କେନ୍ଦୁଝର ଜିଲାପାଳଙ୍କୁ ହାଇକୋର୍ଟଙ୍କ ନୋଟିସ: ଚାକିରିରୁ ବେନିୟମ ବିଦା ଅଭିଯୋଗ, ଆବେଦନ କଲେ ପୁନଃ ବିଚାର ପାଇଁ ନିର୍ଦ୍ଦେଶ

କେନ୍ଦୁଝର/ହାଟଡିହୀ/ଆନନ୍ଦପୁର,୨୩।୪(ନରେଶ ଚନ୍ଦ୍ର ପଟ୍ଟନାୟକ, ଶୁଭକାନ୍ତ ନାୟକ, ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଖଣିଜ ପ୍ରତିଷ୍ଠାନ (DMF) କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ଘଟଣାରେ ମାନ୍ୟବର ଓଡ଼ିଶା ହାଇକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ କୋର୍ଟ କେନ୍ଦୁଝର ଜିଲାପାଳଙ୍କୁ ନୋଟିସ ଜାରି କରିବା ସହ କର୍ମଚାରୀଙ୍କ ଆବେଦନକୁ ଆଇନ ଅନୁଯାୟୀ ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

DMF କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ରଞ୍ଜିତ ସାହୁ ବର୍ଦ୍ଧିତ ଦରମା ଦାବି କରିବାରୁ ତାଙ୍କୁ କୌଣସି ନୋଟିସ ନଦେଇ ମୌଖିକ ଭାବେ ଚାକିରିରୁ ବାହାର କରିଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ବିରୋଧ କରି ରଞ୍ଜିତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଘଟଣାରେ ତୃତୀୟ ଥର ଲାଗି ଦାୟର ମାମଲା (କେସ ନଂ WP(C)-୧୧୭୪୨/୨୦୨୬ )ର ଶୁଣାଣି କରି ଗତ ୨୨ ତାରିଖ ବୁଧବାର ଦିନ ହାଇକୋର୍ଟ ଜିଲାପାଳଙ୍କୁ କୈଫିୟତ ମାଗିଛନ୍ତି। ଯଦି କର୍ମଚାରୀ ଜଣକ ଚାକିରି ବଜାୟ ରଖିବା ପାଇଁ ଲିଖିତ ଆବେଦନ କରନ୍ତି, ତେବେ ଜିଲାପାଳ ତାହାକୁ ଆଇନଗତ ଭାବେ ବିଚାର କରିବାକୁ କୋର୍ଟ କହିଛନ୍ତି।

ଏହା ପୂର୍ବରୁ ମଧ୍ୟ ହାଇକୋର୍ଟ ୧୦ ଡିସେମ୍ବର ୨୦୨୫ରେ ଏହି ଅଭିଯୋଗର ବିଚାର ପାଇଁ ୪ ସପ୍ତାହ ସମୟ ଦେଇଥିଲେ। ମାତ୍ର ନିର୍ଦ୍ଧାରିତ ସମୟରେ ନିର୍ଦ୍ଦେଶ ପାଳନ ନ ହେବାରୁ ଜିଲାପାଳ ବିଶାଲ ସିଂଙ୍କ ନାମରେ ଅଦାଲତ ଅବମାନନା ମାମଲା (CONTC-୧୮୭୦/୨୦୨୬) ଦାୟର ହୋଇଥିଲା।

ସୂଚନାଯୋଗ୍ୟ, ଜିଲାପାଳ ଏପ୍ରିଲ ୨ରେ ଏକ ଅର୍ଡର ପ୍ରକାଶ କରିଥିଲେ। ଏଥିରେ ଅର୍ଡର ନଂ ୬୧୧/୯ ମାର୍ଚ୍ଚ ୨୦୨୬ ବୋଲି ଉଲ୍ଲେଖ ଥିବା ବେଳେ ୨୧ ଦିନ ପରେ ଅର୍ଥାତ ଚଳିତ ମାସ ଗତ ଏପ୍ରିଲ ୨ ରେ ମେଲ ଜରିଆରେ ଅଭିଯୋଗକାରୀ ରଞ୍ଜିତଙ୍କୁ ପ୍ରେରଣ କରିଥିଲେ, ଯେଉଁଥିରେ ଚାକିରିରୁ ବାହାର କରାଯିବା ନେଇ କୌଣସି ଉଲ୍ଲେଖ ନ ଥିଲା। ଏହି ଆଧାରରେ ରଞ୍ଜିତ ଏପ୍ରିଲ ୪ରେ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିବା ବେଳେ DMF ସିଇଓ ଡ. ରୀନା ପ୍ରଧାନ ତାଙ୍କୁ ବାରଣ କରିଥିଲେ। ଜଣେ ଆଇଏଏସ ଅଧିକାରୀଙ୍କ ଏଭଳି ପଦକ୍ଷେପ ଏବଂ କୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ କାର୍ଯ୍ୟରେ ଅବହେଳାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ପ୍ରକାଶ ଥାଉ କି, ସିଇଓ ଭାବେ ଡ. ରୀନା ପ୍ରଧାନ (ଆଇଏଏସ )ଗତ ଜୁଲାଇ ୨୦୨୫ରୁ ଏଠାରେ ଦାୟିତ୍ୱ ନିର୍ବାହ କରୁଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ମାନବ ଚାଲାଣ ରୋକିବା ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ’

ଭଞ୍ଜନଗର,୩୦।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଗୁରୁବାର ବିଶ୍ୱ ମାନବ ଚାଲାଣ ବିରୋଧୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମାନବ…

ଜମିରୁ ଫେରିବା ବେଳେ ଚାଷୀଙ୍କୁ ଦନ୍ତା ଆକ୍ରମଣ: ଉଜୁଡ଼ିଲା ସଂସାର, ଘର ଚଳାଇବା କଷ୍ଟକର

ଜି.ଉଦୟଗିରି,୩୦।୭ (ଚିନ୍ମୟ କୁମାର ସେଠି): କନ୍ଧମାଳ ଜିଲା ଜି.ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ଡଙ୍ଗାଏଜୁ ଗ୍ରାମର ସିରାପାଦେରୀ ନିକଟରେ ଦନ୍ତାହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। କିଛି…

ଅସହାୟଙ୍କ ପାଇଁ ସାହା ହେଲା ବିନ୍ଦୁମିନା ସେବା ଫାଉଣ୍ଡେଶନ: ବର୍ଷା ବିପନ୍ନଙ୍କୁ ମାଗଣା ରାଶନ ଓ ଶୁଖିଲା ଖାଦ୍ୟ ବଣ୍ଟନ

ଭବାନୀପାଟଣା/ଗୋଲାମୁଣ୍ଡା,୩୦।୭(ଉତ୍ତମ କୁମାର ଦାଶ/ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ପ୍ରବଳ ବର୍ଷା ଯାହାକି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଛି, ସେହି ସମୟରେ ବିପନ୍ନଙ୍କ ପାଇଁ ଦେବଦୂତ…

ଛାଡ଼ି ଯାଇଛି ବନ୍ୟା, କମିନି ଦୁର୍ଦ୍ଦଶା: ୩୧ ହଜାରରୁ ଅଧିକ ଲୋକ ପ୍ରଭାବିତ; ଭାଙ୍ଗିଛି ଘର, ଚିନ୍ତାରେ…

ହାଟଡିହୀ/ଛେନାପଦୀ,୩୦।୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀରେ ଆସିଥିବା ବନ୍ୟା ପାଣି କମିଯାଇଥିଲେ ମଧ୍ୟ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା କମିବାର…

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

ଟଙ୍କା ହେରଫେର, ପୂର୍ବତନ ସମିତି ସମ୍ପାଦକ ଗିରଫ

ହାଟଡିହୀ,୩୦।୭(ଶୁଭକାନ୍ତ ନାୟକ): ଟଙ୍କା ହେରଫେର ଅଭିଯୋଗରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସଢା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ଦୀନବନ୍ଧୁ ଜେନାଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ…

ଗୋରୁ ବୋଝେଇ ଗାଡ଼ି ସହ ୨ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ, ହାଟରେ ବିକ୍ରି ପାଇଁ ନେଉଥିଲେ

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ କିଛି ଗୋରୁ ବେପାରୀ ଗତ କିଛିଦିନ ହେଲା ବେଧଡକ ଭାବେ ବେଆଇନ ଗୋରୁ ବ୍ୟବସାୟ…

ବିଦ୍ୟୁତ୍‌ ଖୁଣ୍ଟ ଉପରେ ୫ ଦିନ ହେଲା ପଡ଼ିଛି ଗଛ, ହଟାଇବାର ନାଁ ଧରୁନି ବିଭାଗ, ଆନ୍ଦୋଳନ ପାଇଁ…

ଦାରିଙ୍ଗବାଡ଼ି,୩୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ଦୁର୍ଗମ ଗ୍ରାମ ପାଙ୍ଗାଲିଠାରୁ ଗଣ୍ଡିଗୁଡ଼ାକୁ ସଂଯୋଗ କରୁଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟ ପାଙ୍ଗାଲି ନିକଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri