ମିଳିଲା ଟୋକନ, ଖୋଲିଲା ତାଲା: ଆନ୍ଦୋଳନରୁ ଓହରିଲେ ଚାଷୀ

ଅତାବିରା, ୪।୧୨(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାରେ ୫ହଜାରରୁ ଉର୍ଦ୍ଧ୍ୱ ଚାଷୀ ପଞ୍ଜିକରଣରୁ ବାଦ ପଡିଥିଲେ l ସେଥିମଧ୍ୟରୁ ଅତାବିରା ବ୍ଲକ ଝିଲିମିଣ୍ଡା ମଣ୍ଡି ଅଞ୍ଚଳର ପାଞ୍ଚ ଶହରୁ ଉର୍ଦ୍ଧ୍ୱ ଚାଷୀ ପଞ୍ଜିକରଣରୁ ବାଦ ପଡ଼ିଥିଲେ l ପଞ୍ଜିକରଣ ଦାବିରେ ଗତ ଅଗଷ୍ଟ ମାସରୁ ଚାଷୀ ଆନ୍ଦୋଳନ ଜାରି ରଖିଥିଲେ l ତେବେ ଗତ କାଲି ସରକାର ବାଦ ପଡ଼ିଥିବା ଚାଷୀଙ୍କୁ ପଞ୍ଜିକରଣ କରି ଖରିଫ ଧାନ କିଣାବିକାରେ ସାମିଲ କରିବା ପାଇଁ ଟୋକନ ପ୍ରଦାନ କରିଛନ୍ତି l ଫଳରେ ଚାଷୀ ଆଶ୍ବସ୍ତି ଲାଭ କରି ଜାରି ରଖିଥିବା ଆନ୍ଦୋଳନରୁ ଓହରିଛନ୍ତି l ଆଜି ମଧ୍ୟାହ୍ନରେ ସ୍ଥାନୀୟ ଚାଷୀ ଏବଂ ଜିଲା ପ୍ରଶାସନ ମଧ୍ୟରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା l ଆଲୋଚନାରେ ଆଗକୁ ଚାଷୀଙ୍କ ବିଭିନ୍ନ ସମସ୍ୟା କିଭଳି ଦୂର ହେବ ସେନେଇ ଅନେକ ପ୍ରସ୍ତାବ ଗୃହୀତ କରାଯାଇଛି। ଫଳରେ ପତ୍ରାପାଲିଠାରେ ଥିବା ଝିଲିମିଣ୍ଡା ପ୍ୟାକ୍ସ ଅଫିସରେ ଚାଷୀ ପକାଇଥିବା ତାଲା ଖୋଲିଛନ୍ତି ବରଗଡ଼ ଉପଜିଲାପାଳ ତଥା ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ପ୍ରସନ୍ନ କୁମାର ପାଣ୍ଡେ ଏବଂ ବରଗଡ଼ ଢିଆର୍‌ସିଏସ୍‌ ଯୁଗଳ କିଶୋର ଦାଶ l ବନ୍ଦ ତାଲା ଖୋଲିବା ପରେ ଚାଷୀ ପ୍ରତିକ୍ରିୟା ରଖିଛନ୍ତି l ସେମାନଙ୍କ ଆନ୍ଦୋଳନକୁ ଆଖି ଆଗରେ ରଖି ସରକାର ସେମାନଙ୍କୁ ପଞ୍ଜିକରଣ କରିଥିବାରୁ ସ୍ଥାନୀୟ ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ସମେତ ରାଜ୍ୟ ସରକାରଙ୍କୁ ଚାଷୀ ଧନ୍ୟବାଦ ଜଣାଇଥିଲେ l

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri