ବେଆଇନ କରତକଳ ଉପରେ ଚଢ଼ାଉ; କାଠ-ଯନ୍ତ୍ରପାତି ଜବତ, ଲମ୍ବୁ ତାରିଣୀ ଗିରଫ

ଭଞ୍ଜନଗର,୨୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଏବଂ ଭଞ୍ଜନଗର ଓ ଗାଙ୍ଗପୁର ପୋଲିସ ମିଳିତ ଭାବେ ବେଆଇନ କରତକଳ ଉପରେ ଚଢ଼ାଉ କରିଛନ୍ତି । ବୁଧବାର ବିଳମ୍ବିତ ରାତିରେ ଗାଙ୍ଗପୁର ଥାନା ଅନ୍ତର୍ଗତ ସିଆରିମାଳରେ ଚାଲିଥିବା ଏକ ବେନିୟମ କରତକଳ ଉପରେ ପୋଲିସ ଚଢାଉ କରିଥିଲା। ଏହି ସମୟରେ ବନ ବିଭାଗ ଏବଂ ପୋଲିସ କାଠ ମିଲରୁ ବିପୁଳ ପରିମାଣର ଶାଗୁଆନ ସମେତ ଅନ୍ୟାନ୍ୟ କାଠ ଜବତ କରିଛି । ଏଥିସହ ପ୍ରାୟ ୭ ଲକ୍ଷ ଟଙ୍କାର ଏକ କାଠ ମିଲକୁ ମଧ୍ଯ ଜବତ କରିଛି ।

ଏହି ଘଟଣାରେ ଗାଙ୍ଗପୁର ପୋଲିସ ଦ୍ବାରା ଲମ୍ବୁ ତାରିଣୀଙ୍କୁ ଗିରଫ କରାଯାଇଛି । ତାଙ୍କ ଠାରୁ ୩ ମାଉଜର ସହ ୩ ଟି ଜୀବନ୍ତ ଗୁଳି ଜବତ ହୋଇଛି । ଗିରଫ ଲମ୍ବୁ ନାମରେ ଜିଲା ତଥା ଜିଲା ବାହାରେ ବହୁ ଥାନା ରହିଛି ବହୁ ମାମଲା। ଲମ୍ବୁକୁ ବହୁ ବର୍ଷ ପୂର୍ବେ ପୋଲିସ ଏନକାଉଣ୍ଟର କରି ଗିରଫ କରିଥିଲା। ଏହାପରେ ସେ ଜାମିନରେ ଆସି ଗ୍ରାମରେ ରହୁଥିଲେ । ଏହି ସମୟରେ ପୋଲିସ ଏବଂ ବନ ବିଭାଗ ବୁଧବାର ରାତିରେ ଲମ୍ବୁଙ୍କୁ ଗିରଫ କରିଛି।

ଗୁରୁବାର ଲମ୍ବୁଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉରେ ବନ ବିଭାଗ ଏବଂ ପୋଲିସ ବିଭାଗର ବହୁ କର୍ମଚାରୀ ସାମିଲ ଥିଲେ । ଘଟଣାରୁ ପ୍ରକାଶ ଯେ ଲମ୍ବୁ ନିଜ ଫାର୍ମ ହାଉସରେ ବହୁଦିନ ହେବ ବେନିୟମ ଭାବେ କରତକଳ ଚଳାଇଥିବା ପୋଲିସ ଏବଂ ବନ ବିଭାଗ ପାଖରେ ଅଭିଯୋଗ ହୋଇଥିଲା। ତେଣୁ ପୋଲିସ ଏବଂ ବନ ବିଭାଗ ପକ୍ଷରୁ ଗତକାଲି ରାତିରେ ମିଳିତ ଭାବେ ଲମ୍ବୁଙ୍କ ଫାର୍ମ ହାଉସରେ ଚଢାଉ କରାଯାଇଥିଲା ।

ଏହି ଚଢ଼ାଉରେ ଡିଏଫଓ ହିମାଂଶୁ ଶେଖର ମହାନ୍ତି, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥିବୀ ରାଜ ପ୍ରଧାନ, ତାରସିଂ ରେଞ୍ଜର ପ୍ରଶାନ୍ତ ବେହେରା, ମୁଜାଗଡ ରେଞ୍ଜର ବିମ୍ବାଧର ସାହୁ, ଭଞ୍ଜନର ଆଇଆଇସି ଜୀବନାନନ୍ଦ ଜେନା ଗାଙ୍ଗପୁର ଆଇଆଇସି ପ୍ରମୁଖ ସାମିଲ ଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସକ୍ରିୟ ହେଲା ଘୂର୍ଣ୍ଣିବଳୟ; ୧୧ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା, ୧୫ଜିଲାକୁ ଆଲର୍ଟ କଲା IMD

ଲକ୍ଷ୍ନୌ,୯।୬: ଉତ୍ତର ପ୍ରଦେଶ (UP) ରେ ପାଣିପାଗ ଏବେଠାରୁ ରୂପ ବଦଳାଇବା ଆରମ୍ଭ କଲାଣି। ବାରାଣସୀ, ପ୍ରୟାଗରାଜ, ବାନ୍ଦା ଏବଂ ଆଗ୍ରା ଭଳି ସହରଗୁଡ଼ିକରେ ପାରଦ ୪୧…

‘ଦୀଘା ଜଗନ୍ନାଥ ଧାମ’ ନାମ ପରିବର୍ତ୍ତନ ପାଇଁ ଶୁଭେନ୍ଦୁ ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯।୬: ପଶ୍ଚିମବଙ୍ଗର ଦୀଘାସ୍ଥିତ ଜଗନ୍ନାଥ ମନ୍ଦିରର ନାମକରଣକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ…

ସୁଜାତା ଆର୍. ପାଣ୍ଡିଆନଙ୍କ ବିଜେଡିରେ ଯୋଗଦାନକୁ ନେଇ ଜୋର ଧରିଛି ଚର୍ଚ୍ଚା : ଏପଟେ ବୁଲେଇ ବଙ୍କେଇ ଏମିତି କିଛି କହିଦେଲେ ଭୂପିନ୍ଦର

ଭୁବନେଶ୍ୱର, ୯।୬: ବିଜୁ ଜନତା ଦଳ (ବିଜେଡି)ରେ ସୁଜାତା ଆର୍. ପାଣ୍ଡିଆନଙ୍କ ସମ୍ଭାବ୍ୟ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଦଳର ବରିଷ୍ଠ ନେତା ଭୂପିନ୍ଦର…

ନିଜ ଜ୍ୱାଇଁକୁ ବାହାହେଲେ ଶାଶୁ, ସ୍ତ୍ରୀ ଦେଖି କହିଲେ…

କାନପୁର,୯।୬: ଉତ୍ତରପ୍ରଦେଶର କାନପୁର ଦେହାତ ଜିଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ନିଜ ସ୍ତ୍ରୀଙ୍କୁ ଛାଡ଼ି ଶାଶୁଙ୍କୁ କୋର୍ଟରେ ବାହା ହେଇଛନ୍ତି। ବିବାହ…

କମିବାର ନାଁ ନେଉନାହିଁ ମମତାଙ୍କ ସମସ୍ୟା; ହଠାତ୍‌ କାର୍ଯ୍ୟାଳୟରେ ପହଞ୍ଚିଲା CID ଟିମ୍‌, ଜାଣନ୍ତୁ କାହିଁକିି…

କୋଲକାତା,୯।୬: ଟିଏମସି ସତ୍ତା ହରାଇବା ପରେ ପଶ୍ଚିମବଙ୍ଗ ରାଜନୀତିରେ କୋଣଠେସା ହୋଇପଡ଼ିଥିବା ମମତା ବାନାର୍ଜୀଙ୍କ ଅସୁବିଧା କମିବାର ନାଁ ନେଉନାହିଁ। ମଙ୍ଗଳବାର କୋଲକାତାସ୍ଥିତ ତାଙ୍କ କାଳୀଘାଟ କାର୍ଯ୍ୟାଳୟ…

TMC ମୁଖ୍ୟରୁ ହଟିବେ ମମତା? ବିଦ୍ରୋହୀ ଦଳ ଖେଳିବେ ବଡ଼ ଗେମ୍‌!

ନୂଆଦିଲ୍ଳୀ,୯।୬: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (TMC) ଏବେ ଏକ ବଡ଼ ଧରଣର ବିଦ୍ରୋହ ଓ ବିଭାଜନର ସାମ୍ନା କରୁଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଜନୈତିକ ଭବିଷ୍ୟତ ଏବେ…

FIFA World Cup ଆଉ ୨ ଦିନ : ପରସ୍ପର ବିପକ୍ଷରେ ଖେଳିବେ ଭାଇ-ଭାଇ

ଓ୍ବାଶିଂଟନ୍‌,୯।୬: ଫିଫା ବିଶ୍ୱକପ୍‌କୁ ଆଉ ୨ ଦିନ। ଜୁନ ୧୧ରୁ ଆରମ୍ଭ ହେଉଥିବା ବିଶ୍ୱକପ ପାଇଁ ଆମେରିକା, କାନାଡା ଏବଂ ମେକ୍ସିକୋରେ ଫୁଟବଲ ପ୍ରେମୀଙ୍କ ଭିଡ଼ ଆରମ୍ଭ…

ଟାଣ ଖରାରେ ଚାଲି ଚାଲି ଯାଉଥିବା ବୃଦ୍ଧାଙ୍କୁ ନିଜ ଗାଡିରେ ବସାଇଲେ ବିଡିଓ, ସୁରକ୍ଷିତ ଭାବେ ଛାଡିଲେ ଘରେ; ଚାରିଆଡେ ପ୍ରଶଂସା

ନବରଙ୍ଗପୁର,୯।୬(ସଦାଶିବ ପ୍ରହରାଜ): ପ୍ରଶାସନିକ ଅଧିକାରୀଙ୍କ ମାନବିକତାର ଏକ ନିଆରା ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ତେନ୍ତୁଳୀଖୁଣ୍ଟିରେ । ପ୍ରଚଣ୍ଡ ଖରା ଓ ଗରମ ମଧ୍ୟରେ ସ୍ବାସ୍ଥ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri