Posted inଖେଳ

ଭାରତ ବିପକ୍ଷ ସିରିଜ୍‌ ଲାଗି ଦକ୍ଷିଣ ଆଫ୍ରିକା ଦଳ ଘୋଷିତ

ଜୋହାନ୍ସବର୍ଗ,୨୧ା୧୧: ଆସନ୍ତା ୩୦ ତାରିଖରୁ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଓ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଲାଗି ଶୁକ୍ରବାର ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରାଯାଇଛି। ଟେମ୍ବା ବଭୁମା ଦିନିକିଆ ଓ ଏଡେନ ମାରକ୍ରାମ ଟି୨୦ ଦଳର ନେତୃତ୍ୱ ନେବାକୁ ଥିବା ବେଳେ ଦଳର ପ୍ରିମିୟର ପେସର କାଗିସୋ ରାବାଡା ଇଞ୍ଜୁରିରୁ ରିକଭର କରିବା ଲାଗି ସ୍ବଦେଶ ଫେରିବେ।

ନିକଟରେ ଦିନିକିଆ ଅବସରରୁ ପ୍ରତ୍ୟାବର୍ତ୍ତନ କରିଥିବା କ୍ୱିଣ୍ଟନ ଡି କକ୍‌ଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି। ଡି କକ୍‌ ପାକିସ୍ତାନ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଏକ ଶତକ ଓ ଦୁଇ ଅର୍ଦ୍ଧଶତକ ସହ ୨୩୨ ରନ କରିଥିଲେ। କିନ୍ତୁ ସିରିଜ୍‌ରେ ଦ୍ୱିତୀୟ ସର୍ବାଧିକ ରନ କରିଥିବା ଲୁହାନ ଡି ପ୍ରେଟୋରିଅସଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ରାଞ୍ଚିଠାରେ ହେବାକୁ ଥିବାବେଳେ ଅନ୍ତିମ ଦୁଇ ମ୍ୟାଚ୍‌ ୩ ଓ ୬ ତାରିଖରେ ରାୟପୁର ଓ ବିଶାଖାପାଟଣାରେ ଖେଳାଯିବ।

ଦକ୍ଷିଣ ଆଫ୍ରିକା ଟି୨୦ ଦଳକୁ ମାରକ୍ରାମ ଫେରିଛନ୍ତି। ତାଙ୍କୁ ଦିନିକିଆ ଦଳରେ ମଧ୍ୟ ସାମିଲ କରାଯାଇଛି। ତାଙ୍କୁ ପାକିସ୍ତାନ ବିପକ୍ଷ ଟି୨୦ ସିରିଜ୍‌ରେ ବିଶ୍ରାମ ଦିଆଯାଇଥିଲା। ଭେଟେରାନ ବାମହାତୀ ସ୍ପିନର କେଶବ ମହାରାଜ ଓ ଅନ୍ତିମ ଥର ଗତ ବର୍ଷ ଟି୨୦ ବିଶ୍ୱକପ୍‌ ଫାଇନାଲରେ ଖେଳିଥିବା ଅନରିଚ୍‌ ନର୍ଟଜେ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦୁଇ ଦଳ ମଧ୍ୟରେ ଡିସେମ୍ବର ୯ ତାରିଖରୁ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଖେଳାଯିବ। ସିରିଜ୍‌ର ପ୍ରଥମ ମ୍ୟାଚ୍‌ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ।

ଦକ୍ଷିଣ ଆଫ୍ରିକା ଦିନିକିଆ ଦଳ: ଟେମ୍ବା ବଭୁମା (ଅଧିନାୟକ), ଓଟିନେଲ ବାର୍ଟମାନ, ମାଥ୍ୟୁ ବ୍ରିଜକେ, ଡଓ୍ବୋଲ୍ଡ ବ୍ରେଭିସ, ନାନ୍ଦ୍ରେ ବର୍ଗର, କ୍ୱିଣ୍ଟନ ଡି କକ୍‌, ଟୋନି ଡି ଜର୍ଜି, ରୁବିନ ହର୍ମାନ, ମାର୍କୋ ଜାନସେନ, କେଶବ ମହାରାଜ, ଏଡେନ ମାରକ୍ରାମ, ଲୁଙ୍ଗି ଏନ୍‌ଗିଡି, ରିଆନ ରିକଲଟନ, ପ୍ରେନେଲାନ ସୁବ୍ରାୟେନ।

ଦକ୍ଷିଣ ଆଫ୍ରିକା ଟି୨୦ ଦଳ: ଏଡେନ ମାରକ୍ରାମ(ଅଧିନାୟକ), ଓଟିନେଲ ବାର୍ଟମାନ, କର୍ବିନ ବୋଶ୍ଚ, ଡଓ୍ବୋଲ୍ଡ ବ୍ରେଭିସ, କ୍ୱିଣ୍ଟନ ଡି କକ୍‌, ଟୋନି ଡି ଜର୍ଜି, ଡୋନୋଭାନ ଫେରେରିଆ, ରିଜା ହେଣ୍ଡ୍ରିକ୍ସ, ମାର୍କୋ ଜାନସେନ, ଜର୍ଜ ଲିଣ୍ଡେ, କେଶବ ମହାରାଜ, କ୍ୱେନା ମାଫାକା, ଡେଭିଡ୍‌ ମିଲର, ଲୁଙ୍ଗି ଏନ୍‌ଗିଡି, ଅନରିଚ ନର୍ଟଜେ, ଟ୍ରିଷ୍ଟାନ ଷ୍ଟବ୍ସ।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫% ବଢିବ DA!

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ବୃଦ୍ଧି ପାଇଁ ଅପେକ୍ଷା କରିଆସୁଛନ୍ତି। ଜାନୁଆରୀ 2026 ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri