କର୍ମଚାରୀଙ୍କ ରୋଷର ଶିକାର ହେଲେ ଅଧୀକ୍ଷଣ ଯନ୍ତ୍ରୀ: ସୁନ୍ଦରଗଡ଼ କ୍ଷୁଦ୍ର ଜଳସେଚନ ବିଭାଗରେ ହୋହଲ୍ଲା, ବଦଳି ଦାବିରେ ଅଟଳ କର୍ମଚାରୀ

ସୁନ୍ଦରଗଡ,୨୩।୪(ଜୟ ନାରାୟଣ ମେଣ୍ଡୁଳି): କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର କରିବା ଅଧିକାରୀଙ୍କୁ ପଡିଛି ମହଙ୍ଗା । ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ସୁନ୍ଦରଗଡ ସହର ମଧ୍ୟ ଭାଗରେ ଥିବା କ୍ଷୁଦ୍ର ଜଳସେଚନ ବିଭାଗ, ଡିଭିଜନ କାର୍ଯ୍ୟାଳୟ ମଧ୍ୟରେ। ଏହି ଡିଭିଜନରେ କାର୍ଯ୍ୟରତ ୩ଜଣ ସହକାରୀ ଯନ୍ତ୍ରୀ, ୫ଜଣ କନିଷ୍ଠ ଯନ୍ତ୍ରୀଙ୍କ ସମେତ ୩୦ରୁ ଉର୍ଦ୍ଧ ମହିଳା ଓ ପୁରୁଷ କର୍ମଚାରୀ ଅଧୀକ୍ଷଣ ଯନ୍ତ୍ରୀ ଧୀରେନ୍ଦ୍ର କୁମାର ନାଏକଙ୍କ ସହ ତାଙ୍କ ପ୍ରକୋଷ୍ଠରେ ପ୍ରାୟ ୩ଘଣ୍ଟା କାଳ ଯୁକ୍ତିତର୍କ ଓ ପାଟିତୁଣ୍ଡ ଘଟଣା ଦେଖିବାକୁ ମିଳିଥିଲା। କର୍ମଚାରୀମାନଙ୍କ ପ୍ରତି ଅଧିକାରୀଜଣଙ୍କ ବିଭିନ୍ନ ସମୟରେ ଉଦ୍ଦେଶ୍ୟମୂଳକ ଭାବେ ଗାଳିଗୁଲଜ କରି ମାନସିକ ନିର୍ଯାତନା ଦେଉଥିବା କର୍ମଚାରୀମାନେ ଖୋଲାଖୋଲି ଅଭିଯୋଗ କରିଥିଲେ। ଏପରିକି ତଳକର୍ମଚାରୀଙ୍କଠାରୁ ଆରମ୍ଭ କରି ମହିଳା ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ କର୍ମଚାରୀ ମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଫିସ ଡକାଇ କାର୍ଯ୍ୟ କରାଇବା ସହ ଗାଳିମନ୍ଦ କରୁଥିବା ଅଭିଯୋଗ ହୋଇଥିଲା। ଏଭଳି ପରିସ୍ଥିତିରେ କର୍ମଚାରୀମାନେ କାର୍ଯ୍ୟ ଛାଡିବେ ନ ହେଲେ ଆପଣ ଏଠାରୁ ଅନ୍ୟତ୍ର ବଦଳି ହୋଇ ଚାଲିଯିବାକୁ କହିଥିଲେ।

ଅଧିକାରୀଙ୍କ ଏଭଳି ବ୍ୟବହାର ସମ୍ପର୍କରେ କର୍ମଚାରୀମାନେ ଅଭିଯୋଗ କରିଆସୁଥିଲେ ମଧ୍ୟ ଏଦିଗରେ କୌଣସି ପରିବର୍ତ୍ତନ ନ ହେବା ପରେ ଗୁରୁବାର ଏମପି ତଥା କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ପ୍ରତିନିଧି ସୁଖଲାଲ ମୁଣ୍ଡାଙ୍କ ଉପସ୍ଥିତିରେ ଏହି ପ୍ରସଙ୍ଗରେ କର୍ମଚାରୀମାନେ ଅଧୀକ୍ଷଣ ଯନ୍ତ୍ରୀ ନାଏକଙ୍କ ସହ ଆଲୋଚନା ହୋଇଥିଲା। ଆଲୋଚନା ବେଳେ କର୍ମଚାରୀମାନେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଅଧୀକ୍ଷଣ ଯନ୍ତ୍ରୀ ନାଏକ ନିଜର ଏଭଳି ବ୍ୟବହାର ଆଗକୁ ପୁନର୍ବାର ନ କରିବା ପାଇଁ କର୍ମଚାରୀମାନଙ୍କୁ କହିଥିଲେ। ହେଲେ କର୍ମଚାରୀମାନେ ଏଠାରୁ ତାଙ୍କର ବଦଳି ଜିଦରେ ଅଟଳ ରହିଥିଲେ। ଫଳରେ ଅଧୀକ୍ଷଣ ଯନ୍ତ୍ରୀ ସେଠାରୁ ଅଫିସ ପ୍ରକୋଷ୍ଠରୁ ଉଠି ଚାଲିଯାଇଥିଲେ। ପରେ କର୍ମଚାରୀମାନେ ଅଫିସ ବାହାରକୁ ଆସି ତାଙ୍କ ବଦଳି ଦାବିରେ ନାରା ଦେବା ସହ ବଦଳି ନ ହେବା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି। ଅପରପକ୍ଷରେ ଅଧୀକ୍ଷଣ ଯନ୍ତ୍ରୀ ନାଏକ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ କିଛି କର୍ମଚାରୀଙ୍କୁ ତାଗିଦ କରିଥିଲେ। ହେଲେ ଉଦ୍ଦେଶ୍ୟମୂଳକ ଭାବରେ କୌଣସି କର୍ମଚାରୀମାନଙ୍କୁ ଗାଳିମନ୍ଦ କରିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଜୁ ପଟ୍ଟନାୟକ ମାର୍ଗରେ ନିଆରା ଗଣେଶ ପୂଜା: ରାଧାକୃଷ୍ଣ ବେଶରେ ପୂଜା ପାଉଛନ୍ତି ଗଜାନନ

ଗଞ୍ଜାମ, ୧୬/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଥିବାବେଳେ ବିଜୁ ପଟ୍ଟନାୟକ ମାର୍ଗରେ ଆୟୋଜିତ ଗଣେଶ ପୂଜା…

ଶ୍ରୀମନ୍ଦିରରେ ଛୁଆଁ ମହାସ୍ନାନ ନୀତି: ରତ୍ନସିଂହାସନ ଉପରେ ଛୁଇଁ ଦେଲେ…

ପୁରୀ,୧୬।୯(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିରରେ ବୁଧବାର ଶ୍ରୀବିଗ୍ରହଙ୍କ ‘ଛୁଆଁ ମହାସ୍ନାନ’ ନୀତି ଅନୁଷ୍ଠିତ ହୋଇଛି। ଏହି କାରଣରୁ ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଳମ୍ବ ଦେଖିବାକୁ ମିଳିଛି। ମହାସ୍ନାନ ନୀତି…

ନନ୍ଦନକାନନରେ ୫ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ: ମହୀଶୂର ଚିଡ଼ିଆଖାନାର ୨ ବିଶେଷଜ୍ଞ…

ଭୁବନେଶ୍ୱର, ୧୬।୯: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଥିବା ୫ ଓରାଙ୍ଗଉଟାନଙ୍କ ଯତ୍ନ ଓ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ଏଥିପାଇଁ ମହୀଶୂର ଚିଡ଼ିଆଖାନାର ୨ ଜଣ ବିଶେଷଜ୍ଞ ନନ୍ଦନକାନନରେ…

ଭାରତ ଉପରେ ୧୦୦% ଟାରିଫ୍‌ ଲଗାଇବ ଆମେରିକା: ଭାରତ କହିଲା, ଆମେ…

ନୂଆଦିଲ୍ଲୀ,୧୬।୯: ରୁଷିଆଠାରୁ ବିପୁଳ ପରିମାଣରେ କ୍ରୁଡ ଅଏଲ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବା ନେଇ ଆମେରିକାରେ ଆଇନ ପ୍ରଣୟନ ପ୍ରକ୍ରିୟା ଆଗକୁ ବଢ଼ିଛି।…

ଦକ୍ଷିଣୀ ଷୌଣ୍ଡିକ ସମାଜ ସାହୁ ପରିବାରର ସାମୂହିକ ନୂଆଁଖାଇ: ସମାଜକୁ ଦେଲେ ଏକତାର ବାର୍ତ୍ତା

କେସିଙ୍ଗା,୧୬।୯(ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ‘ନୂଆଁଖାଇ’ ଅବସରରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମର ଦକ୍ଷିଣୀ ଷୌଣ୍ଡିକ ସମାଜର ସାହୁ ପରିବାର ପକ୍ଷରୁ ଭବ୍ୟ…

ଶାହରୁଖଙ୍କ ‘ମନ୍ନତ’ର ମାସିକ ବିଦ୍ୟୁତ ବିଲ କେତେ ଜାଣିଛନ୍ତି କି, ଉଡିଯିବ ହୋଶ୍‌

ମୁମ୍ବାଇ: ବଲିଉଡର ‘କିଙ୍ଗ ଖାନ’ ଭାବେ ପରିଚିତ ଶାହରୁଖ ଖାନଙ୍କ ଲୋକପ୍ରିୟତା କେବଳ ଭାରତରେ ସୀମିତ ନୁହେଁ। ଦେଶ-ବିଦେଶରେ ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି। ତାଙ୍କର…

ପେଟ୍ରୋଲ-ଡିଜେଲ ଭରିବା ହେବ ମହଙ୍ଗା! ଏବେ ଲାଗିବ ଅତିରିକ୍ତ ଚାର୍ଜ, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: UPI ପେମେଣ୍ଟକୁ ନେଇ ବଡ଼ ପରିବର୍ତ୍ତନ ଆସିଛି। ନ୍ୟାଶନାଲ ପେମେଣ୍ଟ୍ସ କର୍ପୋରେସନ ଅଫ ଇଣ୍ଡିଆ (NPCI) ଘୋଷଣା କରିଥିବା ନୂଆ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ (MDR)…

ପ୍ରଶାସନକୁ ହସ୍ତାନ୍ତର ହୋଇନାହିଁ ଅଙ୍ଗନୱାଡ଼ି କେନ୍ଦ୍ର: ବିପଦସଙ୍କୁଳ ସ୍କୁଲ ବାରଣ୍ଡାରେ ବସୁଛନ୍ତି ଶିଶୁ

ଲାଞ୍ଜିଗଡ଼,୧୬ା୯(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ଠାରେ ୨୦୧୫ରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହେବାର ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?