ଯାଜପୁର ଲୋକ ସଭା ଆସନକୁ ସଂରକ୍ଷଣମୁକ୍ତ ଦାବି ତେଜିଲା

ଯାଜପୁର,୯ା୧୧(ହର୍ଷବର୍ଦ୍ଧନ ବେହେରା): ସମ୍ବିଧାନ ପ୍ରସ୍ତୁତ ହେଲାବେଳେ ରାଜନୈତିକ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ପ୍ରଥମ ୧୦ ବର୍ଷ ପାଇଁ ଲାଗୁ ହୋଇଥିଲା। ହେଲେ ଯାଜପୁର ଲୋକ ସଭା ଆସନ ଆରମ୍ଭରୁ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ହୋଇ ରହିଆସିଛି। ତେଣୁ ଜାତି ପରିସଂଖ୍ୟାନ ଆଧାରରେ ଯାଜପୁର ଲୋକ ସଭା ଆସନଟିକୁ ସଂରକ୍ଷଣମୁକ୍ତ କରାଯିବାକୁ ଜୋରଦାର ଦାବି ହେଉଛି। ଯାଜପୁର ଆସନକୁ ସାଧାରଣ ବର୍ଗଙ୍କ ପାଇଁ ରାଜନୈତିକ ସ୍ବାଧୀନତା ଦିଆଯିବାକୁ ବରିଷ୍ଠ ସ୍ତମ୍ଭକାର ହରେକୃଷ୍ଣ ପଣ୍ଡା, ପୂର୍ବତନ ସରପଞ୍ଚ ଅଟଳବିହାରୀ ନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ସାମଲ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ସୀମା ପୁନର୍ଗଠନ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
୧୯୫୨ରୁ ଏଯାବତ ୧୭ଟି ନିର୍ବାଚନ ହେଲୋଣି, ହେଲେ ଯାଜପୁର ଲୋକ ସଭା ଆସନ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ହୋଇରହିଛି। ପ୍ରଥମେ ୧୯୫୨ରେ ଭୁବନାନନ୍ଦ ଦାସ ଓ ଲକ୍ଷ୍ମୀଧର ଜେନା ନିର୍ବାଚିତ ହୋଇଥିଲାବେଳେ ୧୯୫୬ରୁ ୧୯୬୧ ପର୍ଯ୍ୟନ୍ତ ନିର୍ବାଚନମଣ୍ଡଳୀଟି ଉଠିଯାଇଥିଲା। ତା’ପରେ ୧୯୬୨ରେ ରାମଚନ୍ଦ୍ର ମଲ୍ଲିକ, ୧୯୬୭ରେ ବାଇଧର ବେହେରା, ୧୯୭୧ରେ ଅନାଦି ଚରଣ ଦାସ, ୧୯୭୭ରେ ରାମଚନ୍ଦ୍ର ମଲ୍ଲିକ, ୧୯୮୦ରୁ ୧୯୯୧ ପର୍ଯ୍ୟନ୍ତ ଅନାଦି ଚରଣ ଦାସ, ୧୯୯୬ରେ ଅଞ୍ଚଳ ଦାସ, ୧୯୯୮ରେ ରାମଚନ୍ଦ୍ର ମଲ୍ଲିକ, ୧୯୯୯ରେ ଜଗନ୍ନାଥ ମଲ୍ଲିକ, ୨୦୦୪ ଓ ୨୦୦୯ରେ ମୋହନ ଜେନା, ୨୦୧୪ରେ ରୀତା ତରାଇ, ୨୦୧୯ରେ ଶର୍ମିଷ୍ଠା ସେଠୀ ଏବଂ ୨୦୨୪ରେ ରବୀନ୍ଦ୍ର ନାରାୟଣ ବେହେରା ଏଠାରୁ ନିର୍ବାଚିତ ହୋଇଛନ୍ତି। ଏଯାବତ୍‌ ଏହି ଲୋକ ସଭା ଆସନଟି ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ହୋଇ ପାରି ନ ଥିବାରୁ ଯାଜପୁର ଜିଲାର ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଜିଲାସ୍ତରରେ କୌଣସି ଦାବି ହେଉ ନ ଥିବାରୁ ସୀମା ପୁନର୍ଗଠନ କମିଟି ପକ୍ଷରୁ ଆଲୋଚନାସ୍ତରକୁ ଆସିପାରିନାହିଁ। ଭାରତୀୟ ସୀମା ପୁନର୍ଗଠନ କମିଶନରଙ୍କ ବୈଠକ ଇତିମଧ୍ୟରେ ୩ ଥର ବସିସାରିଲାଣି। କିନ୍ତୁ ବିଞ୍ଝାରପୁର ବିଧାନସଭା ଆସନ ଏବଂ ଯାଜପୁର ଲୋକ ସଭା ଆସନର ସଂରକ୍ଷଣ ପରିବର୍ତ୍ତନ ପାଇଁ କୌଣସି ଆନ୍ତରିକତା ଦେଖିବାକୁ ମିଳିନାହିଁ। ନିୟମ ଅନୁଯାୟୀ ଲୋକସଂଖ୍ୟା ଅନୁପାତ ଅନୁଯାୟୀ ଲୋକ ସଭା ଆସନର ସଂକ୍ଷରଣ ସ୍ଥିତିରେ ପରିବର୍ତ୍ତନ ହୋଇପାରିବ। ଯାଜପୁର ଜିଲାରେ ୨୦୧୧ ଜନଗଣନା ଅନୁସାରେ ଲୋକସଂଖ୍ୟା ୧୮,୨୭,୧୯୨ ରହିଥିଲା। ସେତେବେଳେ ଅନୁସୂଚିତ ଜନଜାତି (ଏସ୍‌ଟି) ହାର ୮.୨୯% ଥିଲାବେଳେ ଅନୁସୂଚିତ ଜାତି (ଏସ୍‌ସି) ହାର ୨୩.୭୨% ରହିଥିଲା। ସେହି ସମୟରେ ସୋନପୁର, କଟକ, ବରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ଗଜପତି, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ନୂଆପଡା ଆଦି କେତେକ ସ୍ଥାନରେ ଏସ୍‌ଟି ଓ ଏସ୍‌ସି ହାର ମିଶି ୩୦ରୁ ୪୦ ପ୍ରତିଶତ ରହିଥିଲା। ୨୦୨୪ ସାଧାରଣ ନିର୍ବାଚନ ସମୟରେ ଯାଜପୁର ଜିଲାର ଲୋକସଂଖ୍ୟା ୧୯,୯୫,୫୮୬ ରହିଛି। ତେବେ ଏସ୍‌ଟି ଓ ଏସ୍‌ସି ହାର ଏବେ ଆହୁରି ହ୍ରାସ ପାଇଥିବା ସୂଚନା ମିଳିଛି। ଏଭଳି ସ୍ଥିତିରେ ଯାଜପୁର ଲୋକ ସଭା ନିର୍ବାଚନମଣ୍ଡଳୀରୁ ସଂରକ୍ଷଣ ହଟାଇ ସାଧାରଣ ବର୍ଗଙ୍କ ପାଇଁ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଗନ୍ନାଥ କଲ୍ୟାଣ ମଣ୍ଡପ ଉଦ୍‌ଘାଟନ ଉତ୍ସବରେ ଯୋଗ ଦେଲେ ବିଧାୟକ ସିଦ୍ଧାନ୍ତ, ୪୪୧ ହିତାଧିକାରୀଙ୍କୁ ବାଣ୍ଟିଲେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ମଠ ସାହିରେ ୫୦ ଲକ୍ଷରୁ ଉଦ୍ଧର୍‌ବ ଟଙ୍କା ବ୍ୟୟରେ ନବନିର୍ମିତ ଶ୍ରୀ ଜଗନ୍ନାଥ...

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri