ମନମୋହୁଛି ମାଲ୍ୟବନ୍ତ ମହୋତ୍ସବ: ଆଜି ଆସିବେ ଓଡ଼ିଆ ସୁପରଷ୍ଟାର ବାବୁଶାନ

କାଲିମେଳା, ୪।୧୨(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲାର ସବୁଠାରୁ ବଡ଼ ସାଂସ୍କୃତିକ ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ଏବେ ପୂରା ଜିଲା ସମେତ ବ୍ଲକ ସ୍ତରରେ ମହାଆଡମ୍ବର ସହକାରେ ପାଳିତ ହେଉଛି । ଏହି ଅବସରରେ ଜିଲାର କାଲିମେଳା ବ୍ଲକସ୍ତରୀୟ ଏହି ୩ ଦିନିଆ ଉତ୍ସବ ୨ ଡିସେମ୍ବରରୁ ଆରମ୍ଭ ହୋଇ ଆଜି ଗୁରୁବାର ଏହାର ଶେଷ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ । ଦ୍ୱିତୀୟ ଦିନରେ ହିଁ ମହୋତ୍ସବ ପଡ଼ିଆରେ ୫୦ ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହୋଇଥିବା ବେଳେ ଆଜି ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ବାବୁଶାନ ମହାନ୍ତିଙ୍କ ପାଦ ପଡ଼ିବା ସହ ଭିଡ଼ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। ଦ୍ୱିତୀୟ ସନ୍ଧ୍ୟାରେ ପପୁଲାର ପ୍ଲେବ୍ୟାକ ସିଙ୍ଗର ସୁଜ୍ଞାନୀ ମହାପାତ୍ରଙ୍କ ମନଲୋଭା ଗୀତ, ଓଲିଉଡର ଆଇଟମ କୁଇନ କୁକିଜ ସ୍ବାଇଁଙ୍କ ଝାକଝମାଳ ନୃତ୍ୟ ଏବଂ ଜନପ୍ରିୟ କମେଡିୟାନ-ୟୁଟ୍ୟୁବର ଅନୁଗୁଳିଆ ବଣ୍ଟିଙ୍କ ହସରେ ଦର୍ଶକ ରାତି ତମାମ ମଜା ଉଠାଇଥିଲେ। ଷ୍ଟେଜ ଆଙ୍କର ପୁପିନ୍ଦରଙ୍କ ମଜେଦାର ଉପସ୍ଥାପନା ଶୋ’କୁ ଆହୁରି ରଙ୍ଗୀନ କରିଥିଲା। ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଲୋକନୃତ୍ୟ ଦଳ ମଧ୍ୟ ଦର୍ଶକଙ୍କ ମନ ଜିଣିଥିଲେ। କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର କର ପ୍ରଚେଷ୍ଟାରେ କାଲିମେଳା ଭଳି ଉପାନ୍ତ ଅଞ୍ଚଳରେ ସିନେ ସୁପରଷ୍ଟାର ମାନଙ୍କୁ ଆଣି ଧୂମଧାମରେ କାର୍ଯ୍ୟକ୍ରମ ଆୟୋଜନ ହୋଇପାରିଛି । ତାଙ୍କର ଉଦ୍ୟମ ଏବଂ କିଛି କରି ଦେଖାଇବାର ପ୍ରଚେଷ୍ଟା ଯୋଗୁ ଏକ ସଫଳ ମାଲ୍ୟବନ୍ତ ମହୋତ୍ସବ ଅନୁଷ୍ଠିତ ହୋଇ ପାରିଛି । ଏଥିସହ ମେଳା ପଡ଼ିଆରେ ସୁସୱାଦୁ ଦେଶୀ ଖାଦ୍ୟ, ମିନାବଜାର ଓ ବିଭିନ୍ନ ଦୋକାନ ବୁଲି ଲୋକେ ଶୀତ ସନ୍ଧ୍ୟାରେ ଉଷ୍ଣତା ଉଠାଇଛନ୍ତି। ମାଲକାନଗିରିର ଆଦିବାସୀ ସଂସ୍କୃତି, ପରମ୍ପରା, ଲୋକକଳା ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସାଧାରଣ ଲୋକଙ୍କ ଆଗରେ ଉପସ୍ଥାପନ କରିବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି, ‘ମାଲକାନଗିରି ମିତ୍ରତାର ଅଞ୍ଚଳ। ଏଠାକାର ନିରୀହ ଅଞ୍ଚଳବାସୀଙ୍କ ନିକଟରେ ପହଞ୍ଚି ସେମାନଙ୍କ ପାଇଁ ସେବା ଯୋଗାଇବା ଆମର ଲକ୍ଷ୍ୟ। ମାଲ୍ୟବନ୍ତର ପ୍ରଚାର-ପ୍ରସାର ବହୁଳ ହୋଇଛି ଏବଂ ଆକର୍ଷଣୀୟ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ଜାଣିପାରିଛି ବୁଲି ନିଜ ବକ୍ତବ୍ୟରେ କହିଥିଲେ।  ବିପୁଳ ଭିଡ଼ ଦେଖି ପୋଲିସ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କରିଛି। ଆଜି ସନ୍ଧ୍ୟାରେ ବାବୁଶାନଙ୍କ ପ୍ରଦର୍ଶନ ସହ ମହୋତ୍ସବର ରଙ୍ଗିନ ସମାପନ ହେବ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri