ଅମରପାଲି,୮।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁରଜିଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ଗାଧୋଇବାକୁ ଯାଇଥିବା ଜଣେ ବୃଦ୍ଧ ବନ୍ୟାପାଣି ରେ ଭାସି ଯାଇ ନିଖୋଜ ଅଛନ୍ତି। ବୃଦ୍ଧ ଜଣକ ହେଲେ ଖଣ୍ଡହତା ଗ୍ରାମର ମୁରଲୀ ସାହୁ(୭୨) ବୋଲି ଜଣାପଡିଛି। ସୂଚନା ଅନୁସାରେ ମୁରଲୀ ମଙ୍ଗଳବାର ପୂର୍ବାହ୍ନରେ ଗ୍ରାମର ବାଇଗଣୀ ଯୋରକୁ ଗାଧୋଇବାକୁ ଯାଇଥିଲେ। ମଙ୍ଗଳବାର ସକାଳୁ ପ୍ରବଳ ବର୍ଷା ଯୋଗୁ ଉକ୍ତ ଯୋରରେ ବନ୍ୟାପାଣି ପ୍ରବାହିତ ହେଉଥିଲା। ବୃଦ୍ଧ ଜଣକ ଗାଧୋଇଗଲା ବେଳେ ତାଙ୍କ ଗୋଡ ଖସି ଯିବାରୁ ସେ ଭାସି ଯାଇଥିଲେ। ଏନେଇ ପ୍ରଥମେ ସ୍ଥାନୀୟ ଲୋକେ ଓ ପରିବାର ଲୋକେ ଖୋଜା ଖୋଜି ଯାଇଥିଲେ। ମାତ୍ର ବୃଦ୍ଧଙ୍କ ସନ୍ଧାନ ନ ପାଇବାରୁ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ବୀରମହାରାଜପୁର ଦମକଳ ବାହିନୀ ଘଟଣାସ୍ଥଳକୁ ଖୋଜା ଖୋଜି କରିଥିଲେ ମଧ୍ୟ ବୃଦ୍ଧଙ୍କ କୌଣସି ସନ୍ଧାନ ମିଳିପାରିନାହିଁ। ଆଜି ପୁଣିଥରେ ଖୋଜା ଖୋଜି ହେବ ବୋଲି ଜଣାପଡ଼ିଛି।
Dharitri – Odisha’s No.1 Trusted Odia Daily


