SI ପରୀକ୍ଷା ଜାଲିଆତି: ଜଳଜଳ ଦିଶୁଛି ରାଜନୈତିକ ଲିଙ୍କ୍‌, ନେତାଙ୍କୁ ବାନ୍ଧିବ କି କ୍ରାଇମବ୍ରାଞ୍ଚ ?

ଭୁବନେଶ୍ୱର,୭।୧୦: ଓଡ଼ିଶା ପୋଲିସ ସବ-ଇନ୍ସ୍‌ପେକ୍ଟର (ଏସ୍‌ଆଇ) ନିଯୁକ୍ତି ଜାଲିଆତିରେ ଛାନବିନ୍ ଯେତେ ଗଭୀର ହେଉଛି ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମଙ୍ଗଳବାର କ୍ରାଇମ୍‌ ବ୍ରାଞ୍ଚ୍‌ ଏବେ ଏହି ମାମଲାରେ ଷଷ୍ଠ ମଧ୍ୟସ୍ଥ ଭାବେ ଗିରଫ ଚନ୍ଦନ ମଲ୍ଲିକଙ୍କର ରାଜନୈତିକ ସମ୍ପର୍କ ଉନ୍ମୋଚନ କରିଛି, ଯାହା ନୂଆ ରାଜନୈତିକ ଆଳୋଡ଼ନ ସୃଷ୍ଟି କରିଛି।

ସୋମବାର ସୋରୋରେ ଗିରଫ ହୋଇଥିବା ଚନ୍ଦନଙ୍କୁ କ୍ରାଇମ୍‌ ବ୍ରାଞ୍ଚ୍‌ ଏବେ ମାରାଥନ୍‌ ଜେରା କରି ପ୍ରମାଣ ସଂଗ୍ରହରେ ଲାଗିଛି। ବାଲେଶ୍ୱର ସଦର ବ୍ଲକର ଚାନ୍ଦିପୁର ଥାନା ଅଧୀନ ରଣସାହି ପଞ୍ଚାୟତର ତପସ୍ୱିନୀ ଗ୍ରାମରେ ଅବସ୍ଥିତ ଚନ୍ଦନଙ୍କ ଘରୁ କ୍ରାଇମ୍‌ ବ୍ରାଞ୍ଚ୍‌ ଟିମ୍‌ ତାଙ୍କୁ ଧରିଛି। ସୂଚନା ଅନୁଯାୟୀ, ପଞ୍ଚମ ମଧ୍ୟସ୍ଥ ଅରବିନ୍ଦ ଦାସଙ୍କୁ ରବିବାର ସିଂଲା ଥାନା ଅଧୀନ ନାବରା ଗ୍ରାମରୁ ଗିରଫ କରିବା ସମୟରେ ଚନ୍ଦନଙ୍କ ସହ ତାଙ୍କର ଲିଙ୍କ୍‌ ମିଳିଥିଲା।

ଜାଲିଆତିର ମୁଖ୍ୟ ଯୋଜନାକାରୀ କୁହାଯାଉଥିବା ପଞ୍ଚସଫ୍ଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ମାଲିକ ଶଙ୍କର ପୃଷ୍ଟିଙ୍କର ଘନିଷ୍ଠ ସହଯୋଗୀ ଥିବା ଚନ୍ଦନ ଏକ ରାଜନୈତିକ ଦଳର ସ୍ଥାନୀୟ ନେତା ଓ ଯୁବ ନେତା ଭାବେ ପରିଚିତ। ସେ ନିଜକୁ ସମାଜସେବୀ ବୋଲି ମଧ୍ୟ ପରିଚୟ ଦିଅନ୍ତି। ବାଲେଶ୍ୱରର ରେମୁଣା ବିଧାନସଭା ନିର୍ବାଚନ ମଣ୍ଡଳୀରେ ତାଙ୍କର ରାଜନୈତିକ ପତିଆରା ରହିଛି। ବିଜୁ ଜନତା ଦଳ୍‌ (ବିଜେଡି)ର ସ୍ଥାନୀୟ ନେତା ଭାବେ ଚନ୍ଦନଙ୍କ ଫଟୋଗୁଡ଼ିକ ପୂର୍ବତନ ବାଲେଶ୍ୱର ସାଂସଦ ରବିନ୍ଦ୍ର ଜେନା ଓ ବିଜେଡି ଉପାଧ୍ୟକ୍ଷ ବବି ଦାସ୍‌ (ପ୍ରଣବ ପ୍ରକାଶ ଦାସ୍‌) ଆଦି ଉଚ୍ଚପଦସ୍ଥ ନେତାମାନଙ୍କ ସହ ଭାଇରାଲ ହେବାରେ ଲାଗିଛି, ଯାହା ତାଙ୍କର ରାଜନୈତିକ ସମ୍ପର୍କର ଗଭୀରତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।

ଏହାପରେ ବିଜେଡି ନେତାମାନେ ଏହି ସମ୍ପର୍କ ଜବାବ ଦେବାକୁ ବାଧ୍ୟ ହୋଇଛନ୍ତି। କ୍ରାଇମ୍‌ ବ୍ରାଞ୍ଚ୍‌ ଏବେ ଚନ୍ଦନଙ୍କୁ ପଚରାଉଚରା ବେଳେ ଘଟଣା ସହ ରାଜନୈତିକ ଲିଙ୍କ୍‌ର ସୁରାକ କରୁଛି। ଏହି ମାମଲାରେ ବଡ଼ ଅଧିକାରୀ, ନେତା ଓ ପ୍ରଭାବଶାଳୀଙ୍କର ସମ୍ପୃକ୍ତତାର ଅଭିଯୋଗ ଉଠୁଥିବାରୁ ଛାନବିନ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଅନ୍ୟପଟେ ଶଙ୍କର ପୃଷ୍ଟି ଓ ତାଙ୍କ ସହଯୋଗୀ କଟକର ବାଙ୍କୀରୁ ମୁନା ମହାନ୍ତି ଫେରାର ଅବସ୍ଥାରେ ଅଛନ୍ତି। କ୍ରାଇମ୍‌ ବ୍ରାଞ୍ଚ୍‌ ଏବେ ପର୍ଯ୍ୟନ୍ତ ସେମାନଙ୍କର ପତ୍ତା ପାଇପାରିନାହିଁ। ରବିବାର ଭୁବନେଶ୍ୱରର ନନ୍ଦନକାନନ ଥାନା ଅଧୀନ ରଘୁନାଥପୁରର ପ୍ଲଟ୍‌ ନଂ.୩୨୦/୩୫୯୦ରେ ଅବସ୍ଥିତ ଅନଲାଇନ୍‌ ପରୀକ୍ଷା କେନ୍ଦ୍ର ‘ଶ୍ରୀ ଲିଙ୍ଗରାଜ୍‌ ଇନ୍‌ଫୋସୋଲ୍‌’ରେ କ୍ରାଇମ୍‌ ବ୍ରାଞ୍ଚ୍‌ ଚଢ଼ାଉ କରିଥିଲା। ଆଗାମୀ ଦିନରେ ଅନ୍ୟ ଅନଲାଇନ୍‌ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ମଧ୍ୟ ଛାନବିନ ହେବାରେ ଲାଗିଛି।

ଏହି ଜାଲିଆତିରେ ୧୧୪ ଜଣ ପରୀକ୍ଷାର୍ଥୀ ଓ ୫ ଜଣ ମଧ୍ୟସ୍ଥଙ୍କ ସମେତ ମୋଟ ୧୧୯ ଜଣ ଗିରଫ ହୋଇ ଜେଲ୍‌ରେ ରହିଛନ୍ତି। କ୍ରାଇମ୍‌ ବ୍ରାଞ୍ଚ୍‌ ଏହି ସଂଗଠିତ ଅପରାଧୀ ସିଣ୍ଡିକେଟ୍‌ର ପୂର୍ଣ୍ଣ ଖୁଲାସା ପାଇଁ ଚେଷ୍ଟା ଚଳାଇଛି।

 

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri