ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ ୧୧ତମ ଅନ୍ତଃଜିଲା ନକ୍‌ଆଉଟ କ୍ରିକେଟ୍‌ ପ୍ରତିଯୋଗିତା ଗୁରୁବାର ଉଦ୍‌ଯାପିତ ହୋଇଯାଇଛି।

ଉଦ୍‌ଯାପନୀ ମ୍ୟାଚ୍‌ ଆର୍‌ବିକେ କଲୋନୀ ଏବଂ ଚଣାଲିମା ଦଳ ମଧ୍ୟରେ ହୋଇଥିଲା। ଆରବିକେ ଦଳ ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ସମସ୍ତ ଉଇକେଟ ହରାଇ ୧୪୧ ରନ୍‌ କରିଥିଲା। ଜବାବରେ ଚଣାଲିମା ଦଳ ୧୨ ଓଭର ୪ ବଲରେ ୫ ଉଇକେଟ ହରାଇ ୧୪୪ ରନ୍‌ କରି ବିଜୟୀ ହେବା ସହ ଚାମ୍ପିୟନ ବିବେଚିତ ହୋଇଥିଲା।

ଫାଇନାଲ ମ୍ୟାଚରେ ଜିତେନ ମାଝୀ ଓ ବିଶାଳ ପାଣି ଖେଳ ପରିଚାଳନା କରିଥିବା ବେଳେ ଧାରା ବିବରଣୀ ଦିଲ୍ଲୀପ ମାଝୀ ଓ ଶ୍ରୀମୁଖ ଅଗସ୍ତି କରିଥିଲେ। ସେହିପରି ସ୍କୋର ବୋର୍ଡରେ ବିରଞ୍ଚି ମାଝୀ ସହଯୋଗ କରିଥିଲେ। ଉଦ୍‌ଯାପନୀ ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ବାହ୍ୟ ବ୍ୟାପାର ବିଭାଗର ମୁଖ୍ୟ ପ୍ରବୀଣ କୁମାର ଦାସ ଯୋଗଦେଇ ଥିବାବେଳେ ସମ୍ମାନୀତ ଅତିଥିଭାବେ ସିଏସ୍‌ଆର ମୁଖ୍ୟ ଶିଶିର ତରଫଦାର, ଜଗନ୍ନାଥ ପୁର ସମିତି ସଭ୍ୟ ପ୍ରଦୀପ ମାଝୀ, ଲାଞ୍ଜିଗଡ଼ ସିଆରସିସି ଜଳନ୍ଦର ମାଝୀ, ପୁଙ୍ଗରି ମାଝୀ, ଦଶରଥ ମାଝୀ, ଶିକ୍ଷକ ମଧୁସୂଦନ ବାଗ, ତିରନ୍ଦାଜ କୋଚ ଶୀମାଞ୍ଚଳ କାଟ୍ରାକା, ବେଦାନ୍ତ ପକ୍ଷରୁ ଭଗବାନ ହୋତା, ଶ୍ରୀମୁଖ ଅଗସ୍ତି, ସୁଶମ୍ୱିତ ବୁଦ୍ଧିଆ, ଶାନ୍ତନୁ ବିଶି, କୀରଣ ପଟ୍ଟନାୟକ, ଶଙ୍କର ରତ୍ନାଲୁ, ଲାଞ୍ଜିଗଡ ଯୁବକ ସଂଘ ସମ୍ପାଦକ ଭୁପେନ୍ଦ୍ର ମହାରଥା, ସାଇ ଆନ୍ନା, ରଘୁ ପାଣି, ଦଶରଥ ମାଝୀ, ପୁଙ୍ଗରି ମାଝୀ, ପାତ୍ର ମାଝୀ, କ୍ଷମାନିଧି ମହାଖୁଡ ପ୍ରମୁଖ ଉପସ୍ଥିତ ଥିଲେ I

କାର୍ଯ୍ୟକ୍ରମରେ ନିୟମଗିରି ବେଦାନ୍ତ ନଗର ଗୋଲଡେନ ସ୍ପୋଟର୍‌ସ କ୍ଳବ ପକ୍ଷରୁ ସଭାପତି ପବିତ୍ର ମାଝୀ, ଉପସଭାପତି ସନ୍ତୋଷ ମାଝୀ, ସମ୍ପାଦକ ଶତ୍ରୁଘନ ଚାଲାଣ, ସହ ସମ୍ପାଦକ କପୁର ନାଗ, କୋଷାଧ୍ୟକ୍ଷ ଜିତେନ ମାଝୀ ସମେତ ସ୍ପୋଟର୍‌ସ କ୍ଳବର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ପ୍ରତିଯୋଗିତା ମେ ୧୧ରେ ଆରମ୍ଭ ହୋଇଥିଲା। ଏଥିରେ ଜିଲା ତଥା ଜିଲା ବାହାରୁ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ। ବିଜେତାଙ୍କୁ ଟ୍ରଫି ଓ ମେଡାଲ ସହିତ ୫୫, ୫୫୫ ଟଙ୍କା ଏବଂ ଉପ ବିଜେତାଙ୍କୁ ଟ୍ରଫି ଓ ମେଡାଲ ସହିତ ୩୩,୩୩୩ ଟଙ୍କାର ପୁରସ୍କାର ରାଶି ଚେକ୍‌ ଆକାରରେ ପ୍ରଦାନ କରାଗଲା


Enter your email to get our daily news in your inbox.

All Right Reserved By Dharitri.Com

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?