ଛତ୍ରପୁର, ୨୭/୧୧(ଦିଲ୍ଲୀପ ସାମଲ): ସ୍ଥାନୀୟ ପରିବେଶବିତ ରବିନ୍ଦ୍ର ନାଥ ସାହୁଙ୍କ କ୍ୟାମେରାରେ କଏଦ ହୋଇଛି ବିଦେଶରୁ ଆସିଥିବା ପରିବ୍ରାଜକ ପକ୍ଷୀ। ସୁଦୁର ୟୁରୋପ ଓ ଉତର ଆମେରିକାରୁ ଶୀତଦିନେ ଉଡ଼ିଆସନ୍ତି ବିଭିନ୍ନ ପକ୍ଷୀ। କ୍ୟାମେରାରେ କଏଦ ହୋଇଥିବା ଏହି ପକ୍ଷୀଟି ସ୍ୟାଣ୍ଡ ପ୍ଲୋଭର ପ୍ରଜାତିର ବୋଲି ଜଣାପଡ଼ିଛି। ଏହାର ଗୋଡ଼ରେ ଲାଗିଥିବା ଟ୍ୟାଗ ସାଧାରଣତଃ ଏମାନଙ୍କର ଗତିବିଧି ଉପରେ ନଜର ରଖିବାପାଇଁ ବ୍ୟବହାର ରାଯାଇଥାଏ। ଅତ୍ୟଧିକ ପ୍ରତିକୂଳ ପରିସ୍ଥିତିରେ ଏହି ପକ୍ଷୀଗୁଡିକ କେଉଁ ପ୍ରକାର ପରିସ୍ଥାନକୁ ନିଜ ବାସସ୍ଥଳୀ ରୂପେ ବ୍ୟବହାର କରିଥାନ୍ତି ଏହା ଉପରେ ଗବେଷଣା ମଧ୍ୟ କରାଯାଇଥାଏ ବୋଲି କହିଛନ୍ତି ପରିବେଶବିତ ରବିନ୍ଦ୍ର। ଗତବର୍ଷ ମଧ୍ୟ ସାଇବେରୀୟ ପ୍ଲୋଭର ପ୍ରଜାତିର ପକ୍ଷୀ ଆସିଥିବାବେଳେ ଏ ବର୍ଷ ଦେଖାଯାଇଥିବା ପକ୍ଷୀଟି ଗ୍ରେଟର ପ୍ଲୋଭର ବୋଲି ଜଣାପଡ଼ିଛି। ଏହି ପକ୍ଷୀ ଗବେଷକମାନଙ୍କୁ ସେମାନଙ୍କ ଗବେଷଣାରେ ଅଧିକ ସହାୟକ ହେବ ବୋଲି କହିଛନ୍ତି ରବିନ୍ଦ୍ର।
Dharitri – Odisha’s No.1 Odia Daily


