ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲା ସରପଞ୍ଚ ସଂଘ, ଭାଜପା ନେତାଙ୍କ ସମେତ ୧୭ ଜଣଙ୍କୁ ଗିରଫ କରା ନଗଲେ…

ରାଜନଗର,୬ା୧(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକରେ ନୂଆ କରି ବିଡିଓ ଭାବରେ ଯୋଗ ଦେଇଥିବା ତିଳୋତ୍ତମା ପୃଷ୍ଟିଙ୍କୁ ରାଜନଗର ଭାଜପା ନେତା ଲଳିତ ବେହେରା ଆକ୍ରମଣ ଘଟଣାରେ ରାଜନୈତିକ ଉଷ୍ଣତା ଉଗ୍ରରୂପ ଧାରଣ କରୁଛି। ପ୍ରତିବାଦ କରିବା ସହ ଲଳିତ ବେହେରାଙ୍କ ସମେତ ୧୭ ଜଣଙ୍କୁ ଗିରଫ କରା ନ ଯିବା ଯାଏ ରାଜନଗର ସରପଞ୍ଚ ସଂଘର ସଭାପତି ଅଶୋକ କୁମାର ମହାନ୍ତି, ଅଧ୍ୟକ୍ଷା ପ୍ରତିଭା ପାତ୍ର ପ୍ରମୁଖ ସମସ୍ତ ସରପଞ୍ଚ, ସମିତିସଭ୍ୟ ସୋମବାରଠାରୁ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି । ଶାସକ ଦଳର ଚାପରେ ଜିଲା ପ୍ରଶାସନ ଏବଂ ପୋଲିସ ନୀରବଦ୍ରଷ୍ଟା ସାଜିଥିବାରୁ ଏହି ଧାରଣା ଧିରେ ଧିରେ ଗଣଆନ୍ଦୋଳନର ରୂପ ନେଉଛି । ଆଜି ଧାରଣାରେ ଦଳର କର୍ମମାନେ ନୈତିକ ସମର୍ଥନ ଦେଉଥିବା ଦେଖିବାକୁ ମିଳିଛି ।

ଏ ସମ୍ପର୍କରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ପାତ୍ର ଭାଜପା ଡବଲ ଇଞ୍ଜିନ ସରକାର ମହିଳାଙ୍କ ପ୍ରତି ଅସମ୍ମାନ କରୁଥିବାରୁ ନୈତିକତା ଦୃଷ୍ଟିରୁ ସେମାନେ ପଦ ଛାଡନ୍ତୁ ବୋଲି କହିଛନ୍ତି । ଆମ ଏତଲାକୁ ପୋଲିସ ଗ୍ରହଣ କରି ତୁରନ୍ତ ପଦକ୍ଷେପ ନ ନେଲେ ବ୍ଲକ ସାରା ଆନ୍ଦୋଳନ କରାଯିବ ବୋଲି କହିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଜାଣି ବି ଅଜଣା ରହୁଛନ୍ତି । ବାରମ୍ବାର ବିଡିଓଙ୍କୁ ଭାଜପା କର୍ମୀମାନେ ମାନସିକ ଯନ୍ତ୍ରଣା ଦେବା ଗଣତନ୍ତ୍ରକୁ ହତ୍ୟା କରାଯାଉଥିବାରୁ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ସରପଞ୍ଚ ସଂଘ କହିଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡରରେ ଚାଞ୍ଚଲ୍ୟ: ଗୋରୁ ଚୋରି ଅଭିଯୋଗରେ ମୁସଲମାନ ଯୁବକଙ୍କୁ ପିଟି ହତ୍ୟା

ରାଞ୍ଚି,୮ା୧: ଝାଡ଼ଖଣ୍ଡର ଗୋଡା ଜିଲାରେ ଗୋରୁ ଚୋରି ସନ୍ଦେହରେ ଜଣେ ୪୫ ବର୍ଷୀୟ ମୁସଲମାନ ଯୁବକଙ୍କୁ ପିଟି ହତ୍ୟା କରାଯାଇଛି। ପୋରାୟାହାଟ ଥାନା ଅନ୍ତର୍ଗତ ମାତିହାନି...

ସ୍ତ୍ରୀ, ୨ ଝିଅଙ୍କୁ ହତ୍ୟାକରି ନିଜ ଜୀବନ ହାରିଲେ ବ୍ୟବସାୟୀ

ଚଣ୍ଡିଗଡ଼,୮ା୧: ପଞ୍ଜାବର ଫିରୋଜପୁରରେ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଘରୁ ଉଦ୍ଧାର ହୋଇଛି। ପରିବାରର ମୁଖ୍ୟ ଅମନଦୀପ୍‌ ସିଂ ଜଣେ ବ୍ୟବସାୟୀ। ସେ ଏକ...

ଶୀତ ମହୋତ୍ସବ:ପ୍ରଥମ ଦିନରେ କଳାହାଣ୍ଡି କଟପ୍ପାଙ୍କ ପାରମ୍ପରିକ ନୃତ୍ୟ-ଶୋଭାଯାତ୍ରାରେ ଦର୍ଶକ ମୁଗ୍ଧ

ଦାରିଙ୍ଗବାଡି, ୮।୧ (ଅରୁଣ ସାହୁ ): ବହୁ ପ୍ରତିକ୍ଷିତ ଶୀତ ମହୋତ୍ସବ -୨୦୨୬ ଗୁରୁବାର ଉଦଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର...

ଆନ୍ଦୋଳନରୁ ଓହରିଲେ ମିଲର୍ସ

ଜୟପୁର,୮ା୧(ପବନ ପାଣିଗ୍ରାହୀ): ମିଲର୍ସମାନେ ଆନ୍ଦୋଳନରୁ ଓହରିବା ପରେ କୋରାପୁଟ ଜିଲା ଜୟପୁର ଉପଖଣ୍ଡରେ ଧାନ କିଣା ଗୁରୁବାର ସ୍ୱାଭାବିକ ହୋଇଛି। ବର୍ତ୍ତମାନ ସୁଦ୍ଧା ଜିଲାର ୧୦...

ଓଡ଼ିଶାର ଏହି ଜିଲାରେ ହେବ ନୂଆ ମେଗା ଷ୍ଟିଲ୍ ପ୍ଲାଣ୍ଟ, ସୃଷ୍ଟି ହେବ ୧୪ ହଜାରରୁ ଉର୍ଦ୍ଧ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୮ା୧: ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲା କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା...

ସତେକି ଦିନିକିଆ ନୁହେଁ ଟେଷ୍ଟ: ଗୋଟିଏ ଉଇକେଟ ପାଇଁ  ଲୁଟାଇଲେ ୩୨୬ ରନ୍‌; ୬ ମ୍ୟାଚ୍‌ରେ ଫେଲ ହେଲେ…

ନୂଆଦିଲ୍ଲୀ,୮।୧: କ୍ରିକେଟର ଅର୍ଜୁନ ତେନ୍ଦୁଲକରଙ୍କ ପାଇଁ ଚଳିତ ବିଜୟ ହଜାରେ ଟ୍ରଫିର ଏହି ସିଜନ ଅତ୍ୟନ୍ତ ଖରାପ ହୋଇଛି। ବାମହାତି ଏହି ଅଲରାଉଣ୍ଡର ଉଭୟ ବୋଲିଂ...

ମଧ୍ୟାହ୍ନରେ ଘରକୁ ଖାଇବାକୁ ଆସି ନ ଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ଚାଷୀଙ୍କ ଜୀବନ

ଦିଗପହଣ୍ଡି,୮।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦସେଇପୁର ଗ୍ରାମର ଜଣେ ଚାଷୀ ଗ୍ରାମ ନିକଟ ଏକ ପୋଖରୀ ରେ ବୁଡି ମୃତ୍ୟୁବରଣ କରିଛନ୍ତି।...

ଟାଓ୍ୱାର ଉପରେ ଚଢ଼ିଗଲେ ଯୁବକ, ଆଉ ତା’ପରେ…

ତରଭା,୮ା୧(ମାନଭଞ୍ଜନ ମିଶ୍ର): ସୁବର୍ଣ୍ଣପୁର ଜିଲା ତରଭା ସହରସ୍ଥିତ ମାରୱାଡି ଧର୍ମଶାଳା ପଛପଟେ ଥିବା ଏକ ଘରୋଇ ମୋବାଇଲ କମ୍ପାନୀ ଟାଓ୍ୱାର ଉପରେ ଗୁରୁବାର ଜଣେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri