ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ କହିଛନ୍ତି, ରାଜନୀତିରେ ପୁଅ-ବାପାର ସମ୍ପର୍କ ନାହିଁ। ଆଦର୍ଶର ସମ୍ପର୍କ।
ଦଳର ସମ୍ମାନ କ୍ଷୁଣ୍ଣ ହେଲା ଭଳି କୌଣସି କାର୍ଯ୍ୟ କରାଯିବ ନାହିଁ। ଯେଉଁମାନେ ଦଳ ଛାଡ଼ିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରଫୁଲ୍ଲ କହିଛନ୍ତି।
ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ୨ ପୁଅ ପ୍ରୟାସକାନ୍ତି ସାମଲ, ପ୍ରଣିତକାନ୍ତି ସାମଲ ଶନିବାର ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ଅନେକ ସରପଞ୍ଚ ଏବଂ ସମିତି ସଭ୍ୟ ମଧ୍ୟ ଭାଜପାରେ ସାମିଲ ହୋଇଛନ୍ତି।

