବତୀ ଗିରି ବୃଦ୍ଧାଶ୍ରମ କମିଟି, ସମଲାଇପଦରର ମିଳିତ ସହଯୋଗରେ ସୋମବାର ବିଜେପୁର ଉଚ୍ଚ ବିଦ୍ୟଳୟ ଖେଳ ପଡିଆରେ ବହ୍ନିକନ୍ୟାଙ୍କ ଜନ୍ମ ଶତବର୍ଷିକୀ ସମାରୋହ ପାଳିତ ହୋଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, କ୍ରୀଡା ଏବଂ ଯୁବ ସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରଥମେ ବରଗଡ଼ ବେସରକାରୀ ବସଷ୍ଟାଣ୍ଡ ନିକଟସ୍ଥ ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଏକାମ୍ର ଛକସ୍ଥିତ ପାର୍ବତୀଗିରି ମାର୍ଗ ନାମ ଫଳକକୁ ଉଦଘାଟନ କରିଥିଲେ। ଏହାପରେ ସେ ପାର୍ବତୀ ଗିରିଙ୍କ ଜନ୍ମ ମାଟି ସମଲେଇପଦର ଗ୍ରାମସ୍ଥିତ ବୃଦ୍ଧାଶ୍ରମ ଏବଂ ଉଚ୍ଚ ବିଦ୍ୟାଳୟ ଠାରେ ଥିବା ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ କମ୍ବଳ ବଣ୍ଟନ କରିଥିଲେ। ପରେ ଶତବାର୍ଷିକୀ ପାଳନ ସମାରୋହରେ ଯୋଗ ଦେଇ ବାଲୁକା କଳାକୃତି ଏବଂ ଚିତ୍ରାଙ୍କନ ପ୍ରଦର୍ଶନୀର ଉଦଘାଟନ ଓ ପରିଦର୍ଶନ କରିଥିଲେ।

ସଭାକୁ ସମ୍ବୋଧିତ କରି ମନ୍ତ୍ରୀ କହିଥିଲେ, ଓଡ଼ିଶାର ବିଶିଷ୍ଟ ସାଧୀନତା ସଂଗ୍ରାମୀ ତଥା ସମାଜସେବୀ’ ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀରେ କୋଟି କୋଟି ପ୍ରଣାମ । ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲାଇପଦର ଗ୍ରାମରେ ଜନ୍ମଗ୍ରହଣ କରି ଗରିବ, ମହିଳା, ଅନାଥ ଏବଂ ସମାଜର ଅବହେଳିତ ବର୍ଗର ଉନ୍ନତି ପାଇଁ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଥିଲେ।ମାତ୍ର ୧୬ ବର୍ଷ ବୟସରୁ ମହାତ୍ମା ଗାନ୍ଧୀଙ୍କ ଅହିଂସା ଏବଂ ଖାଦି ଆଦର୍ଶରେ ଅନୁପ୍ରାଣିତ ହୋଇ ବ୍ରିଟିଶ ବିରୋଧୀ ସୱାଧୀନତା ଆନ୍ଦୋଳନର ଜଣେ ସକ୍ରିୟ ଅଂଶଗ୍ରହଣକାରୀ ଭାବେ ଭାରତ ଛାଡ଼ ଆନ୍ଦୋଳନ ସମୟରେ ସାହସିକ ଏବଂ ଅନୁକରଣୀୟ ଭୂମିକା ଗ୍ରହଣ କରିବା ସହ ବରଗଡ଼ କୋର୍ଟ ଏବଂ ଏସଡିଓଙ୍କ କାର୍ଯ୍ୟାଳୟରେ ପ୍ରତିବାଦର ନେତୃତ୍ୱ ନେଇ ବାରମ୍ବାର ଗିରଫ ପରେ ସମ୍ବଲପୁର ଜେଲରେ ୨ବର୍ଷ ପାଇଁ ସଶ୍ରମ କାରାବରଣ କରିଥିଲେ । କେବଳ ସେତିକି ନୁହେଁ, ଭାରତର ସୱାଧୀନତା ପରେ ସେ ବରଗଡ ଜିଲା ନୃସିଂହନାଥଠାରେ କସ୍ତୁରବା ଗାନ୍ଧୀ ମାତୃନିକେତନ ଏବଂ ସମ୍ବଲପୁର ଜିଲାରେ ଡକ୍ଟର ସାନ୍ତରା ବାଳ ନିକେତନ ଭଳି ଅନେକ ଆଶ୍ରମ, ଅନାଥାଶ୍ରମ ପ୍ରତିଷ୍ଠା କରି ନିଜର ନିଃସୱାର୍ଥପର ସେବା ଜାରି ରଖିବା ସହ ମହିଳା କଲ୍ୟାଣ, ଜେଲ ସଂସ୍କାର, କୁଷ୍ଠ ରୋଗର ନିରାକରଣ, ସୱାସ୍ଥ୍ୟ ଓ ପରିମଳ ସଚେତନତା ଏବଂ ଗ୍ରାମୀଣ ବିକାଶ କ୍ଷେତ୍ରରେ ମଧ୍ୟ ବ୍ୟାପକ ଭାବରେ କାର୍ଯ୍ୟ କରିଥିଲେ । ତେଣୁ ତାଙ୍କର ମହାନ ଅବଦାନଙ୍କୁ ସ୍ମରଣ କରିବା ସହ ତାଙ୍କ ଦାରା ପ୍ରଦର୍ଶିତ ଚଲାପଥକୁ ସମସ୍ତେ ଅନୁସରଣ କରି ସମୃଦ୍ଧ ଓ ଗଠନ କରିବାରେ ସହାୟକ ହେବାକୁ ମନ୍ତ୍ରୀ ଆହ୍ବାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିଜେପୁର ବିଧାୟକ ସନତ ଗ ବରଗଡ ବିଧାୟକ ଅଶିନୀ କୁମାର ଷଡଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ପାର୍ବତୀ ଗିରିଙ୍କ ନାତି ନୀଲେଶ ଗିରି, ପୁତୁରା ଭରତ କୁମାର ଗିରି, ଜିଲାପାଳ ଆଦିତ୍ୟ ଗୋୟଲ, ଆରକ୍ଷୀ ଅଧିକ୍ଷକ ପ୍ରହଲାଦ ସହାୟ ମିନା, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା, ପାର୍ବତୀ ଗିରି ଜନ୍ମ ଶତବାର୍ଷିକୀ ପାଳନ କମିଟି ସଭାପତି ସୁବାସ ପଧାନ ପ୍ରମୁଖ ମଞ୍ଚାସୀନ ହୋଇ ବଡମା ପର୍ବତୀ ଗିରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଏହି ଅବସରେ ଅଞ୍ଚଳର ପ୍ରମୁଖ ସମାଜ ସେବୀ, ପ୍ରତିଭା ଏବଂ ବିଭିନ୍ନ ସାମାଜିକ ଅନୁଷ୍ଠାନ ଗୁଡିକୁ ମିଶାଇ ମୋଟ ୨୭ ଜଣଙ୍କୁ ମୁଖ୍ୟ ଅତିଥି ଏବଂ ସମସ୍ତ ସମ୍ମାନିତ ଅତିଥିଙ୍କ ଦାରା ସମ୍ମାନିତ କରିବା ସହ ବ୍ଲକ ଓ ଜିଲ୍ଲା ସ୍ତରରେ ଆୟୋଜିତ ପ୍ରବନ୍ଧ ଲିଖନ ଏବଂ ବକ୍ତୃତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତୀତ୍ ହାସଲ କରିଥିବା ୪୦ ଜଣ ମହାବିଦ୍ୟଳୟ ତଥା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏତଦ ବ୍ୟତୀତ ବିଜେପୁର ବ୍ଲକର ୨ ଜଣ ହିତାଧିକାରୀଙ୍କୁ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ସହ ବିଜେପୁର ତହସିଲ ଅନ୍ତର୍ଗତ ପଡା ଗ୍ରାମର ୧୯ ଜଣ ଯୋଗ୍ୟ ଭୂମିହିନ ହିତାଧିକାରୀଙ୍କୁ ବସୁନ୍ଧରା ପଟ୍ଟା ପ୍ରଦାନ କରାଯାଇଥିଲା । ସେହିପରି ବରଗଡ଼ ସାମ୍ବାଦିକ ସଂଘ, ବରଗ ନାଗରିକ ମଞ୍ଚ, ବରଗ’ ମହିଳା ସମିତି, ବଡମା ପରିବାର ଆଦି ଅନୁଷ୍ଠାନ ପକ୍ଷରୁ ବରଗଡ଼ ସହରସ୍ଥିତ ବହ୍ନିକନ୍ୟାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା।ବରଗଡ ପାର୍ବତୀ ଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜିତା ନାୟକଙ୍କ ଅଧ୍ୟକ୍ଷତାରେ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପ୍ରାଧ୍ୟାପିକା ପୁଷ୍ପାଞ୍ଜଳି ପ୍ରଧାନ, ନନ୍ଦିନୀ ନିରୋଦ ପଣ୍ଡା ଓ ଡଃ ପ୍ରଶାନ୍ତ କୁମାର ଦାଶ ପାର୍ବତୀ ଗିରିଙ୍କ ଉତ୍ସର୍ଗୀକୃତ ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ବରଗଡ ଗାନ୍ଧୀଭବନ ଛକରେ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅଞ୍ଚଳ ପାଇଁ ଗୌରବ ଆଣିଲେ ଗୋରା ସିଂ: OPSC ପରୀକ୍ଷାରେ ୬୩ତମ ର଼୍ୟାଙ୍କ ରଖି କୃତକାର୍ଯ୍ୟ

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କିର୍ତ୍ତି): ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ଆଗରେ ହାର ମାନିଛି ଦାରିଦ୍ର୍ୟ। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସୁଯୋଗ୍ୟ ସନ୍ତାନ ଗୋରା...

ଆକ୍ସନ ମୋଡରେ ଯୋଗାଣ ନିରୀକ୍ଷକ: ଗାଁରେ ପହଞ୍ଚି ନିଜେ ବାଣ୍ଟିଲେ ବଞ୍ଚିତ ହିତାଧିକାରୀଙ୍କୁ ଚାଉଳ

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କୀର୍ତ୍ତି): ଚମ୍ପାଛୁଆଁ ଗ୍ରାମର ହିତାଧିକାରୀମାନେ ଚଳିତ ବର୍ଷର ୩ ମାସର ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ଥିବା ନେଇ ‘ଧରିତ୍ରୀ’ ରେ ଖବର...

ଭାରତ ମାତା ପୂଜନ ଉତ୍ସବରେ ଦୁଲୁକିବ ମଞ୍ଚ, ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ରହିଛି…

ଦାରିଙ୍ଗବାଡି, ୧୯।୧ (ଅରୁଣ ସାହୁ ): ଆସନ୍ତା ସାଧାରଣତନ୍ତ୍ର ଦିବସରେ ୧୪ ତମ ଭାରତ ମାତା ପୂଜନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ସିମନବାଡି ଦୁର୍ଗା...

ବ୍ରାଉନସୁଗାର କାରବାର ସୂଚନା ପାଇ ଅଚାନକ ଚଢାଉ କଲା ପୋଲିସ, ଜବତ ହେଲା…

ଜୟପୁର,୧୯।୧(ପବନ ପାଣିଗ୍ରାହୀ): ବ୍ରାଉନସୁଗାର କାରବାର ସମୟରେ ଟାଉନ ପୋଲିସ ଚଢାଉ କରିଛି । ଚଢାଉ ବେଳେ ୨ ଅଭିଯୁକ୍ତଙ୍କୁ ଗିରଫ କରି ବ୍ରାଉନସୁଗାର ଜବତ କରିଛି।...

ମା’ ସହ ୨ ଝିଅଙ୍କୁ ହତ୍ୟା ଉଦ୍ୟମ କରି ମାରିଥିଲେ ଚମ୍ପଟ, ଧରାପଡିବା ପରେ ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୯।୧(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡେଶ୍ୱର ଗ୍ରାମ ଇନ୍ଦିରା ଆବାସ କଲୋନୀରେ ରହୁଥିବା ସ୍ବର୍ଗତ ପାଣ...

ଏମ୍‌ପି ସପ୍ତଗିରି ଉଲାକାଙ୍କ ବଡ଼ ସୂଚନା: ଏହି ସବୁ ରୁଟ୍‌ରେ ବସିବ…

ରାୟଗଡା,୧୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ ହୋଇଥିଲେ ହେଁ ଟ୍ରେନ ଯାତାୟାତ ସିଗନାଲ ବ୍ୟବସ୍ଥା ସମେତ ଅନ୍ୟାନ୍ୟ ଟେକ୍ନିକାଲ ବ୍ୟବସ୍ଥାର କଣ୍ଟ୍ରୋଲ ବର୍ତ୍ତମାନ...

ମେଡିକାଲ ବାଥରୁମ୍‌ରେ ଶିଶୁ କନ୍ୟାଙ୍କୁ ଛାଡି ଚମ୍ପଟ ମାରିଲେ ମା’

ଭଦ୍ରକ, ୧୯।୧(ସନାତନ ରାଉତ): ମେଡିକାଲ ବାଥରୁମ୍‌ରେ ନବଜାତ ଶିଶୁ କନ୍ୟାକୁ ଛାଡ଼ି ମା’ ଫେରାର । ନବଜାତ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।...

ନବମ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରି ଲହୁଲୁହାଣ କଲେ ପ୍ରଧାନଶିକ୍ଷକ: ଅତିରିକ୍ତ ଜିଲାପାଳଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲେ…

ଛତ୍ରପୁର, ୧୯।୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ହୁମ୍ମା ସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ନବମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri