ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର ଅନେକ ପଞ୍ଚାୟତ ଦୁର୍ଗମ ଅଞ୍ଚଳରେ ରହିଥିବା ବେଳେ କିଛି ଗ୍ରାମ ଗୁଡିକ ଜଙ୍ଗଲ ପାହାଡ଼ ଘେରା ମଧ୍ୟରେ ରହିଛି । ଦୁର୍ଗମ ଅଞ୍ଚଳରେ ଥିବା ଗ୍ରାମ ଗୁଡିକ ରାସ୍ତା, ପାନୀୟ ଜଳ, ମୋବାଇଲ ସେବାରୁ ବଞ୍ଚିତ ଥିବା ବେଳେ ଗ୍ରାମ ଗୁଡିକରେ ରହିଛି ପ୍ରାଥମିକ ବିଦ୍ୟାଳୟ । ଦୁର୍ଗମ ଅଞ୍ଚଳର ପିଲାଙ୍କ ଭବିଷ୍ୟତ ଗଡ଼ିବା ପାଇଁ ଖୋଲିଥିଲା ବିଦ୍ୟାଳୟ । ହେଲେ କିଛି ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା କମିବା ପରେ ଉକ୍ତ ବିଦ୍ୟାଳୟ ଗୁଡିକୁ ବନ୍ଦ କରି ନିକଟରେ ଥିବା ବିଦ୍ୟାଳୟରେ ସାମିଲ କରାଯାଇଛି ।

ହେଲେ ଉକ୍ତ ବିଦ୍ୟାଳୟ ଗୁଡିକରେ ନିଯୁକ୍ତି ପାଇଥିବା ପ୍ରାଥମିକ ଶିକ୍ଷକମାନେ ବିଦ୍ୟାଳୟ ଠାରୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିବାକୁ ହେଲେ ଗୋଟିଏ ଦିନ ବିତିଯାଏ । କାମ ସାରି ବିଦ୍ୟାଳୟକୁ ଫେରିବା ବେଳେ ଯାନବାହାନ ସୁବିଧା ନଥିବାରୁ ଶିକ୍ଷକମାନେ ମୋହନାରେ ରାତ୍ରୀଯାପନ କରିବାକୁ ବାଧ୍ୟ ହେଉଥିଲେ । ଏଥିସହ ପ୍ରାଥମିକ ଶିକ୍ଷକ ସଂଘର ବୈଠକ କରିବା ପାଇଁ ଜାଗା ଅଭାବରୁ ବୈଠକ କରିବା ପାଇଁ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଶିକ୍ଷକ ଭବନ ନିର୍ମାଣ ପାଇଁ ଶିକ୍ଷକ ସଂଘ ପକ୍ଷରୁ ବହୁବାର ଦାବୀ କରିଥିଲେ ।

ଏହାପରେ ପ୍ରଶାସନ ପକ୍ଷରୁ ମୋହନା ବ୍ଲକ ସମ୍ମୁଖରେ ଶିକ୍ଷକ ସଂଘକୁ ଏକ ଜମି ସରକାର ଯୋଗାଇଥିଲେ । ଉକ୍ତ ଜମିରେ ୨୦୦୧ ମସିହା ଫେବୃଆରୀ ୭ରେ ଶିକ୍ଷକ ଭବନ ନିର୍ମାଣ ହୋଇଥିଲା । ଏହି ଶିକ୍ଷକ ଭବନ କୋଠା ନିର୍ମାଣ ପାଇଁ ତତକାଳୀନ ମୋହନା ବିଧାୟକ ସ୍ବର୍ଗତ ସୂର୍ଯ୍ୟ ନାରୟଣ ପାତ୍ର, ବିଡ଼ିଓ କୈଳାସ ଚନ୍ଦ୍ର ସାହୁ, ବ୍ଲକ ଅଧ୍ୟକ୍ଷ ରାମ ଦଳବେହେରା, ଜିଲ୍ଲା ପରିଷଦ ସଭ୍ୟ ଶିବ ଶଙ୍କର ସାହୁ, ନର୍ମଦା ଦଳେଇ ଓ ଶିକ୍ଷକ ନେତା ମନୋଜ କୁମାର ପଟ୍ଟନାୟକଙ୍କ ପ୍ରଚ଼େଷ୍ଟାରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯlଇଥିଲା । ପରେ ଶିକ୍ଷକ ଭବନ କୋଠା ନିର୍ମାଣ ହେଲା ଆଉ ପ୍ରାଥମିକ ଶିକ୍ଷକ ସଂଘର ସ୍ବପ୍ନ ପୂରଣ ହେଇଥିଲା । ହେଲେ ଏହି କୋଠା ନିର୍ମାଣ ହୋଇ ଦୀର୍ଘ ୨୫ ବର୍ଷ ବିତିଲାଣି କିନ୍ତୁ ଆଜିକୁ ପ୍ରାୟ ୧୦ବର୍ଷ ହେଲା ସେହି କୋଠା ଶିକ୍ଷକ ସଂଘର କାର୍ଯ୍ୟରେ ଲାଗୁନି। ଯାହା ଦ୍ୱାରା ଏହି କୋଠା ଏବେ ଭୁତ କୋଠି ପାଲଟିଛି ।

କୋଠାଟି ସମ୍ପୂର୍ଣ୍ଣ ବିପଦ ସଂକୁଳ ଅବସ୍ଥାରେ ରହିଥିବା ବେଳେ ଛାତରୁ ସିମେଣ୍ଟ ପଲସ୍ତରା ଖସୁଥିବା ଦେଖିବାକୁ ମିଳିଛି । କୋଠାରେ ବିଦ୍ୟୁତ ସଂଯୋଗ ରହିଛି । ତାହାର ମାସିକ ବିଲ କିଏ ପୈଠ କରୁଛି ତାହାର ତଥ୍ୟ ମଧ୍ୟ ମିଳୁନି। କିନ୍ତୁ ଏବେ ଏହି କୋଠା କିଛି ଅସାଧୁ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କିଛି ବରିଷ୍ଠ ଶିକ୍ଷକ । ଏଠାରେ ରହୁଥିବା ଜନୈକ ଶିକ୍ଷକ ଏହି କୋଠାକୁ କବଜାରେ ରଖିଥିବା ବେଳେ ବହୁ ଅଭିଯୋଗ ସତ୍ୱେ ଉକ୍ତ କୋଠାକୁ ଶିକ୍ଷକ ସଂଘକୁ ହସ୍ତାନ୍ତର କରୁନାହାଁନ୍ତି । ଯାହାକୁ ନେଇ ଶିକ୍ଷକ ସଂଘ ବହୁବାର ଲିଖିତ ଅଭିଯୋଗ କରିଛନ୍ତି କିନ୍ତୁ ସୁଫଳ ମିଳୁନି । ଅପରପକ୍ଷେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନରେନ୍ଦ୍ର ବେହେରା ଏଯାବତ କୌଣସି ଲିଖିତ ଅଭିଯୋଗ ଆସିନଥିବା କହିଛନ୍ତି । ଯଦି ତୁରନ୍ତ ଉକ୍ତ କୋଠାକୁ ହସ୍ତାନ୍ତର କରାନଯାଏ ତେବେ ଆଇନର ଆଶ୍ରୟ ନିଆଯିବ ବୋଲି ଶିକ୍ଷକ ସଂଘର ସଭାପତି କବିରାଜ ମଲ୍ଲିକ କହିଛନ୍ତି  ।


Enter your email to get our daily news in your inbox.

All Right Reserved By Dharitri.Com

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଛତ୍ରପୁର, ୧ା୧(ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌ ପ୍ରକାଶ ପାଇଛି।...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …

ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଗଞ୍ଜାମ ଜିଲା ଭାଜପା  ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍‌ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri