ଭଞ୍ଜନଗରର ୧୦ ପଞ୍ଚାୟତକୁ ଯକ୍ଷ୍ମା ମୁକ୍ତ ପୁରସ୍କାର, ସରକାରଙ୍କ ପକ୍ଷରୁ ରୋଗୀଙ୍କୁ ମାଗଣାରେ ଦିଆଯାଉଛି…

ଭଞ୍ଜନଗର,୨୭।୧୧(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଯକ୍ଷ୍ମା ରୋଗ ମୁକ୍ତ ଲକ୍ଷ୍ୟ ରଖିଛନ୍ତି। ତେଣୁ ୨୦୨୨ରୁ ଯକ୍ଷ୍ମା ମୁକ୍ତ ଲକ୍ଷ୍ୟ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଯକ୍ଷ୍ମା ମୁକ୍ତ ପଞ୍ଚାୟତ ଗୁଡ଼ିକୁ ଉତ୍ସାହିତ କରିବା ପାଇଁ ସରକାରଙ୍କ ପକ୍ଷରୁ ସଂପୃକ୍ତ ପଞ୍ଚାୟତର ଲୋକ ପ୍ରତିନିଧି ଏବଂ ସ୍ବାସ୍ଥ୍ୟ କର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଉଛି। ଏହିଭଳି ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ୧୦ ଟି ପଞ୍ଚାୟତ ସରପଞ୍ଚ ଏବଂ ସ୍ବାସ୍ଥ୍ୟ କର୍ମୀଙ୍କୁ ଜିଲାସ୍ତରୀୟ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି। ସେଥିମଧ୍ୟରୁ ଭଞ୍ଜନଗର ବ୍ଲକର ଗୋଲପଡା, ଗୁଣ୍ଡିରିବାଡି, ତୁରୁମୁ, ଲାଲସିଂ ଏବଂ ଦୋମୁହାଣୀ ପଞ୍ଚାୟତ ଯକ୍ଷ୍ମା ମୁକ୍ତ ହୋଇଛି। ଏଥିସହ ଜଗନ୍ନାଥପ୍ରସାଦ ବ୍ଲକର ଆଦିବାସୀ ବହୁଳ ଗାୟଗଣ୍ଡା ପଞ୍ଚାୟତ ସମେତ ବୁଡୁରୁଙ୍ଗୁ, ଅଲାଡ଼ି, ବିଡିପୁର ଓ ଚଢ଼େୟାପଲ୍ଲୀ ପଞ୍ଚାୟତ ଯକ୍ଷ୍ମା ରୋଗ ମୁକ୍ତ ହୋଇଛି। କିଛି ପଞ୍ଚାୟତକୁ ବ୍ରୋଞ୍ଜ ଓ ସିଲଭର ଉଭୟ ପୁରସ୍କାର ମିଳିଛି। ଏଥିସହ ୨୦୨୫-୨୬ ବର୍ଷରେ ଭଞ୍ଜନଗର ନିର୍ବାଚନମଣ୍ଡଳୀର ଆଉ ୨୦ ଟି ପଞ୍ଚାୟତକୁ ଯକ୍ଷ୍ମା ମୁକ୍ତ ପଞ୍ଚାୟତ କରିବା ଲକ୍ଷ୍ୟ ଅଛି। ବ୍ରହ୍ମପୁରରେ ଅନୁଷ୍ଠିତ ଜିଲାସ୍ତରୀୟ ଉତ୍ସବରେ ଜଗନ୍ନାଥପ୍ରସାଦ ମେଡ଼ିକାଲ ଅଫିସର ଡ ପଞ୍ଚାନନ ସେଠୀ ,
ଜଗନ୍ନାଥପ୍ରସାଦ ବ୍ଲକ ବରିଷ୍ଠ ଯକ୍ଷ୍ମା ରୋଗ ପର୍ଯ୍ୟବେକ୍ଷକ ଦୁର୍ଗା ପ୍ରସାଦ ପାତ୍ର, ଏବଂ ଭଞ୍ଜନଗର ବ୍ଲକର ଗାଲେରୀ ମେଡ଼ିକାଲ ଅଫିସର ସମେତ ଅନ୍ୟାନ୍ୟ ସ୍ବାସ୍ଥ୍ୟ କର୍ମୀ ଏବଂ ସରପଞ୍ଚମାନେ ଯୋଗଦେଇ ପୁରସ୍କାର ଗ୍ରହଣ କରିଥିଲେ। ବର୍ତ୍ତମାନ ଜିଲାରେ ପ୍ରାୟ ୫ ହଜାରରୁ ଅଧିକ ଯକ୍ଷ୍ମା ରୋଗୀ ଅଛନ୍ତି। ଜିଲାର ୫୦୩ ପଞ୍ଚାୟତ ମଧ୍ୟରୁ ଇତିମଧ୍ୟରେ ୧୬୫ ପଞ୍ଚାୟତ ଯକ୍ଷ୍ମା ରୋଗ ମୁକ୍ତ ହୋଇଛି। ଚଳିତ ବର୍ଷ ଆଉ ୨୦୦ ପଞ୍ଚାୟତକୁ ଯକ୍ଷ୍ମା ମୁକ୍ତ ଲକ୍ଷ୍ୟ ରଖାଯାଇଛି। ସରକାରଙ୍କ ପକ୍ଷରୁ ରୋଗୀଙ୍କୁ ସମସ୍ତ ଔଷଧ ମାଗଣାରେ ଯୋଗାଇ ଦିଆଯାଉଛି । ଶୁଖିଲା ଖାଦ୍ୟ ମଧ୍ୟ ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ପ୍ରଦାନ କରାଯାଉଛି । ଏଥିସହ ଜଣେ ରୋଗୀଙ୍କୁ ୬ ହଜାର ଟଙ୍କା ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଉଛି । ବିଭିନ୍ନ କାରଣ ଯୋଗୁ ଯକ୍ଷ୍ମା (ଟିବି) ରୋଗ ହେଉଛି। ଲୋକଙ୍କ ମଧ୍ୟରେ ସଚେତନତା ବଢ଼ିଲେ ନିର୍ଦ୍ଧାରିତ ସମୟ ପୂର୍ବରୁ ଗଞ୍ଜାମ ଜିଲା ଟିବି ରୋଗ ମୁକ୍ତ ହୋଇପାରିବ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ଏଠାରେ ସୂଚନା ଦେଇଛନ୍ତି। ଯକ୍ଷ୍ମା ମୁକ୍ତ ପଞ୍ଚାୟତ ଘୋଷଣା ପୂର୍ବରୁ ସବୁ ପ୍ରକାର ପରୀକ୍ଷା କରାଯାଉଛି । ଏହାପରେ ଘୋଷଣା କରାଯାଇଛି। ଦିନ ଥିଲା ଟିବି ହେଲେ ଲୋକେ ଭୟଭୀତ ହେଉଥିଲେ। କିନ୍ତୁ ବର୍ତ୍ତମାନ ଆଉ ସେ ସମୟ ନାହିଁ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri