ପ୍ରଶାସନର ବଡ଼ ପଦକ୍ଷେପ: ବିବାଦୀୟ ଜମିରେ ଲାଗିଲା କଟକଣା

ଦିଗପହଣ୍ଡି/ପାଟପୁର,୨୬ା୧୦(ଅଶେଷ ନାଥ ମିଶ୍ର/ ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ପୋଡ଼ାମାରିରେ ଜମି ବିବାଦ ଦେଖା ଦେଇଛି। ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ମୌଜାର ଖାତା ନଂ.୧୫୪ ରେ ଥିବା ୩୬ ପ୍ଲଟର ୨୪ ଏକର ୪୬୦ ଡିସିମିଲ ସରକାରୀ ଜମି ଦଖଲକୁ ନେଇ ସାମନ୍ତରାପୁର, ବତାଗଡ ଏବଂ ପୋଡ଼ାମାରି ଗ୍ରାମର କିଛି ବ୍ୟକ୍ତିଙ୍କ ମଧ୍ୟରେ ବିବାଦ ଲାଗିର ହିଛି। ଶନିବାର ବିବାଦୀୟ ଜମିରେ ଉଭୟ ଗୋଷ୍ଠୀର ଲୋକେ ମୁହାଁମୁହିଁ ହୋଇଥିଲେ। ଗୋଷ୍ଠୀ ସଂଘର୍ଷ ଆଶଙ୍କା ଥିବା ଖବରପାଇ ପାଟପୁର ଥାନା ଏସଆଇ ଶ୍ରୀନିବାସ ଦାସ ସଦଳବଳେ ତତକ୍ଷଣାତ୍‌ ଘଟଣାସ୍ଥଳରେ ପହଞ୍ଚତ୍ ଉଭୟପକ୍ଷଙ୍କୁ ବୁଝାଶୁଝା କରିବା ପରେ ମଧ୍ୟ ସ୍ଥିତି ଗମ୍ଭୀର ହୋଇପଡ଼ିଥିଲା। ଉଭୟପକ୍ଷ ନିଜ ନିଜ ଜିଦ୍‌ରେ ଅଟଳ ରହିଥିଲେ। ପରେ ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ଦିଲ୍ଲୀପ ଜେନା, ଆସିକା ଏସଡିପିଓ ସନ୍ତୋଷ ଜେନା, ଶେରଗଡ଼ ଥାନା ଆଇଆଇସି ବିରେନ୍ଦ୍ର ଶିଆଳ ୧ ସେକ୍ସନ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚତ୍ ଉଭୟପକ୍ଷଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ତେବେ ଏହି ବିବାଦୀୟ ଜମିରେ ବିଏନଏସଏସ ର ୧୬୩(୨) ଧାରା ଜାରି କରାଯିବା ନିମନ୍ତେ ସାନଖେମୁଣ୍ଡି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ ଏବଂ ପାଟପୁର ପୋଲିସ ପକ୍ଷରୁ ବ୍ରହ୍ମପୁର ଉପଜିଲାପାଳଙ୍କୁ ଶନିବାର ସନ୍ଧ୍ୟାରେ ଆବେଦନ କରିଥିଲେ। ରବିବାର ପୂର୍ବାହ୍ନରେ ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର, ପାଟପୁର ଥାନା ଭାରପ୍ରାପ୍ତ ଆଇଆଇସି ତଥା ଏସଆଇ ଶୁଭଲକ୍ଷ୍ମୀ କହଁର, ଏସଆଇ ଶ୍ରୀନିବାସ ଦାସ, ରାଜସ୍ବ ନୀରିକ୍ଷକ ଏମ.ସୁଦାମ ପୋଲିସ ଫୋର୍ସ ସହ ସାମନ୍ତରାପୁର, ପୋଡ଼ାମାରି ଗ୍ରାମର ଢ଼ିମିରା ସାହି ଏବଂ ବତାଗଡ ଗାଁ ରେ ପହଞ୍ଚି ଉକ୍ତ ବିବାଦୀୟ ଜମିରେ ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ବିବିଧ ମାମଲା(ଏମ.ସି) ନଂ.୩୯/୨୫ ଅନୁଯାୟୀ ବିଏନଏସଏସର ୧୬୩(୨) ଧାରାରେ ନିଷେଧାଦେଶ ଜାରି କରାଯାଇଥିବା ଘୋଷଣା କରିଥିବା ବେଳେ ବିବାଦୀୟ ଜମିରେ ରାଜସ୍ବ ବିଭାଗ ପକ୍ଷରୁ ନାଲି ପତାକା ପୋତା ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri