ସାକ୍ଷୀଗୋପାଳ ୨୧।୧୧ (କିଶୋର ମହାପାତ୍ର/ ପ୍ରଶାନ୍ତ କୁମାର ବାରିକ) ପରମ୍ପରା କ୍ରମେ ସାକ୍ଷୀଗୋପାଳ ମନ୍ଦିରରେ ଶୁକ୍ରବାର ଦେବ ଦୀପାବଳି ଉପଲକ୍ଷେ ଦୀପଦାନ କରାଯାଇଛି। ସନ୍ଧ୍ୟା ଆରତି ପରେପରେ ମନ୍ଦିର ଚୁଡ଼ା କୁ ମହାଦେବ ଉଠିଥିଲା। ସେହିପରି ଗର୍ଭଗୃହ, ମହାଲକ୍ଷ୍ମୀ, ଗରୁଡ଼ ଓ ଅରୁଣ ସ୍ତମ୍ଭ, ମଦନ ମୋହନ ମନ୍ଦିର, ବରାହ, ନୃସିଂହ, ବାମନ, ଅଁଳା, ତମାଳ ବୃକ୍ଷ, ମହାଦେବ, ପାଦପଦ୍ମ, ତୁଳସୀ ଚଉରା, ସ୍ନାନବେଦୀ, ଜଗମୋହନ, ଗଣେଶ, ନବଗ୍ରହ, ଗୁମୁଟ ଗଣେଶ, ମହାବୀର, ବୃନ୍ଦାବତୀ, ସୂର୍ଯ୍ୟ ନାରାୟଣ, ସିଂହଦାର, ଶ୍ରୀରାମ ମନ୍ଦିର, ଅଲଗା ମହାବୀର, ତ୍ରିନାଥ ମଣ୍ଡପ, ସେବାୟତ ସଂଘ କାର୍ଯ୍ୟାଳୟ, ମହାବୀର ଜାଗା, ମାଳେଶ୍ବରୀ, ଘୁମେଇ, ହରଚଣ୍ଡୀ, ଜାଗେଶ୍ବରୀ, ଅନନ୍ତେଶ୍ବର, ରତ୍ନେଶ୍ବର, ମଉଁନେଇ, ସିଦ୍ଧ ମହାବୀର, ସିଦ୍ଧ ବକୁଳ ଦେବ ଆଦି ଦେବାଦେବୀଙ୍କ ନିକଟରେ ଦୀପଦାନ କରାଯାଇଥିଲା। ସାକ୍ଷୀଗୋପାଳ ମନ୍ଦିର ମାଳି ସେବାୟତ ମନ୍ଦିର ପରିସର ରେ ଦୀପ ପ୍ରସ୍ତୁତ କରି ପ୍ରଜ୍ବଳନ କରିଥିଲେ। ଦେବ ଦୀପାବଳି ର ଅନ୍ତିମ ସାରେ ନନ୍ଦ, ଯଶୋଦା ଓ ବସୁଦେବ, ଦେବକୀ ଙ୍କ ଉଦ୍ଦେଶ୍ୟ ରେ ଶ୍ରଦ୍ଧାର୍ପଣ ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଏ ବୋଲି ମନ୍ଦିର ସେବାୟତ ବିଶ୍ବନାଥ ମହାପାତ୍ର କହିଛନ୍ତି।


