Posted inଜାତୀୟ

ମମତା ଦିଦିଙ୍କ ଖେଳ ଶେଷ ହୋଇଛି: ଯୋଗୀ

ଚକଦହା,୨୩।୪: ପଶ୍ଚିମବଙ୍ଗ ବିଧାନସଭାର ୧୫୨ ଆସନ ଲାଗି ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ପଶ୍ଚିମବଙ୍ଗର ଚକଦହାରେ ଆୟୋଜିତ ଏକ ସାଧାରଣ ସଭାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗଦେଇ ରାଜ୍ୟର ରାଜନୈତିକ ଦିଗ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ନାଦିଆର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟ ଉଲ୍ଲେଖ କରି, ସେ ଏହାକୁ ଚୈତନ୍ୟ ମହାପ୍ରଭୁଙ୍କ ବୈଷ୍ଣବ ପରମ୍ପରାର ଭୂମି ଭାବେ ବର୍ଣ୍ଣନା କରିଥିଲେ।

ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ, ରାଜ୍ୟରେ ଆଇନ ଶୃଙ୍ଖଳା, ବିକାଶ ଏବଂ ସାଂସ୍କୃତିକ ପରିଚୟ ପ୍ରସଙ୍ଗରେ ମମତା ସରକାରଙ୍କୁ ଟାର୍ଗେଟ କରି ଭାଜପା ପ୍ରାର୍ଥୀ ବଙ୍କିମ ଚନ୍ଦ୍ର ଘୋଷଙ୍କ ପାଇଁ ଭୋଟ ମାଗିଥିଲେ। ସେ କହିଥିଲେ, ଉତ୍ତରପ୍ରଦେଶ ପରି ପଞ୍ଚିମବଙ୍ଗରେ ଡବଲ-ଇଞ୍ଜିନ ସରକାର ଗଠନ ହୁଏ, ତେବେ ପଞ୍ଚିମବଙ୍ଗରେ ବିକାଶ, ସୁରକ୍ଷା ଏବଂ ସାଂସ୍କୃତିକ ପୁନର୍ଜାଗରଣର ଏକ ନୂତନ ଯୁଗ ଆରମ୍ଭ ହେବ। ଏଥି ସହିତ ମମତା ବାନାର୍ଜୀଙ୍କ ଖେଳ ଶେଷ ହୋଇଛି ବୋଲି ଟାଗେର୍ଟ କରିଥିଲେ।

ମୁଖ୍ୟମନ୍ତ୍ରୀ ଯୋଗୀ ପୁଣି କହିଥିଲେ, ପଶ୍ଚିମବଙ୍ଗରେ ୭୦୦୦ରୁ ଅଧିକ ବଡ଼ ଶିଳ୍ପ ବନ୍ଦ ହୋଇଗଲାଣି। ହେଲେ ଉତ୍ତରପ୍ରଦେଶରେ ୯ ବର୍ଷ ମଧ୍ୟରେ ୧୭୦୦୦ରୁ ଅଧିକ ବଡ଼ ଶିଳ୍ପ ପ୍ରତିଷ୍ଠା ହୋଇଛି। ଏନେଇ ଲକ୍ଷ ଲକ୍ଷ ଯୁବକ ନିଯୁକ୍ତି ପାଉଛନ୍ତି। ୯୬ ଲକ୍ଷ ଏମ୍‌ଏସ୍‌ଏମ୍‌ଇ ୟୁନିଟ କାର୍ଯ୍ୟ କରୁଛନ୍ତି। ଦେଶକୁ ଖାଦ୍ୟ ଯୋଗାଉଥିବା ଚାଷୀମାନେ ଖୁସି ଏବଂ ସବୁଠି ବିକାଶର ଲହରୀ ଖେଳିଯାଇଛି। ୫୦୦ ବର୍ଷ ମଧ୍ୟରେ ଯେଉଁ କାମ ହୋଇ ନ ଥିଲା ତାହା ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ମୋଦିଙ୍କ ନେତୃତ୍ୱରେ ସମ୍ପୂର୍ଣ୍ଣ ହୋଇଛି। ଏହା ଉତ୍ତରପ୍ରଦେଶରେ ହୋଇପାରେ କାରଣ ସେଠାରେ ଡବଲ ଇଞ୍ଜିନ ଭାଜପା ସରକାର ଅଛି। ଏବେ, ପଞ୍ଚିମବମଙ୍ଗରେ ମଧ୍ୟ ଉଷ୍ମତା ଦେଖାଯାଉଛି, କାରଣ ଏଥର ଏଠାରେ ମଧ୍ୟ ଡବଲ ଇଞ୍ଜିନ ସରକାର ଗଠନ ହେବାକୁ ଯାଉଛି। ନଦିଆ ପୁଣି ଥରେ ବୈଷ୍ଣବ ପରମ୍ପରାର ଭୂମିଭାବେ ପ୍ରତିଷ୍ଠିତ ହେବା ସହ ପଞ୍ଚିମବଙ୍ଗ ସନାତନର ପତାକାକୁ ଉଚ୍ଚରେ ଉଠାଇବ। ମମତା ଦିଦି କୁହନ୍ତି ଖେଳା ହେବ, କିନ୍ତୁ ମୁଁ କହିବାକୁ ଆସିଛି, ମମତା ଦିଦି ଏଥର ଖେଳ ଶେଷ ହୋଇଛି ଏବଂ ବିକାଶ ଆରମ୍ଭ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

ଋଷିକୂଲ୍ୟାରେ ଭାସୁଛି ମୃତଦେହ

ଛତ୍ରପୁର,୧୫।୯(ଅନାଥ ତରାଇ/ଦିଲୀପ ସାମଲ): ଗଞ୍ଜାମ ବ୍ଲକ ଅଧୀନ ଗୋଖୁରୁକୁଦା ଫରେଷ୍ଟ ଅଫିସ ନିକଟସ୍ଥ ଋଷିକୂଲ୍ୟା ନଦୀରେ ମଙ୍ଗଳବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?