Posted inଖେଳ

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ

ମୁମ୍ବାଇ,୨୩ା୪: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଏବଂ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ପରସ୍ପରକୁ ଭେଟିଛନ୍ତି। ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ ବଳରେ ସିଏସ୍‌କେ ପ୍ରତିପକ୍ଷ ମୁମ୍ବାଇ ସମ୍ମୁଖରେ ୨୦୮ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡ଼ା କରିଛି।

ହାଇ ସ୍କୋରିଂ ପିଚ୍‌ରେ ମୁମ୍ବାଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ସିଏସ୍‌କେ ପାଇଁ ଫର୍ମରେ ଥିବା ସାମସନ ଗୋଟିଏ ପକ୍ଷ ସମ୍ଭାଳି ରଖିଥିବା ବେଳେ ଅନ୍ୟ ବ୍ୟାଟରମାନେ ତାଙ୍କୁ ଉପଯୋଗୀ ସମର୍ଥନ ପ୍ରଦାନ କରିଥିଲେ। ଅଧିନାୟକ ଋତୁରାଜ ଗାଏକ୍ୱାଡ ଓ ସାମସନ ୩ ଓଭରରେ ଦଳୀୟ ସ୍କୋରକୁ ୩୨ ରନରେ ପହଞ୍ଚାଇଥିଲେ। ଏପର୍ଯ୍ୟନ୍ତ ଫର୍ମ ସହ ସଂଘର୍ଷ କରୁଥିବା ଋତୁରାଜ ୧୪ ବଲରେ ୨୨ (୩ ଚୌକା ଓ ୧ ଛକା) ରନ କରି ପ୍ରଥମ ବ୍ୟାଟର ଭାବେ ଆଉଟ୍‌ ହୋଇଥିଲେ। ତାଙ୍କ ପରେ ସର୍ଫରାଜ ଖାନ (୮ ବଲ, ୧୪ ରନ ଓ ୩ ଚୌକା) ଷଷ୍ଠ ଓଭରରେ ମିଚେଲ ସାଣ୍ଟନରଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ସିଏସ୍‌କେ ପାଓ୍ବାରପ୍ଲେରେ ୨ ଉଇକେଟ ହରାଇବା ସତ୍ତ୍ୱେ ୭୩ ରନ କରିଥିଲା। ନଂ.୪ରେ ଆସିଥିବା ଶିବମ ଦୁବେ (୫) ବିଫଳ ହୋଇଥିବା ବେଳେ ଡଓ୍ବୋଲ୍ଡ ବ୍ରେଭିସ ଆଟାକିଂ ବ୍ୟାଟିଂ କରି ୧୧ ବଲରେ ୨୧ (୧ ଚୌକା ଓ ୨ ଛକା) ରନ କରି ଆଉଟ୍‌ ହୋଇଥିଲେ। ଫଳରେ ସିଏସ୍‌କେ ୧୧ ଓଭରରେ ୪ ଉଇକେଟ ହରାଇ ୧୨୨ ରନ କରିଥିଲା। ଏହିଠାରୁ ସାମସନ ଓ କାର୍ତ୍ତିକ ଶର୍ମା (୧୮ ରନ, ୨ ଛକା) ପଞ୍ଚମ ଉଇକେଟରେ ୪୩ ରନ ଯୋଡ଼ିଥିଲେ। ଜେମି ଓଭରଟନ ୭ ବଲରେ ୧୫ (୨ ଚୌକା ଓ ୧ ଛକା) ରନ କରି ପାଭିଲିଅନ ଫେରିଥିଲେ। ଅନ୍ତିମ ଓଭରରେ ସାମସନ ୨ ଛକା ଓ ୧ ଚୌକା ମାରି ଶତକ ପୂରଣ କରିବା ସହ ଦଳୀୟ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଫଳରେ ସିଏସ୍‌କେ ୨୦ ଓଭରରେ ୬ ଉଇକେଟ ହରାଇ ୨୦୭ ରନ କରିଥିଲା। ସାମସନ ୫୪ ବଲରେ ୧୦ ଚୌକା ଓ ୬ ଛକା ସହିତ ୧୦୧ ରନ କରି ଅପରାଜିତ ରହିଥିଲେ। ଏହା ଚଳିତ ସିଜନରେ ତାଙ୍କର ଦ୍ୱିତୀୟ ଓ ମୋଟ ଉପରେ ପଞ୍ଚମ ଆଇପିଏଲ୍‌ ଶତକ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ଟେନସନ ବଢାଇଲେ ଜଣେ ପୂର୍ବତନ ଭାଜପା ନେତା? ଜାଣନ୍ତୁ କ’ଣ କଲେ

ଲକ୍ଷ୍ନୌ,୧୬।୯: ଉତ୍ତର ପ୍ରଦେଶ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ବର୍ଦ୍ଧିତ ଆହ୍ବାନର ସମ୍ମୁଖୀନ ହୋଇପାରେ। କର୍ଣ୍ଣି ସେନା ରାଜ୍ୟରେ ୫୦ଟି ଆସନରେ ନିର୍ବାଚନ ଲଢ଼ିବାକୁ ଯୋଜନା…

ପାରିବାରିକ କଳହର କରୁଣ ପରିଣତି, ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀଙ୍କ ଜୀବନ ଗଲା, ଘରେ ପଡ଼ିଛି…

ଚାନ୍ଦବାଲି,୧୬ା୯(କିଷାନ ପାତ୍ର): ଏମିତି ଏକ ଦୁଃଖଦ ଘଟଣାକୁ ନେଇ ଚାନ୍ଦବାଲି ଅଞ୍ଚଳରେ ଚାଞ୍ଚଲ୍ୟ ଦେଖାଦେଇଛି। ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ପାଇକିରାପୁର ଗ୍ରାମରେ ପାରିବାରିକ କଳହକୁ…

U-15ରେ ଓଡ଼ିଶା ପାଇଁ ଖେଳିବେ ଗୁଡ଼ାରି ଝିଅ ଆୟୁଷା

ଗୁଡ଼ାରି,୧୬ା୯(ପ୍ରମୋଦ କୁମାର ପତି): ୧୫ ବର୍ଷରୁ କମ୍‌ କ୍ରିକେଟ୍‌ରେ ଓଡ଼ିଶା ପାଇଁ ଖେଳିବାର ସୁଯୋଗ ପାଇଛନ୍ତି ରାୟଗଡ଼ା ଜିଲା ଗୁଡ଼ାରି ଝିଅ ଆୟୁଷା ମିଶ୍ର। ଏ ନେଇ…

ବଡ଼ ଦୁର୍ଘଟଣା: ଏକ ଲାଇଭ କାର୍ଯ୍ୟକ୍ରମର ଖବର ସଂଗ୍ରହ ସମୟରେ ଗଣମାଧ୍ୟମର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ୩ ମୃତ ଦେଖନ୍ତୁ ଭିଡ଼ିଓ

ଲସ ଆଞ୍ଜେଲସ,୧୬।୯: ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। କାଲିଫର୍ନିଆର ଲସ ଆଞ୍ଜେଲସରେ ଏକ ମିଡିଆ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଚାଟ୍ସୱର୍ଥ (Chatsworth) ଅଞ୍ଚଳରେ…

ଶଙ୍ଖ ନଦୀରେ ଅଘଟଣ: ଗାଧୋଇବାବେଳେ ବୁଡ଼ିଗଲେ ୩ ନାବାଳିକା

କୁଆଁରମୁଣ୍ଡା, ୧୬।୯ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଅଞ୍ଚଳରେ ବୁଧବାର ସକାଳେ ଏକ ହୃଦୟବିଦାରକ ଘଟଣା ଘଟିଛି। ଶଙ୍ଖ ନଦୀରେ ଗାଧୋଉଥିବାବେଳେ ବୁଡ଼ିଯାଇ…

LPG e-KYCର ସମୟସୀମା ଶେଷ: ଆଜିଠୁ ଏମାନଙ୍କର କଟିଯିବ ଗ୍ୟାସ କନେକ୍ସନ! ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୬।୯: LPG ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଜରୁରୀ ଖବର। ଗ୍ୟାସ କନେକ୍ସନର e-KYC କରାଇବା ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି। ସର୍ଭର ସମସ୍ୟା ଯୋଗୁ ପ୍ରଥମେ…

୨୦୦୦ ଟଙ୍କାରୁ ଅଧିକ ରେଳ ଟିକେଟ ବୁକିଂରେ କେତେ ଚାର୍ଜ ଦେବେ ଯାତ୍ରୀ? ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୬।୯: ଟ୍ରେନରେ ଯାତ୍ରା କରୁଥିବା ଏବଂ ଅନଲାଇନରେ ଟିକେଟ ବୁକ କରୁଥିବା ଯାତ୍ରୀଙ୍କ ପାଇଁ ଜରୁରୀ ଖବର। UPI ପେମେଣ୍ଟକୁ ନେଇ ନୂଆ ନିୟମ ଲାଗୁ ହେବାକୁ…

ବିଜୁ ପଟ୍ଟନାୟକ ମାର୍ଗରେ ନିଆରା ଗଣେଶ ପୂଜା: ରାଧାକୃଷ୍ଣ ବେଶରେ ପୂଜା ପାଉଛନ୍ତି ଗଜାନନ

ଗଞ୍ଜାମ, ୧୬/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଥିବାବେଳେ ବିଜୁ ପଟ୍ଟନାୟକ ମାର୍ଗରେ ଆୟୋଜିତ ଗଣେଶ ପୂଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?