Posted inଜାତୀୟ

ଭାରତରେ ବଢୁଛିି ଅତି-ଧନୀଙ୍କ ସଂଖ୍ୟା: ଆସିଲା ଚକିତ କଲା ଭଳି ରିପୋର୍ଟ

ନୂଆଦିଲ୍ଲୀ, ୨୪ା୪ (ଆଇଏଏନ୍‌ଏସ୍‌):ଭାରତରେ ଅତି ଧନୀ ବ୍ୟକ୍ତି ବା ‘ଅଲଟ୍ରା-ରିଚ୍‌’ ଲୋକଙ୍କ ସଂଖ୍ୟାରେ ବଡ଼ଧରଣର ବୃଦ୍ଧି ପରିଲକ୍ଷିତ ହୋଇଛି। ଗୁରୁବାର ପ୍ରକାଶିତ ‘ନାଇଟ୍‌ ଫ୍ରାଙ୍କ୍‌’ ରିପୋର୍ଟ ଅନୁଯାୟୀ, ଭାରତରେ ଅଲଟ୍ରା-ହାଇ୍‌-ନିଟ୍‌-ଓ୍ବର୍ଥ ଇଣ୍ଡିଭିଜୁଆଲ (ୟୁଏଚ୍‌ଏନ୍‌ଡବ୍ଲ୍ୟୁଆଇ) ବ୍ୟକ୍ତିଙ୍କ ସଂଖ୍ୟା (ଯେଉଁମାନଙ୍କ ସମ୍ପତ୍ତି ପ୍ରାୟ ୨୫୦ କୋଟି ଟଙ୍କାରୁ ଅଧିକ) ବର୍ତ୍ତମାନ ୧୯,୮୭୭ ରହିଛି। ୨୦୩୧ ସୁଦ୍ଧା ଏହି ସଂଖ୍ୟା ୨୭% ବୃଦ୍ଧି ପାଇ ୨୫,୨୧୭ରେ ପହଞ୍ଚିବାର ସମ୍ଭାବନା ଅଛି। ବିଶ୍ୱସ୍ତରରେ ଅତି-ଧନୀ ଲୋକଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ଏବେ ଷଷ୍ଠ ସ୍ଥାନରେ ରହିଛି। ନାଇଟ୍‌ ଫ୍ରାଙ୍କ୍‌ ରିପୋର୍ଟ ହେଉଛି ବିଶ୍ୱର ସମ୍ପତ୍ତି, ବିଳାସପୂର୍ଣ୍ଣ ନିବେଶ ଏବଂ ରିଅଲ ଇଷ୍ଟେଟ ବଜାର ଉପରେ ଆଧାରିତ ଏକ ପ୍ରମୁଖ ବାର୍ଷିକ ରିପୋର୍ଟ। ଏହି ରିପୋର୍ଟ ମୁଖ୍ୟତଃ ନାଇଟ୍‌ ଫ୍ରାଙ୍କ୍‌ ଏଲ୍‌ଏଲ୍‌ପି ନାମକ ଏକ ବିଶ୍ୱସ୍ତରୀୟ ସ୍ବାଧୀନ ରିଅଲ ଇଷ୍ଟେଟ ପରାମର୍ଶଦାତା ସଂସ୍ଥା ଦ୍ୱାରା ପ୍ରସ୍ତୁତ ଏବଂ ପରିଚାଳିତ। ଏହାର ମୁଖ୍ୟ କାର୍ଯ୍ୟାଳୟ ଲଣ୍ଡନରେ ଅଛି। ଏହି ରିପୋର୍ଟରେ ବିଶ୍ୱ ତଥା ଭାରତର ଆର୍ଥିକ ଅଭିବୃଦ୍ଧିକୁ ନେଇ ଅନେକ ତଥ୍ୟ ପ୍ରକାଶ ପାଇଛି।
ଗତ ୫ ବର୍ଷ ମଧ୍ୟରେ ଭାରତରେ ବିଲିୟନେୟାର (ଯେଉଁମାନଙ୍କ ସମ୍ପତ୍ତି ପ୍ରାୟ ୮୪୦୦ କୋଟି ଟଙ୍କାରୁ ଅଧିକ)ଙ୍କ ସଂଖ୍ୟା ୫୮% ବୃଦ୍ଧି ପାଇ ୨୦୭ରେ ପହଞ୍ଚିଛି। ଆମେରିକା ଏବଂ ଚାଇନା ପରେ ଭାରତ ଏବେ ବିଶ୍ୱର ତୃତୀୟ ବୃହତ୍ତମ ବିଲିୟନେୟାର ଦେଶ। ୨୦୩୧ ସୁଦ୍ଧା ଏହି ସଂଖ୍ୟା ଆହୁରି ୫୧% ବଢ଼ି ୩୧୩ ରେ ପହଞ୍ଚିବ ବୋଲି ଆଶା କରାଯାଉଛି। ରିପୋର୍ଟ ଅନୁସାରେ, ସମ୍ପତ୍ତି କେବଳ କିଛି ସ୍ଥାନରେ ସୀମିତ ନ ରହି ଏବେ ବିଭିନ୍ନ ସହରକୁ ବ୍ୟାପିବାରେ ଲାଗିଛି। ମୁମ୍ବାଇ ଏବେ ମଧ୍ୟ ୩୫.୪% ଅଂଶଧନ ସହ ଦେଶର ଶୀର୍ଷରେ ରହିଛି। ଦିଲ୍ଲୀ (୨୨.୮%), ଚେନ୍ନାଇ ଏବଂ ହାଇଦ୍ରାବାଦରେ ଧନୀଙ୍କ ସଂଖ୍ୟା ବହୁତ ବଢ଼ିଛି। ଅନ୍ୟପଟେ, ବେଙ୍ଗାଲୁରୁରେ ଅତି-ଧନୀଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଛି।
ନାଇଟ୍‌ ଫ୍ରାଙ୍କ୍‌ ଇଣ୍ଡିଆର ଅଧ୍ୟକ୍ଷ ଶିଶିର ବୈଜଲ କହିଛନ୍ତି, ଭାରତୀୟ ଅର୍ଥନୀତି ଏବେ ଅଧିକ ଉଦ୍ୟୋଗୀଭିତ୍ତିକ ହେବାକୁ ଯାଉଛି। ଡିଜିଟାଲାଇଜେଶନ, ଶେୟାର ବଜାରର ସଫଳତା ଏବଂ ପାରିବାରିକ ବ୍ୟବସାୟର ଅଭିବୃଦ୍ଧି ଯୋଗୁ ଦେଶରେ ସମ୍ପତ୍ତି ସୃଷ୍ଟି ହେବାର ନୂଆ ସୁଯୋଗ ସୃଷ୍ଟି ହୋଇଛି। ନାଇଟ୍‌ ଫ୍ରାଙ୍କ୍‌ର ଗ୍ଲୋବାଲ ହେଡ୍‌ ଲିୟାମ ବେଲିଙ୍କ କହିବାନୁଯାୟୀ, ବିଶ୍ୱସ୍ତରରେ ଭାରତ ପରି ଉଦୀୟମାନ ଅର୍ଥନୀତିଗୁଡ଼ିକ ଏବେ ସମ୍ପତ୍ତି ବଣ୍ଟନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସି ଜିନପିଙ୍ଗଙ୍କ ଅସୁସ୍ଥତାକୁ ନେଇ ବଢୁଛି କଳ୍ପନାଜଳ୍ପନା, ୨୪ ଘଣ୍ଟା ପରେ ଭାରତ ଛାଡ଼ିବାର କାରଣକୁ ନେଇ ହେଉଛି ଚର୍ଚ୍ଚା

ବେଜିଂ,୧୬।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରାୟତଃ ବିଭିନ୍ନ ଖବର ସାମ୍ନାକୁ ଆସିଥାଏ। ପୁଣିଥରେ ସୋସିଆଲ ମିଡିଆରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚା ଆରମ୍ଭ…

EPFରେ ବଡ଼ ପରିବର୍ତ୍ତନ; ୫୧ ଲକ୍ଷରୁ ଅଧିକ କର୍ମଚାରୀ ହେବେ ଉପକୃତ, ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ…

ନୂଆଦିଲ୍ଲୀ,୧୬ା୯: କର୍ମଚାରୀଙ୍କ ସାମାଜିକ ସୁରକ୍ଷାକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । EPF ଓ EPS କଭରେଜ୍‌ ପାଇଁ ଲାଗୁଥିବା…

ସହରର ମୁଖ୍ୟ ରାସ୍ତାରେ ଗଦାହୋଇଛି ବାଲି, ଦୁର୍ଘଟଣାକୁ ଆମନ୍ତ୍ରଣ କରି…

ଗଞ୍ଜାମ,୧୬ା୯(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥଠାରୁ ଗଞ୍ଜାମ ସହରକୁ ସଂଯୋଗ ମୁଖ୍ୟ ରାସ୍ତାରେ ଅଧିକାଂଶ ସମୟରେ ଘର ନିର୍ମାଣ କାର୍ଯ୍ୟ ପାଇଁ ବାଲି ଶୁଖା ଯାଉଥିବା…

ବାଲସି ଗାଁରେ ନୂଆଖାଇ ଜୁହାର, ଏକାଠି ହୋଇ ନବାନ୍ନ ଭକ୍ଷଣ କରିବା ପରେ…

କେସିଙ୍ଗା,୧୬ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମର ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଷଣା ବଂଶ ପକ୍ଷରୁ ନୂଆଖାଇ ଓ ଜୁହାର କାର୍ଯ୍ୟକ୍ରମ…

Asian Games 2026: ଏସିଆନ୍ ଗେମ୍ସ ପୂର୍ବରୁ ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ; ବାଦ୍ ପଡ଼ିଲେ ବରୁଣ, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୬।୯: ଏସିଆନ୍ ଗେମ୍ସ ୨୦୨୬ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳରେ ପରିବର୍ତ୍ତନ ହୋଇଛି । ଆହତ କାରଣରୁ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏସିଆନ୍ ଗେମ୍ସରୁ ବାଦ୍…

ବଜ୍ରପାତରେ ଦୁଇ ପରିବାରର ଚାଲିଗଲା ୨ ଜୀବନ

ବଞ୍ଚୋ/ଆନନ୍ଦପୁର,,୧୬ା୯(ପ୍ରଦୋଷ ବିଶ୍ୱାଳ/ ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ବୁଧବାର ବଜ୍ରପାତ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଅଚାନକ ବଜ୍ରପାତରେ ଦୁଇଟି…

ଶ୍ରୀଦେବୀଙ୍କ ସମ୍ପତ୍ତିକୁ ନେଇ ଉଠିଲାଣି ବିବାଦ; ସୁପ୍ରିମକୋର୍ଟ ଦେଲେ ଏମିତି ପରାମର୍ଶ

ନୂଆଦିଲ୍ଲୀ,୧୬।୯: ସୁପ୍ରିମକୋର୍ଟ ବଲିଉଡର ସ୍ବର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ପାରିବାରିକ ସମ୍ପତ୍ତି ସହ ଜଡ଼ିତ ବିବାଦର ସମାଧାନ ପାରସ୍ପରିକ ଆଲୋଚନା ମାଧ୍ୟମରେ କରିବାକୁ ପରାମର୍ଶ ଦେଇଛନ୍ତି। ଚେନ୍ନାଇର ଶୋଲିଙ୍ଗାନାଲୁର…

ମୂର୍ତ୍ତି ବିସର୍ଜନବେଳେ ପୋଖରୀରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା, ଗାଁରେ ଶୋକାକୁଳ ପରିବେଶ

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ପଞ୍ଚାୟତ ସିଦ୍ଧଖଣ୍ଡି ଗାଁ ସ୍କୁଲରେ ୮ମ ଶ୍ରେଣୀରେ ପଢୁଥିବା ମରମ ଜେନାଙ୍କ ପୁଅ ସୀତାଂଶୁ (୧୩)ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?