ମହୋଦଧିରେ ବୁଡ଼ ପକାଇ କ୍ଷମା ପ୍ରାର୍ଥନା କଲେ କଂସ ମହାରାଜ, ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି…

ପୁରୀ/ବରଗଡ଼,୪ା୧(ଅଜିତ କୁମାର ମହାନ୍ତି/ପ୍ରେମାନନ୍ଦ ଖମାରୀ): ପାପର ପ୍ରାୟଶ୍ଚିତ ପାଇଁ ପୁରୀରେ ପହଞ୍ଚିଛନ୍ତି ବରଗଡ଼ ଧନୁଯାତ୍ରାର କଂସ ଭୂମିକାରେ ଅଭିନୟ କରିଥିବା ସୁଶୀଲ ମେହର। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ସରିବା ପରେ ସୁଶୀଲ ପୁରୀ ଆସି ମହୋଦଧିରେ ବୁଡ଼ ପକାଇ କ୍ଷମା ପ୍ରାର୍ଥନା କରିଛନ୍ତି। ପଇତା ବିସର୍ଜନ ସହ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି କଂସ ମହାରାଜ। ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଗୋବର୍ଦ୍ଧନ ପୀଠରେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଶିଷ ଭିକ୍ଷା କରିଛନ୍ତି।

ସୂଚନାଯୋଗ୍ୟ, ବରଗଡ଼ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ଡିସେମ୍ବର ୨୪ରୁ ଆରମ୍ଭ ହୋଇ ଦୀର୍ଘ ୧୧ଦିନ ଚାଲିବା ପରେ  ୨୦୨୬ ଜାନୁଆରୀ ୩ରେ ଶନିବାର ଏହା ଉଦ୍‌ଯାପିତ ହୋଇଯାଇଛି।  ଏଥର ମହୋତ୍ସବରେ ଅଭିନୟ ପାଇଁ କଂସଙ୍କ ସମେତ ଅନ୍ୟ ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ କରାଯାଇଥିଲା। ଏଥିରେ ବରଗଡ଼ ଜିଲା ଭେଡେନ ବ୍ଲକ ଚିଚିଣ୍ଡା ଗ୍ରାମର ସୁଶୀଲ କଂସ ଭୂମିକାରେ ଅଭିନୟ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବାପା ଓ ପଡୋଶୀକୁ ହାଣି ହତ୍ୟା

ବାରିପଦା, ୭।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ କୁଶପଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ପୁଅର ଆକ୍ରମଣରେ ବାପା ସହ...

ଆଟଲାଣ୍ଟିକ ମହାସାଗରରେ ଯୁଦ୍ଧ ପରିସ୍ଥିତି: ରୁଷିଆ ପତକା ଲାଗିଥିବା ତେଲ ଟ୍ୟାଙ୍କର୍‌କୁ ଜବତ କଲା ଆମେରିକା, ଏସ୍କଟ୍‌ କରୁଥିଲା ମସ୍କୋ! 

ଓ୍ବାଶିଂଟନ,୭।୧: ଭେନେଜୁଏଲା ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଆମେରିକା ଏବେ ଆଟଲାଣ୍ଟିକ ମହାସାଗରରେ ରୁଷୀୟ ପତାକାଯୁକ୍ତ ଏକ ତୈଳ ଟ୍ୟାଙ୍କର ‘ମାରିନେରା’କୁ ଜବତ କରିଛି। ଆମେରିକୀୟ...

ପିୟୁଷଙ୍କୁ କୋର୍ଟ ଝଟକା, ମଞ୍ଚ ଚଢ଼ିବା ବାରଣ

କଟକ,୭ା୧: ଚର୍ଚ୍ଚିତ ଖଳନାୟକ ତଥା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ କୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଏକ ଯାତ୍ରା ପାର୍ଟି ସହିତ ଚୁକ୍ତି ଖିଲାପ ଅଭିଯୋଗ ମାମଲାରେ...

ଦିଗପହଣ୍ଡି ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ, ୪୦୯ ହିତାଧିକାରୀଙ୍କୁ ବିଧାୟକ….  

ଦିଗପହଣ୍ଡି,୭ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ପଟ୍ଟା ବଣ୍ଟନ ମେଳା ଅନୁଷ୍ଠିତ...

ଭୋଜିରେ ଯୋଗଦେବାକୁ ଯିବା ହେଲା କାଳ, ବିଦ୍ୟୁତ ଆଘାତରେ ହୋମଗାର୍ଡଙ୍କ ମୃତ୍ୟୁ

ଛତ୍ରପୁର,୭ା୧(ଦିଲ୍ଲୀପ ସାମଲ): ବିଦ୍ୟୁତ ଆଘାତରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି । ମୃତ ହୋମଗାର୍ଡ ଜଣକ ହେଲେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ପୁରୁଣାପାଟଣା...

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ଚାଲିଗଲା ୨ଜଣଙ୍କ ଜୀବନ

ପାତ୍ରପୁର,୭ା୧(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ଖାରିଆଗୁଡ଼ା ଫାଣ୍ଡି ଅଧିନସ୍ଥ ତମ୍ୱାପୂର ମନ୍ଦରଡ଼ା ରାସ୍ତା ଲୁହୁରୁଣି ବଟଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି...

୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ନେଇ ପ୍ରସ୍ତୁତି, କୋରାପୁଟ କଫି…

କୋରାପୁଟ, ୭ା୧(ଅମିତାଭ ବେହେରା ): କୋରାପୁଟସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ନେଇ ବୁଧବାର ଅପରାହ୍ନରେ ଏକ ପ୍ରସ୍ତୁତି...

ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ନିଜ ଗାଡ଼ିରେ ନେଇ ହସ୍ପିଟାଲ ଗଲେ ଉପଜିଲାପାଳ

ଆନନ୍ଦପୁର ୦୭/୦୧(ସୁଶାନ୍ତ କୁମାର ସାହୁ): ମାନବିକତା ଦେଖାଇଲେ ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା । ଦୁର୍ଘଟଣାର ଶିକାର ହୋଇ ରାସ୍ତା କଡରେ ପଡିଥିବା ଜଣେ ମହିଳାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri