ବାର୍‌ହା ଉପଦ୍ରବ: ଚାଷୀ ହିଡ଼ମୁଣ୍ଡରେ ମଞ୍ଚା ବାନ୍ଧି ରାତି ଅନିଦ୍ରା

ମହାକାଳପଡ଼ା, ୧୯ା୧୧ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ପାଚିଲା ଧାନ ଜମିରେ ବାର୍‌ହା ପଲ ଉପଦ୍ରବ କରୁଛନ୍ତି। ବାର୍‌ହା କ୍ଷେତରେ ପ୍ରବେଶ କରି ଧାନ ନଷ୍ଟ କରୁଥିବା ନେଇ ସ୍ଥାନୀୟ ଚାଷୀମାନେ ମୁଣ୍ଡରେ ହାତ ଦେଲେଣି। ବାର୍‌ହାଙ୍କୁ ଘଉହାଇବାକୁ ପାଇଁ ଚାଷୀ ଜମି ହିଡ଼ ମୁଣ୍ଡରେ ମଞ୍ଚା ବାନ୍ଧି ରାତିରେ ଜଗି ରହିଥାନ୍ତି। ବାର୍‌ହା ଆସିଲେ ବ୍ୟାଟେରି ଝଟକା କରେଣ୍ଟ, ନିଅଁା ହୁଳା, ବାଣ ଫୁଟାଇ ଘଉଡାଉଛନ୍ତି ବୋଲି ଚାଷୀମାନେ କହିଛନ୍ତି।
ଝଣ୍ଟୁ ଜାନା, ପ୍ରଫୁଲ୍ଲ ସେଠୀ, ନିତାଇ ମାନ୍ନା, ଖଗେନ୍‌ ମାଇତି, କମଲ ଜେନା, ତପନ ବେରା, ପୂର୍ଣ୍ଣ ଚନ୍ଦ୍ର ବେରା, ଶୁକଦେବ ବେରା, ଦୟାଲ ସାହୁ, ବିକାଶ ସାହୁ, ଶମ୍ଭୁ ଜେନାଙ୍କ ସମେତ ୫୦ରୁ ଅଧିକ ଚାଷୀ କହିଛନ୍ତି, ବ୍ଲକର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ସଂଲଗ୍ନ ନାଞ୍ଜୁରା ପଞ୍ଚାୟତ ନରସିଂହପୁର ଗ୍ରାମରୁ ବିଳମ୍ବିତ ରାତିରେ ବାର୍‌ହା ପଲରେ ୨୦ରୁ ୩୦ରୁ ଆସି ପାଚିଲା ଧାନ ଜମିରେ ପଶି ନଷ୍ଟ କରୁଛନ୍ତି। ବାର୍‌ହା ପଲକୁ ରୋକିବାକୁ ଚାଷ ଜମି ହିଡରେ ବାଉଁଶ ଓ ପଲିଥିନ ଦେଇ ମଞ୍ଚା ପ୍ରସ୍ତୁତ କରିଛୁ। ବିଳମ୍ବିତ ରାତିରେ ଜଙ୍ଗଲୀ ବାର୍‌ହା ପଲ ଧାନ ଜମିରେ ପ୍ରବେଶ କରନ୍ତି। ତେବେ ଜମିପାର୍ଶ୍ୱ ତାର ବାଡ଼ରେ ଜାଲ ଲଗାଇ ବ୍ୟାଟେରି କରେଣ୍ଟରେ ଯୋଡ଼ି ଯାଇଛି। ପରେ ଏହି ପଲ ବାଡ଼ ପାର୍ଶ୍ୱରେ ବ୍ୟାଟେରି ସଂଯୋଗ ତାର ସଂସ୍ପର୍ଶରେ ଆସିଲେ ଝଟକା କରେଣ୍ଟ ଲାଗେ। ଏହି ବାର୍‌ହା ପଲ ବ୍ୟାଟେରି କରେଣ୍ଟ ଝଟକା ମାରିବା ପରେ ନିକଟ ଜଙ୍ଗଲକୁ ପଳାଇ ଯାଇଥାନ୍ତି। ଅପରପକ୍ଷରେ ଏମାନଙ୍କୁ ତଡ଼ିବା ପାଇଁ ନିଅଁା ହୁଳା ଲଗାଇବା ସହ ବାଣ ଫୁଟାଇ ଓ ବାଜା ବଜାଇ ଘଉଡାଇ ଥାଉ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ କାର୍ଯ୍ୟାଳୟ ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ଅଞ୍ଚଳରେ ରାତିରେ ପାଟ୍ରୋଲିଂ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି। ସେହିପରି ବତିଘର, ଜମ୍ବୁ, ରାମନଗର, ଖରିନାସି, ସୁନିତି, ଶାସନପେଟା, ତନ୍ତିଆପାଳ ଆଦି ଅଞ୍ଚଳରେ ବହୁସଂଖ୍ୟାରେ ବାର୍‌ହା ପଲ ଧାନ ଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଧିକାରୀ କପିଳେନ୍ଦ୍ର ପ୍ରଧାନଙ୍କୁ ପଚାରିବାରେ ଅଭିଯୋଗ ମିଳିଲେ ତଦନ୍ତ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri