Posted inଜାତୀୟ

ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟ ଶେଷ

କୋଲକାତା/ଚେନ୍ନାଇ,୨୩ା୪: ପଶ୍ଚିମବଙ୍ଗ ବିଧାନସଭାର ୧୫୨ ଆସନ ଲାଗି ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟ ଶେଷ ହୋଇଛି। ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରେ ହିଂସା, ବୋମାମାଡ଼, ସଂଘର୍ଷ ଖବର ଆସିଥିବା ବେଳେ ମତଦାନ ହାର ୯୨.୨୫ ପ୍ରତିଶତ ରହିଛି। ସେହିପରି ତାମିଲନାଡୁର ସମସ୍ତ ୨୩୪ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ ହୋଇଥିବା ବେଳେ ମତଦାନ ହାର ୮୫.୦୩ ପ୍ରତିଶତ ରହିଥିବା ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ସୂଚନା ଦେଇଛନ୍ତି।

ତାମିଲନାଡୁରେ ୪,୦୨୩ ପ୍ରାର୍ଥୀଙ୍କ ପାଇଁ ୫.୭୩ କୋଟିରୁ ଊର୍ଦ୍ଧ୍ୱ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଡିଏମ୍‌କେ ନେତୃତ୍ୱାଧୀନ ମେଣ୍ଟ, ଏଆଇଏଡିଏମ୍‌କେ ନେତୃତ୍ୱାଧୀନ ଏନ୍‌ଡିଏ ଏବଂ ଅଭିନେତା ବିଜୟଙ୍କ ଟିଭିକେ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହୋଇଛି।

ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ କ୍ଷମତା ବଜାୟ ରଖିବା ପାଇଁ ଆଶାବାଦୀ ରହିତତ୍ବାବେଳେ ଏଆଇଏଡିଏମ୍‌କେ ନେତା ଏଡାପାଡି କେ. ପାଲାନିସ୍ବାମୀ ୫ ବର୍ଷ ପରେ ପୁଣିଥରେ କ୍ଷମତାକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛନ୍ତି।

ପଶ୍ଚିମବଙ୍ଗ ବିଧାନସଭାର ୨୯୪ ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୫୨ ଆସନ ପାଇଁ ଭୋଟ ହୋଇଥିବାବେଳେ ୩.୬୦ କୋଟିରୁ ଊର୍ଦ୍ଧ୍ୱ ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି। ସେଠାରେ ୩ ଥରର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମ୍‌ସି ଏବଂ ଭାଜପା ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେଉଛି। ୨୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ୧୪୨ ଆସନ ଲାଗି ମତଦାନ ହେବାକୁ ଥିବାବେଳେ ମେ’ ୪ରେ ତାମିଲନାଡୁ, କେରଳ, ଆସାମ ଓ ପଣ୍ଡିଚେରି ସମେତ ପଶ୍ଚିମବଙ୍ଗ ଭୋଟ ଗଣନା ସହ ଫଳାଫଳ ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

UPI Charges: ଦୋକାନୀମାନଙ୍କୁ ସେମାନଙ୍କର UPI ସ୍କାନର୍‌ ଏବଂ ସାଉଣ୍ଡବକ୍ସ ବଦଳାଇବାକୁ ପଡ଼ିବ? ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୧୬।୯: ନ୍ୟାସନାଲ ପେମେଣ୍ଟସ କର୍ପୋରେଶନ ଅଫ ଇଣ୍ଡିଆ (NPCI) ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର କାରବାର ଉପରେ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR)ଯାହା ମୁଖ୍ୟତଃ ଏକ UPI…

UPI ନା Cash, କେଉଁଥରେ ଟଙ୍କା ଅଧିକ ସଞ୍ଚୟ ହୁଏ? ସତ ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୧୬।୯: ଭାରତୀୟ ଡିଜିଟାଲ ଅର୍ଥନୀତିରେ ଆଜିକାଲି UPIକୁ ନେଇ ଏକ ନୂଆ ବିତର୍କ ଓ ବିବାଦ ଦେଖାଦେଇଛି। କେନ୍ଦ୍ର ସରକାର ଏବଂ NPCI ଦ୍ୱାରା ୨୦୦୦ ଟଙ୍କାରୁ…

ଅଭିନୟରୁ ସନ୍ୟାସ ନେବେ ଅମିତାଭ ବଚ୍ଚନ! ମୁହଁ ଖୋଲିଲେ ୮୩ ବର୍ଷିୟ ଅଭିନେତା

ମୁମ୍ବାଇ,୧୬।୯: ଅମିତାଭ ବଚ୍ଚନ ହିନ୍ଦୀ ସିନେମାର ‘ମେଗାଷ୍ଟାର’ ଭାବରେ ପରିଚିତ। ପ୍ରାୟ ଛଅ ଦଶନ୍ଧି ଧରି ଚଳଚ୍ଚିତ୍ର ଜଗତରେ ରାଜ କରିଆସୁଥିବା ‘ବିଗ ବି’ (Big B)…

ଭାଜପାର ଟେନସନ ବଢାଇଲେ ଜଣେ ପୂର୍ବତନ ଭାଜପା ନେତା? ଜାଣନ୍ତୁ କ’ଣ କଲେ

ଲକ୍ଷ୍ନୌ,୧୬।୯: ଉତ୍ତର ପ୍ରଦେଶ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ବର୍ଦ୍ଧିତ ଆହ୍ବାନର ସମ୍ମୁଖୀନ ହୋଇପାରେ। କର୍ଣ୍ଣି ସେନା ରାଜ୍ୟରେ ୫୦ଟି ଆସନରେ ନିର୍ବାଚନ ଲଢ଼ିବାକୁ ଯୋଜନା…

ପାରିବାରିକ କଳହର କରୁଣ ପରିଣତି, ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀଙ୍କ ଜୀବନ ଗଲା, ଘରେ ପଡ଼ିଛି…

ଚାନ୍ଦବାଲି,୧୬ା୯(କିଷାନ ପାତ୍ର): ଏମିତି ଏକ ଦୁଃଖଦ ଘଟଣାକୁ ନେଇ ଚାନ୍ଦବାଲି ଅଞ୍ଚଳରେ ଚାଞ୍ଚଲ୍ୟ ଦେଖାଦେଇଛି। ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ପାଇକିରାପୁର ଗ୍ରାମରେ ପାରିବାରିକ କଳହକୁ…

U-15ରେ ଓଡ଼ିଶା ପାଇଁ ଖେଳିବେ ଗୁଡ଼ାରି ଝିଅ ଆୟୁଷା

ଗୁଡ଼ାରି,୧୬ା୯(ପ୍ରମୋଦ କୁମାର ପତି): ୧୫ ବର୍ଷରୁ କମ୍‌ କ୍ରିକେଟ୍‌ରେ ଓଡ଼ିଶା ପାଇଁ ଖେଳିବାର ସୁଯୋଗ ପାଇଛନ୍ତି ରାୟଗଡ଼ା ଜିଲା ଗୁଡ଼ାରି ଝିଅ ଆୟୁଷା ମିଶ୍ର। ଏ ନେଇ…

ବଡ଼ ଦୁର୍ଘଟଣା: ଏକ ଲାଇଭ କାର୍ଯ୍ୟକ୍ରମର ଖବର ସଂଗ୍ରହ ସମୟରେ ଗଣମାଧ୍ୟମର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ୩ ମୃତ ଦେଖନ୍ତୁ ଭିଡ଼ିଓ

ଲସ ଆଞ୍ଜେଲସ,୧୬।୯: ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। କାଲିଫର୍ନିଆର ଲସ ଆଞ୍ଜେଲସରେ ଏକ ମିଡିଆ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଚାଟ୍ସୱର୍ଥ (Chatsworth) ଅଞ୍ଚଳରେ…

ଶଙ୍ଖ ନଦୀରେ ଅଘଟଣ: ଗାଧୋଇବାବେଳେ ବୁଡ଼ିଗଲେ ୩ ନାବାଳିକା

କୁଆଁରମୁଣ୍ଡା, ୧୬।୯ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଅଞ୍ଚଳରେ ବୁଧବାର ସକାଳେ ଏକ ହୃଦୟବିଦାରକ ଘଟଣା ଘଟିଛି। ଶଙ୍ଖ ନଦୀରେ ଗାଧୋଉଥିବାବେଳେ ବୁଡ଼ିଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?