ଏବିଡିଓଙ୍କ ନାମରେ ସଙ୍ଗୀନ ଅଭିଯୋଗ: ବିବାହ ପ୍ରମାଣପତ୍ର ପାଇଁ…

ଛତ୍ରପୁର/ପୁରୁଷୋତ୍ତମପୁର,୬।୧( ଦିଲ୍ଲୀପ ସାମଲ /ସବିତା ମିଶ୍ର): ପଇସା ଦିଅ ସାର୍ଟିଫିକେଟ ନିଅ। ଏପରି ସଙ୍ଗୀନ ଅଭିଯୋଗ ଆସିଛି ଗଞ୍ଜାମ ଜିଲା ପୁରୁଷୋତ୍ତପୁର ଏବିଡିଓଙ୍କ ନାମରେ। ଏନେଇ ପୁରୁଷୋତ୍ତମପୁର ଓକିଲ ସଂଘର ବହୁ ଆଇନଜୀବୀ ମଙ୍ଗଳବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଏବିଡିିଓଙ୍କୁ ତୁରନ୍ତ ବଦଳି କରିବା ସହିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ପୁରୁଷୋତ୍ତମପୁର ଓକିଲ ସଂଘ ।ଏହି ଅବସରରେ ଗଞ୍ଜାମ ଜିଲାପାଳଙ୍କ ଉଦେଶ୍ୟରେ ଏକ ଲିଖିତ ଦାବିପତ୍ର ଅତିରିକ୍ତ ଜିଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟିଙ୍କୁ ଭେଟି ପ୍ରଦାନ କରାଯାଇଛି । ବିବାହ ପଞ୍ଜୀକରଣ ନିମନ୍ତେ ଟଙ୍କା ନେବା ସହ ବିଭିନ୍ନ କାମ ନିମନ୍ତେ ପ୍ରଥମେ ଟଙ୍କା ମାଗୁଛନ୍ତି ଏବିଡିିଓ ।ଏହା ସହିତ ସମସ୍ତଙ୍କୁ ଦୁର୍ବ୍ୟବହାର କରୁଛନ୍ତି ବୋଲି ମଧ୍ୟ ବହୁ ଆଇନଜୀବୀ ମାନେ ଅଭିଯୋଗ କରିଛନ୍ତି।ଜେନା ପୁରୁଷୋତ୍ତମପୁର ଏବିଡିଓ ଭାବେ କିଛି ବର୍ଷ ହେଲା ଯୋଗଦେବା ପରଠାରୁ ବିବାହ ପଞ୍ଜୀକରଣ ସାର୍ଟିଫିକେଟ ଲାଗି ୧ହଜାରରୁ ୩ ହଜାର ଟଙ୍କା ମାଗୁଛନ୍ତି। ଟଙ୍କା ନ ଦେଲେ ସାର୍ଟିଫିକେଟ ଦେଉ ନାହାନ୍ତି। ଏହାସହ ଲାଞ୍ଚ ଅର୍ଥ ନ ଦେଲେ କୌଣସି କାର୍ଯ୍ୟ କରୁନାହାନ୍ତି ବୋଲି ଉକ୍ତ ଦାବିପତ୍ରରେ ଦର୍ଶାଇଛି। ସେମାନଙ୍କ ଦାବି ଯଥାଶୀଘ୍ର ପୂରଣ ନ ହେଲେ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ପୁରୁଷୋତ୍ତମପୁର ଓକିଲ ସଂଘର ସଭାପତି କୃଷ୍ଣଚନ୍ଦ୍ର ଗୌଡ଼, ସମ୍ପାଦକ ରବୀନ୍ଦ୍ର କୁମାର ସାହୁ, ଆଇନଜୀବୀ ପ୍ରଭାତ କୁମାର ପଟ୍ଟନାୟକ, ତୁଷାର କାନ୍ତ ରାଉଳ ଓ ଅଶୋକ କୁମାର ମହାଙ୍କୁଡ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପଟେ ଅଭିଯୋଗ ନେଇ ପୁରୁଷୋତ୍ତମପୁର ଏବିଡିିଓ ଜେନାଙ୍କ ସହ ଯୋଗାଯୋଗ କରିବା ବେଳେ ମୋବାଇଲ ବନ୍ଦ ରହିଥିବା ଜଣାପଡିଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡରରେ ଚାଞ୍ଚଲ୍ୟ: ଗୋରୁ ଚୋରି ଅଭିଯୋଗରେ ମୁସଲମାନ ଯୁବକଙ୍କୁ ପିଟି ହତ୍ୟା

ରାଞ୍ଚି,୮ା୧: ଝାଡ଼ଖଣ୍ଡର ଗୋଡା ଜିଲାରେ ଗୋରୁ ଚୋରି ସନ୍ଦେହରେ ଜଣେ ୪୫ ବର୍ଷୀୟ ମୁସଲମାନ ଯୁବକଙ୍କୁ ପିଟି ହତ୍ୟା କରାଯାଇଛି। ପୋରାୟାହାଟ ଥାନା ଅନ୍ତର୍ଗତ ମାତିହାନି...

ସ୍ତ୍ରୀ, ୨ ଝିଅଙ୍କୁ ହତ୍ୟାକରି ନିଜ ଜୀବନ ହାରିଲେ ବ୍ୟବସାୟୀ

ଚଣ୍ଡିଗଡ଼,୮ା୧: ପଞ୍ଜାବର ଫିରୋଜପୁରରେ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଘରୁ ଉଦ୍ଧାର ହୋଇଛି। ପରିବାରର ମୁଖ୍ୟ ଅମନଦୀପ୍‌ ସିଂ ଜଣେ ବ୍ୟବସାୟୀ। ସେ ଏକ...

ଶୀତ ମହୋତ୍ସବ:ପ୍ରଥମ ଦିନରେ କଳାହାଣ୍ଡି କଟପ୍ପାଙ୍କ ପାରମ୍ପରିକ ନୃତ୍ୟ-ଶୋଭାଯାତ୍ରାରେ ଦର୍ଶକ ମୁଗ୍ଧ

ଦାରିଙ୍ଗବାଡି, ୮।୧ (ଅରୁଣ ସାହୁ ): ବହୁ ପ୍ରତିକ୍ଷିତ ଶୀତ ମହୋତ୍ସବ -୨୦୨୬ ଗୁରୁବାର ଉଦଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ, ଏହି ଦୁଇ ଜିଲା ପାଇଁ କଲେ ବଡ ଦାବି

ଭୁବନେଶ୍ୱର,୮ା୧: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଦୁଇ ଜିଲା ପାଇଁ ବଡ ଦାବି ଜଣାଇଛନ୍ତି। ଅନୁଗୋଳ ଏବଂ...

ଆନ୍ଦୋଳନରୁ ଓହରିଲେ ମିଲର୍ସ

ଜୟପୁର,୮ା୧(ପବନ ପାଣିଗ୍ରାହୀ): ମିଲର୍ସମାନେ ଆନ୍ଦୋଳନରୁ ଓହରିବା ପରେ କୋରାପୁଟ ଜିଲା ଜୟପୁର ଉପଖଣ୍ଡରେ ଧାନ କିଣା ଗୁରୁବାର ସ୍ୱାଭାବିକ ହୋଇଛି। ବର୍ତ୍ତମାନ ସୁଦ୍ଧା ଜିଲାର ୧୦...

ଓଡ଼ିଶାର ଏହି ଜିଲାରେ ହେବ ନୂଆ ମେଗା ଷ୍ଟିଲ୍ ପ୍ଲାଣ୍ଟ, ସୃଷ୍ଟି ହେବ ୧୪ ହଜାରରୁ ଉର୍ଦ୍ଧ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୮ା୧: ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲା କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା...

ସତେକି ଦିନିକିଆ ନୁହେଁ ଟେଷ୍ଟ: ଗୋଟିଏ ଉଇକେଟ ପାଇଁ  ଲୁଟାଇଲେ ୩୨୬ ରନ୍‌; ୬ ମ୍ୟାଚ୍‌ରେ ଫେଲ ହେଲେ…

ନୂଆଦିଲ୍ଲୀ,୮।୧: କ୍ରିକେଟର ଅର୍ଜୁନ ତେନ୍ଦୁଲକରଙ୍କ ପାଇଁ ଚଳିତ ବିଜୟ ହଜାରେ ଟ୍ରଫିର ଏହି ସିଜନ ଅତ୍ୟନ୍ତ ଖରାପ ହୋଇଛି। ବାମହାତି ଏହି ଅଲରାଉଣ୍ଡର ଉଭୟ ବୋଲିଂ...

ମଧ୍ୟାହ୍ନରେ ଘରକୁ ଖାଇବାକୁ ଆସି ନ ଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ଚାଷୀଙ୍କ ଜୀବନ

ଦିଗପହଣ୍ଡି,୮।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦସେଇପୁର ଗ୍ରାମର ଜଣେ ଚାଷୀ ଗ୍ରାମ ନିକଟ ଏକ ପୋଖରୀ ରେ ବୁଡି ମୃତ୍ୟୁବରଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri