ଦିଗପହଣ୍ଡି ରେ ବ୍ଳକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା:ବିଧାୟକଙ୍କ ଦ୍ୱାରା ଚାଷୀ ସମ୍ବର୍ଦ୍ଧିତ

ଦିଗପହଣ୍ଡି,୧୨।୧୧(ଅଶେଷ ନାଥ ମିଶ୍ର) ଗ୍ରାମାଞ୍ଚଳରେ କୃଷି ଓ କୃଷକର ବିକାଶ ଏବଂ ସେମାନଙ୍କ ଆୟକୁ ଦିଗୁଣିତ କରିବା ଉଦ୍ଦେଶ୍ୟରେ ବୁଧବାର ଦିଗପହଣ୍ଡି ହାଇସ୍କୁଲ ଖେଳପଡିଆଠାରେ ବ୍ଳକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ପ୍ରାଣୀ ଚିକିତ୍ସାଧିକାରୀ ଡା. ମଧୁସ୍ମିତା ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ମେଳାରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଏବଂ ଗଞ୍ଜାମ ଜିଲା ମତ୍ସ୍ୟ ସମ୍ପଦ ଅଧିକାରୀ ଭରତ ଭୂଷଣ ଜେ. ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମେଶ କୁମାର ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ଅତିଥିବୃନ୍ଦ ଗୋ -ପୂଜନ କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଦ୍ବାରା କୃଷି ଓ କୃଷକଙ୍କୁ ଅବଗତ କରାଇବା ନିମନ୍ତେ ଆୟୋଜିତ ଷ୍ଟଲ ଗୁଡ଼ିକୁ ବୁଲି ଦେଖିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗୋପାଳନ , ମଇଁଷି , ଗାଈ ବାଛୁରୀ , କୃଷି ଉଦ୍ୟୋଗ ଯୋଜନାରେ ହିତାଧିକାରୀଙ୍କୁ ଅତିରିକ୍ତ ରିହାତି , ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନାରେ କୁକୁଡ଼ା ପାଳନ , ଛେଳି, ମେଣ୍ଢା ପାଳନ , ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନାରେ ନୂତନ ଗୋଶାଳା ପାଇଁ ସହାୟତା ସମେତ ମତ୍ସ୍ୟ ଚାଷ ବିଷୟରେ ସଭାରେ ଆଲୋକପାତ କରାଯାଇଥିଲା । ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଦାରା ଚାଷୀ ମାନଙ୍କ ପାଇଁ ଲୋକାଭିମୁଖୀ ଯୋଜନା କରି ସେମାନଙ୍କୁ ସହାୟତା କରି ଆସୁଛନ୍ତି ତେଣୁ ଏହି କାର୍ଯ୍ୟକ୍ରମ ମ୍ଯଯଯମରେ ବିଭାଗୀୟ ଅଧିକାରୀ ମାନେ ଚାଷୀ ମାନଙ୍କୁ ସରଳ ଭାବେ ବୁଝାଇବାକୁ ବିଧାୟକ ପରାମର୍ଶ ଦେଇଥିଲେ । ଶେଷରେ ବ୍ଳକର ଶ୍ରେଷ୍ଠ ଗୋପାଳକ , ଛେଳି ପାଳକ ଏବଂ ମତ୍ସ୍ୟ ଚାଷୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପାତ୍ରପୁର ବ୍ଳକ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା. ସସ୍ମିତା ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଦିଗପହଣ୍ଡି ମତ୍ସ୍ୟ ଜାଆଁଳ ଉତ୍ପାଦନ କେନ୍ଦ୍ରର ସହକାରୀ ମତ୍ସ୍ୟ ଅଧିକାରୀ ଜୟଭଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମ ସ୍ଥାନକୁ ନେଇ ଦିଗପହଣ୍ଡି ଓ କବିସୂର୍ଯ୍ୟନଗର ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ କବିସୂର୍ଯ୍ୟ ଙ୍କ ମାମୁଁ ଘର ଦିଗପହଣ୍ଡି ବୋଲି ଉଦବୋଧନ ଦେବାରୁ ଉପସ୍ଥିତ ଆଇନଜୀବୀ ହରପ୍ରସାଦ ରଥ ଏହାର ପ୍ରତିବାଦ କରି କବିସୂର୍ଯ୍ୟ ଙ୍କ ଜନ୍ମସ୍ଥାନ ଦିଗପହଣ୍ଡି ବ୍ଲକ ବିଜୟନଗର ଗଡ ରେ ବୋଲି ପ୍ରତିକ୍ରିୟା ରଖିବାରୁ ପ୍ରାଣୀ ଚିକିତ୍ସାଧିକାରୀ ନିଜ ଅଭିଭାଷଣକୁ ଫେରାଇ ନେଇଥିବା ଘୋଷଣା କରିଥିଲେ। ଏହି ମେଳାରେ ଉଭୟ ପ୍ରାଣୀ ଓ ମତ୍ସ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଏହି ମେଳା ରେ ବହୁ ସଂଖ୍ୟକ ପଞ୍ଚାୟତ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri