ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ ପାଇଁ ସହଜ ହେବ। ନିର୍ମାଣ ହେବାକୁ ଥିବା ୪୬୦ ମିଟର ଲମ୍ବର ଏହି ପୋଲ ହେଲେ ଉଭୟ ଆନ୍ଧ୍ର ଓ ଓଡିଶା ମଧ୍ୟରେ ରହିଥିବା ବାଣିଜ୍ୟ ଓ ସାଂସ୍କୃତିକ ସଂପର୍କକୁ ମଜଭୁତ୍‌ କରିବ। ବଂଶୀଧରା ନଦୀ ଉପରେ ବଥବା-ଲିହୁରି ମଧ୍ୟରେ ଏହି ପୋଲ ନିର୍ମାଣ ହେବ। ପାରଳା ମହାରାଜା ୧୮୦୦ ମସିହାରେ ବଂଶଧାରା ନଦୀକୂଳ ଲିହୁରିଠାରେ ଗୋପୀନାଥ ମନ୍ଦିର ନିର୍ମାଣ କରିଥିଲେ। ସ୍ବତନ୍ତ୍ର ପ୍ରଦେଶ ଗଠନ ବେଳେ ଏହା ଓଡ଼ିଶା ବାହାରେ ରହିଯାଇ ପରବର୍ତ୍ତୀ ସମୟରେ ଏହା ଆନ୍ଧ୍ରରେ ରହିଛି। ଗୁପ୍ତ ବୃନ୍ଦାବନ ଭାବେ ପରିଚିତ ଏହି ଗୋପୀନାଥ ମନ୍ଦିର ଏବେ ଅବହେଳିତ ଅବସ୍ଥାରେ ରହିଛି। ବଂଶଧରା ଉପରେ ପୋଲ ନିର୍ମାଣ ନେଇ ଗ୍ରାମ୍ୟ ନିର୍ମାଣ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଗୋବିନ୍ଦ ମାର୍ଣ୍ଡି ସୂଚନା କହିଛନ୍ତି, ସରକାର ବଂଶଧାରା ଉପରେ ପୋଲ ନିର୍ମାଣ ଲାଗି ଘୋଷଣା କରିବା ପରେ ଏବେ ସର୍ଭେ କାମ ଆରମ୍ଭ ହୋଇଛି। ଏହାର ସବିଶେଷ ରିପୋର୍ଟ ଶୀଘ୍ର ସରକାରଙ୍କୁ ପ୍ରଦାନ କରାଯିବ। ଆବଶ୍ୟକ ପାଣ୍ଠି ଆସିବା ପରେ ପୋଲ ନିର୍ମାଣ କାମ ଆରମ୍ଭ ହେବ। ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ଏବଂ ଦେଶ ସ୍ବାଧୀନତାକୁ ଇତି ମଧ୍ୟରେ ୭ଦଶନ୍ଧିରୁ ଊର୍ଦ୍ଧ୍ୱ ବିତିଗଲାଣି। ଏହି ଐତିହାସିକ ସ୍ଥାନର ଯେଭଳି ଉନ୍ନତି ହେବା କଥା ତାହା ହୋଇନାହିଁ। ଲିହୁରିସ୍ଥିତ ଗୋପୀନାଥ ମନ୍ଦିରକୁ ଯିବାକୁ ଆନ୍ଧ୍ର ପଟେ ରହିଥିବା ରାସ୍ତା ଶୋଚନୀୟ ଅବସ୍ଥାରେ ଥିବା ବେଳେ ଓଡିଶା ପଟେ ବଂଶଧାରା ନଦୀ ବାଧକ ସାଜିଆସିଛି। ଏହି ମନ୍ଦିରକୁ ଯିବାପାଇଁ ବଂଶଧାରା ନଦୀ ଉପରେ ପୋଲଟିଏ ନିର୍ମାଣ କରିବାକୁ ଲୋକେ ଦୀର୍ଘ ଦିନ ହେଲା ଦାବି କରିଆସୁଥିଲେ।
ରାଜ୍ୟ ସରକାର ଏହାକୁ ଗୁରୁତ୍ୱ ଦେଇ ଏବେ ବଂଶଧାରା ଉପରେ ୪୬୦ମିଟର ଲମ୍ବର ପୋଲ ନିର୍ମାଣ ପାଇଁ ସବୁଜ ସଂକେତ ଦେଇଛନ୍ତି। ଗଜପତି ଜିଲା କାଶୀନଗର ବ୍ଲକ ବଥବା ପୁର୍ତ୍ତ ବିଭାଗ ରାସ୍ତାଠାରୁ ଲିହୁରୀକୁ ଏହି ସେତୁ ଯୋଡିବ। ଏହାଦ୍ବାରା କେବଳ ସାଂସ୍କୃତିକ ନୁହେଁ, ସାମାଜିକ ଓ ବ୍ୟବସାୟିକ କ୍ଷେତ୍ରରେ ଅଞ୍ଚଳର ଅନେକ ଉନ୍ନତି ହୋଇପାରିବ ବୋଲି ଉଭୟ ଆନ୍ଧ୍ର ଓ ସେଠାରେ ବସବାସ କରୁଥିବା ଓଡିଶାର ଓଡିଆ ଲୋକେ କହିଛନ୍ତି। ବୃନ୍ଦାବନରେ ଯମୁନା ନଦୀ କୂଳରେ ପୂଜା ପାଉଥିବା ରାଧାରାଣୀଙ୍କ ଭଳି ଏଠାରେ ମଧ୍ୟ ବଂଶଧାରା କୂଳରେ ନିମ୍ବ ଦାରୁରେ ନିର୍ମିତ ପ୍ରାୟ ୪ଫୁଟ ଉଚ୍ଚର ତ୍ରିଭଙ୍ଗୀ ଠାଣିର ଶ୍ରୀକୃଷ୍ଣଙ୍କ ସହ ରାଧାରାଣୀଙ୍କ ସୁନ୍ଦର ବିଗ୍ରହ ରହିଛି । ପାରଳାଖେମୁଣ୍ଡି ମହାରାଜା ଜଗନ୍ନାଥ ଦେବଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ଏହି ଗୋପୀନାଥ ମନ୍ଦିର ପରିଚାଳନା ପାରଳା ମହାରାଜା କରୁଛନ୍ତି। ଦୋଳଯାତ୍ରା ଏବଂ କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କ ଏଠାରେ ଭିଡ ଜମେ। ପ୍ରତ୍ୟହ ଠାକୁରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଆନ୍ଧ୍ର ପଟେ ଆସି ଦର୍ଶନ କରି ଫେରିଥାନ୍ତି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଗୁରୁତ୍ୱ ଦେଇ ୧୯୦୦ ମସିହାରେ ନୌପଡା-ପାରଳାଖେମୁଣ୍ଡି ନେରୋଗଜ ରେଳପଥକୁ ଗୁଣପୁର ଯାଏ ସଂପ୍ରସାରଣ କରିବା ବେଳେ ଲିହୁରୀଠାରେ ଗୋଟିଏ ଷ୍ଟେସନ କରିଥିଲେ। ଆଜିଯାଏ ଲୋକେ ସେହି ଷ୍ଟେସନରେ ଓଲ୍ଲାଇ ବଂଶଧାରା ନଦୀ ଭିତର ଦେଇ ବିପଦସଙ୍କୁଳ ଅବସ୍ଥାରେ ଠାକୁର ଦର୍ଶନ କରି ଫେରୁଛନ୍ତି ।
ଅନ୍ୟପକ୍ଷରେ ବଂଶଧାରା ଉପରେ ପୋଲ ନିର୍ମାଣ ନେଇ ନିଷ୍ପତ୍ତି ରାଜ୍ୟ ସରକାର ନେବା ପରେ ଭାଜପା ଓ ବିଜେଡି ମଧ୍ୟରେ ଶ୍ରେୟ ନେବାକୁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ୫ବର୍ଷ ତଳେ ସେ ଦେଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଥିବା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ତଥା ରାଜ୍ୟ ଭାଜପା ଉପସଭାପତି କେ. ନାରାୟଣ ରାଓ ଏକ ଖବରଦାତା ସମ୍ମିଳନୀରେ କହିଥିବା ବେଳେ ପାରଳାଖେମୁଣ୍ଡିର ବର୍ତ୍ତମାନର ବିଜେଡି ବିଧାୟକ ରୁପେଶ ପାଣିଗ୍ରାହୀ ଗତ ୧୯ା୯ା୨୦୨୫ ଚିଠି ନମ୍ବର ୪୦୧୮/୨୫ରେ ଏନେଇ ସେ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଏହାକୁ ସରକାର ଅନୁମୋଦନ କରିଛନ୍ତି ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri