ଚର୍ଚ୍ଚା ସାଉଁଟୁଛି ଓଡିଆ ଫିଚର ଫିଲ୍ମ ଗୁରୁଜୀ ନମସ୍କାର: ବିଭିନ୍ନ ପ୍ରତିଷ୍ଠିତ ଫିଲ୍ମ ଉତ୍ସବରେ ମିଳିଛି ଶ୍ରେଷ୍ଠ ସମ୍ମାନ

ଲୋଇସିଂହା,୩ା୧୨(ସୁଶାନ୍ତ ବାରିକ) ଓଡିଆ ଫିଚର ଫିଲ୍ମ ଗୁରୁଜୀ ନମସ୍କାର ଅଦ୍ୟାବଧି ରିଲିଜ ହୋଇନାହିଁ। କିନ୍ତୁ ଏହାପୂର୍ବରୁ ଦେଶର ବିଭିନ୍ନ ପ୍ରତିଷ୍ଠିତ ଫିଲ୍ମ ଉତ୍ସବରେ ପ୍ରଦର୍ଶିତ ହୋଇ ଗୋଟିଏ ପରେ ଗୋଟିଏ ଆୱାର୍ଡ ବିଜୟୀ ହୋଇ ଓଡିଆ ସିନେମା ଜଗତକୁ ଗର୍ବିତ କରିଛି। ଦ ଅଣ୍ଡରଗ୍ରାଡ୍ସ ପ୍ରଡକ୍ସନ ହାଉସ ଅଧୀନରେ ନିର୍ମିତ ଏହି ଫିଲ୍ମ ରାଷ୍ଟ୍ରୀୟସ୍ତରରେ ଏବେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି।
ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମର ଯୁବ ଲେଖକ ତଥା ପ୍ରୟୋଜକ ସଙ୍କେତ ତ୍ରିପାଠୀଙ୍କ ଦ୍ୱାରା ଓଡିଆ ଫିଚର ଫିଲ୍ମ ଗୁରୁଜୀ ନମସ୍କାର ପ୍ରସ୍ତୁତ ହୋଇଛି।
ଜଣେ ଶିକ୍ଷକ ଓ ତାଙ୍କ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ଭାବପୂର୍ଣ୍ଣ ଓ ପରିବର୍ତ୍ତନଶୀଳ ସମ୍ପର୍କକୁ ଆଧାର କରି ଏହି ଫିଲ୍ମ ତିଆରି ହୋଇଛି। ଏଥିରେ ଗ୍ରାମୀଣ ସ୍କୁଲର ଛୋଟ ଛୋଟ ପରିବର୍ତ୍ତନ କିପରି ବଡ ସାମାଜିକ ପରିବର୍ତ୍ତନର ଦ୍ୱାର ଖୋଲିପାରେ ଏପରି ଏକ କାହାଣୀ ଫିଲ୍ମରେ ଚମକତ୍ାର ସନ୍ଦେଶ ଦେଇଛି।

ନଭେମ୍ବର ୨୨ ତାରିଖରେ କୋଲକାତା ଗ୍ଲୋବାଲ ଇଣ୍ଡିପେଣ୍ଡେଣ୍ଟ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡସ୍‌(ଜିଆଇଏଫଏଫଏ)ବେଷ୍ଟ ଫିଚର ଫିଲ୍ମ ସମ୍ମାନ ଓ ଫିଲ୍ମ ନିର୍ଦ୍ଦେଶକ ଜିତେନ୍ଦ୍ରୀୟ ପଧାନଙ୍କୁ ବେଷ୍ଟ ନିର୍ଦ୍ଦେଶକ ସମ୍ମାନ ମିଳିଛି। ସେହିପରି ନଭେମ୍ବର ୭ରେ କାଶୀ ଇନ୍‌ଡିଆନ ଇଣ୍ଟର ନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଆୱାଡସ୍‌ରେ (କେଆଇଏଫଏଫଏ) ବେଷ୍ଟ ଚିଲଡ୍ରେନ ଫିଚର ଫିଲ୍ମ ଓ ବେଷ୍ଟ ନେଗେଟିଭ ଆକ୍ଟର ଭାବେ ସୁକୁମାର ଟୁଡୁଙ୍କୁ ସମ୍ମାନିତ କରାଯାଇଛି।
ଏହାପୂର୍ବରୁ ଅକ୍ଟୋବର ୧୨ରେ ମୁମ୍ବାଇ ଇଣ୍ଟର ନ୍ୟାଶନାଲ ଫିଲ୍ମ ଆୱାର୍ଡସ୍‌ -୨୦୨୫(ଏମ୍‌ଆଇଏଫଏ)ରେ ବେଷ୍ଟ ଫିଚର ଫିଲ୍ମ ଅଫ ଦ ଇୟର ସମ୍ମାନ ଅର୍ଜନ କରି ଏହି ଫିଲ୍ମ ଚର୍ଚ୍ଚାକୁ ଆସିଥିଲା। ୟଶପାଲ ଶର୍ମା,ସୀମା ବିଶ୍ୱାସ, ଗୋବିନ୍ଦ ପାଣ୍ଡେ,ରଘୁବୀର ଯାଦବ ଓ ଶ୍ରୀକାନ୍ତ ବର୍ମା ପରି ଦେଶର ଅଭିନେତ୍ରୀ ଅଭିନେତା ଓ ନାଟ୍ୟକାରଙ୍କ ଦ୍ୱାରା ପ୍ରଶଂସା ମିଳିଛି। ଫିଲ୍ମରେ ଅମନ ସୁକୁମାର ଟୁଡୁ ଓ ଶ୍ରୀବାଶୀଂ ସେନ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri