ନୀରବ ଦ୍ରଷ୍ଟା ବ୍ଲକ ପ୍ରଶାସନ, ପାର୍କକୁ ନଷ୍ଟ କରି ଦେଲେଣି ଦୁର୍ବୃତ୍ତ 

ରାଇକିଆ,୨୬।୧୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ତହସିଲ ଅଫିସ ନିକଟରେ ଥିବା ଚିଲ୍ଡରେନ୍ସ ପାର୍କର  ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ବର୍ଷ ତମାମ ଏହି ପାର୍କରେ ତାଲା ଝୁଲୁଛି । ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଯେଉଁ ପାର୍କ ନିର୍ମାଣ କରାଯାଇଥିଲା  ନିୟମିତ ଖୋଲା ଯାଉ ନ ଥିବା ଯୋଗୁ ଏହା ଦିନକୁ ଦିନ ନଷ୍ଟ ହେବାକୁ ବସିଲାଣି । ୨୦୨୩ରେ ଏହି ପାର୍କକୁ ଉଦ୍‌ଘାଟନ କରାଯାଇଥିଲା।  ଏହାର ପରିଚାଳନା ଏକ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଟେକି ଦେଇ ବ୍ଲକ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛନ୍ତି । ଏହାର ରକ୍ଷଣା ବେକ୍ଷଣ, ନିରୀକ୍ଷଣ  କରା ନଯିବା ଫଳରେ ଦାମୀ ସରଞ୍ଜାମ ସବୁ ଖତ ଖାଉଛି । ପାର୍କ  ଚାରିପାଖ ଲଟାବୁଦାରେ ପରିପୂର୍ଣ୍ଣ ହୋଇ ରହିଛି । କିଛି ଦିନ ପାର୍କକୁ ନିୟମିତ ଖୋଲାଯିବା ପରେ ଏହା ଧୀରେ ଧୀରେ ବନ୍ଦ ହେବାକୁ ଲାଗିଲା । ନିୟମିତ ଖୋଲା ନ ଯିବା ଏବଂ ପରିଚାଳନାଗତ ଅବ୍ୟବସ୍ଥା ଯୋଗୁ ଏହା ଏବେ ନଷ୍ଟ ହେବାକୁ ବସିଲାଣି । ତାଲା ପଡ଼ି ରହୁଥିବା ଯୋଗୁ ଏହା ଅସାମାଜିକ ଯୁବକଙ୍କ ଆଡ୍ଡା ପାଲଟିଛି । ଦୁର୍ବୃତ୍ତ  ପାଚେରୀ ଗ୍ରିଲ୍‌କୁ ଭାଙ୍ଗି ରୁଜି ଦେଲେଣି । ପାଚେରୀ ଡେଇଁ ବିଭିନ୍ନ ପ୍ରକାର ନିଶା ସେବନ କରୁଛନ୍ତି ଯୁବ ଗୋଷ୍ଠୀ । ରାତିରେ ଆଲୋକ ବ୍ୟବସ୍ଥା ନ ଥିବା ବେଳେ ପିଲାଙ୍କ ଖେଳ ସାମଗ୍ରୀ ମଧ୍ୟ ଭାଙ୍ଗିରୁଜି ଗଲାଣି ।
ଅନ୍ୟପକ୍ଷରେ ତତ୍କାଳୀନ ବିଡ଼ିଓ ପ୍ରବୀଣ କୁମାର ବାଣୁଆଙ୍କ ଉଦ୍ୟମ କ୍ରମେ ପାର୍କ ଶିଶୁଙ୍କ  ପାଇଁ ବିଭିନ୍ନ କ୍ରୀଡା ସରଞ୍ଜାମ ଏବଂ  ଓପନ ଜିମ ସରଞ୍ଜାମ ମଧ୍ୟ ଲଗା ଯାଇଥିଲା । କିଛି ଦିନ ପ୍ରାତଃ ଭ୍ରମଣ କରୁଥିବା ଲୋକେ ବ୍ୟାୟାମର ସୁବିଧା ପାଉଥିଲେ । ତାହା ମଧ୍ୟ ନଷ୍ଟ ହୋଇ ଗଲାଣି । ଏନେଇ ରାଇକିଆ ବିଡିିଓ ସବ୍ୟସାଚୀ ସାହୁଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଇ ନାହିଁ । ରାଇକିଆ ସହର ମଧ୍ୟରେ ରେ ଥିବା ଏହି ପାର୍କକୁ ଅଣଦେଖା କରାଯାଉଥିବା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଙ୍କୀରେ ଧାନମଣ୍ଡି ଅବ୍ୟବସ୍ଥା, ତେଜୁଛି ଚାଷୀ ଅସନ୍ତୋଷ

ବାଙ୍କୀ,୨୨ା୧(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଉପଖଣ୍ଡରେ ଚଳିତବର୍ଷ ୪୯ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ)ରେ ମଣ୍ଡି ଖୋଲିବାକୁ...

ଆକାଶରେ ପରିବର୍ତ୍ତନ

ମଣିଷ ଆଭ୍ୟନ୍ତରୀଣ ଉପତ୍ୟକାରୁ ଉପକୂଳ, ଜଙ୍ଗଲରୁ ପର୍ବତ ଅଞ୍ଚଳକୁ ସ୍ଥାନାନ୍ତର ହୋଇଥିବାରୁ ତାହା ବିଭିନ୍ନ କାହାଣୀ ଓ ସଙ୍କେତ ବହନ କରିଥିଲା। ସେମାନଙ୍କ ସହ ଆକାଶ...

ସମସ୍ତେ ଶୋଇଥିବା ବେଳେ ଲାଗିଲା ନିଆଁ, ଜଳିଗଲା ୧୦ ବଖରା ଘର

ବାସୁଦେବପୁର,୨୨।୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଂଚାୟତର ନାୟକ ସାହିରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗି ୧୦ ବଖରା ଘର ଜଳିଯାଇଛ।...

ବଞ୍ଚିବାର ସଂଘର୍ଷ

କ୍ଷୁଧା ବା ଭୋକକୁ ମଣିଷ ନିଜର ପ୍ରାଥମିକତା ମନେକରେ। ଚିନ୍ତା କରେ କ’ଣ କଲେ ପେଟରେ ଦାନା ପଡ଼ିବ। ନିଜେ ବଞ୍ଚିଲେ ତ ପରିବାର ମୁହଁରେ...

ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣରେ ଅସଙ୍ଗତି

ନାଗରିକଙ୍କ ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ ଏକ ଆବଶ୍ୟକତା। ଆମ ଗଣତାନ୍ତ୍ରିକ ସରକାର ୧୯୬୯ ମସିହାରେ ଜନ୍ମ ମୃତ୍ୟୁ ପଞ୍ଜୀକରଣ ଆଇନ ତିଆରି କରିଛନ୍ତି। ଯେଉଁଠି...

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri