ଭବାନୀପାଟଣା,୨୨।୪: କଳାହାଣ୍ଡି ଜେଲ ପାଚେରୀ ଡେଇଁ ଜଣେ ବିଚାରାଧୀନ କଏଦୀ ଫେରାର ହୋଇଯାଇଥିବା ଜଣାପଡିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଫେରାର ଅଭିଯୁକ୍ତ ସଦର ଥାନା ଠେମାରା ଗାଁର ଜଗନ୍ନାଥ ଶବର।
ଜଗନ୍ନାଥ ୩ଟି ଚୋରି ମାମଲାରେ ୨ ମାସ ତଳେ ସଦର ଥାନା ପୋଲିସ ତାଙ୍କୁ ଗିରଫ କରିଥିଲା। ପରେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନା ମଞ୍ଜୁର ହେବାରୁ ସେ ବିଚାରଧୀନ କଏଦୀ ଭାବେ ଜେଲରେ ଥିଲେ।

