Posted inଜାତୀୟ

UKGରେ ପଢୁଥିବା ପୁଅର ରେଜଲ୍ଟ ଦେଖି ବାପାଙ୍କୁ ହାର୍ଟଆଟାକ୍, ସ୍କୁଲରେ ଟଳି….

ନୂଆଦିଲ୍ଲୀ,୧୯।୧:  ୟୁକେଜିରେ ପଢୁଥିବା ପୁଅର ମାର୍କସିଟ୍ ଦେଖି ବାପାକୁ ହାର୍ଟଆଟାକ୍ ଆସିଛି । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସମ୍ପୁର୍ଣ୍ଣ ସତ୍ୟ । ଆସାମରୁ ସାମ୍ନାକୁ ଆସିଛି ଏହି ଘଟଣା । ଖବର ଅନୁସାରେ, ଗତ ଗୁରୁବାର ଦିନ ଦିପଙ୍କର ବଦ୍ରୋଲୋଇ କାମରୁ ଛୁଟି ନେଇ ପୁଅର ସ୍କୁଲକୁ ମିଟିଂ ପାଇଁ ଯାଇଥିଲେ । ତେବେ ସେ ପୁଅର ରେଜଲ୍ଟ ଆଣି ଫେରୁଥିବା ବେଳେ ସ୍କୁଲରେ ହିଁ ଟଳି ପଡିଥିଲେ । ତେବେ ଏହି ଘଟଣା ଜାନୁଆରୀ ୧୫ ତାରିଖର ହୋଇଥିବା ବେଳେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ସିସିଟିଭି ଫୁଟେଜରେ ଦେଖାଯାଇଛି ଯେ, ବରଦଲୋଇ ଦୋରହାଟର ସୋନାରି ଗ୍ରାମର ବାସିନ୍ଦା ଥିଲେ । ତେବେ ସ୍କୁଲ ଲବିରେ ଚାଲୁଥିବା ଭିଡିଓ କ୍ୟାମେରାରେ କଏଦ ହୋଇଛି । ତେବେ ସେ ଗେଟରୁ ବାହାରିବା ସମୟରେ ସେ କାନ୍ଥକୁ ଧରିବାକୁ ଚେଷ୍ଟା କରିଥିଲେ ହେଁ ଏଥରେ ସଫଳ ହୋଇପାରିନଥିଲେ । ସେ ମୁହଁ ମାଡି ତଳେ ପଡିଯାଇଥିଲେ । ତେବେ ସେଠାରେ ଥିବା ସ୍ଥାନୀୟ ଲୋକେ ତାଙ୍କୁ ଜୋରହଟ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ସ୍କୁଲରେ ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସାମ୍ନାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଏହାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ବରଦୋଲୋଇ ଜଣେ ଏକଜିକ୍ୟୁଟିଭ ଇଞ୍ଜିନିୟର ରହିଥିବା ବେଳେ ସେ ଆସାମର ଜଳସେଚନ ବିଭାଗରେ କାର୍ଯ୍ୟରତ ଥିଲେ । ତେବେ ପୂର୍ବରୁ ତାଙ୍କର କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ନଥିବା ବେଳେ ସେ ପୁରା ଫିଟ୍ ରହିଥିବା ନେଇ ପରିବାର ପକ୍ଷରୁ କୁହାଯାଇଛି । ଦିନକୁ ଦିନ ଯୁବାବସ୍ଥାରେ ହୃଦଘାଚ ଜନିତ ମୃତ୍ୟୁ ଘଟଣା ବୃଦ୍ଧି ପାଉଥିବା ବେଳେ ଏହା ଏକ ପ୍ରକାର ଚିନ୍ତାର କାରଣ ସାଜିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରୋଟୋକଲ୍ ଭାଙ୍ଗିଲେ ମୋଦି: ୟୁଏଇ ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ଏପରି କଲେ ସ୍ୱାଗତ

ନୂଆଦିଲ୍ଲୀ,୧୯।୧: ଭାରତ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ବଢୁଥିବା ସମ୍ପର୍କର ଏକ ଭିନ୍ନ ଦୃଶ୍ୟ ସୋମବାର ଦେଖିବାକୁ ମିଳିଛି। ୟୁଏଇ ରାଷ୍ଟ୍ରପତି ଶେଖ୍...

ପ୍ରବଳ ରାଗିଗଲେ ଟ୍ରମ୍ପ: ନରୱେ ପ୍ରଧାନମନ୍ତ୍ରୀଙ୍କୁ ପଠାଇଲେ ଧମକପୂର୍ଣ୍ଣ ଚିଠି

ଓ୍ବାଶିଂଟନ,୧୯।୧: ନୋବେଲ ପୁରସ୍କାର ନ ପାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ରୋଧ ଏବେ ଭୀଷଣ ବଢିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ନରୱେ ପ୍ରଧାନମନ୍ତ୍ରୀ ଜୋନାସ...

ଜଗନ୍ନାଥଙ୍କୁ ଅପମାନ! ଭାଇରାଲ ହେଉଛି ମହାପ୍ରଭୁଙ୍କ AI ଭିଡ଼ିଓ, କ୍ରେନରେ କ୍ଷୀର…

ଭୁବନେଶ୍ବର,୧୯।୧: ସୋସିଆଲ ମିଡ଼ିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । ଏହାରି ଭିତରେ ଏବେ ମହାପ୍ରଭୁ ଜଗନ୍ନାଥଙ୍କ ଏଆଇ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି...

ଛାତିଥରା ହତ୍ୟାକାଣ୍ଡ, ସ୍ପଷ୍ଟ ଦିବାଲୋକରେ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୧୯।୧: ସୋମବାର ଅପରାହ୍ନରେ ଉତ୍ତରପ୍ରଦେଶର ଏଟା ଜିଲାରେ ଏକ ଭୟଙ୍କର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ନଗର କୋତୱାଲି ଅଞ୍ଚଳର ଅଧିକାର କ୍ଷେତ୍ର ଅନ୍ତର୍ଗତ ନାଗଲା...

ଅନୁଷ୍କାଙ୍କୁ ‘ମ୍ୟାଡାମ୍‌’ ଡାକିଦେଲେ ଏହି କ୍ରିକେଟର୍‌: ଶୁଣିକି ଏମିତି କହିଦେଲେ କୋହଲି

ନୂଆଦିଲ୍ଲୀ,୧୯।୧: ଭାରତୀୟ କ୍ରିକେଟ ଦଳରେ ବିରାଟ କୋହଲି ପ୍ରାୟତଃ ପଡ଼ିଆରେ ତାଙ୍କର ଆକ୍ରମଣାତ୍ମକ ଶୈଳୀ ପାଇଁ ଜଣାଶୁଣା। ଡ୍ରେସିଂ ରୁମ ଭିତରେ ସେ ସମ୍ପୂର୍ଣ୍ଣ ନିଆରା।...

IMF ଦେଲା ଉତ୍ସାହଜନକ ଖବର: ୨୦୨୬ ଆର୍ଥିକ ବର୍ଷ ପାଇଁ ବଢ଼ାଇଲା ଅଭିବୃଦ୍ଧି ପୂର୍ବାନୁମାନ

ନୂଆଦିଲ୍ଲୀ,୧୯।୧: ବିଶ୍ୱରେ ଲାଗି ରହିଥିବା ଅନିଶ୍ଚିତତା ସତ୍ତ୍ୱେ ଭାରତୀୟ ଅର୍ଥବ୍ୟବସ୍ଥାରେ ଶକ୍ତିଶାଳୀ ଅଭିବୃଦ୍ଧି ଜାରି ରହିଛି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ୨୦୨୫-୨୬ ଆର୍ଥିକ ବର୍ଷ...

ଖୁସି ଖବର! ଆବଶ୍ୟକ ବେଳେ ଆକାଉଣ୍ଟକୁ ଆସିଯିବ ଟଙ୍କା, ୧ ଏପ୍ରିଲରୁ EPFO…

ନୂଆଦିଲ୍ଲୀ,୧୯।୧: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ସଦସ୍ୟମାନଙ୍କ ପାଇଁ ଏକ ଖୁସି ଖବର ଅଛି । ୧ ଏପ୍ରିଲ, ୨୦୨୬ ଠାରୁ, EPFO ​​ସଦସ୍ୟମାନେ...

ଯେଉଁ ଖେଳାଳିଙ୍କ ପାଇଁ ହାରିଲା ଭାରତ, ତାଙ୍କୁ ଗିଫ୍ଟ ଦେଇ ଚର୍ଚ୍ଚାରେ ବିରାଟ କୋହଲି

ଇନ୍ଦୋର,୧୯।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆର ଷ୍ଟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri