SI ନିଯୁକ୍ତି କେଳେଙ୍କାରୀ: ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ଏସବୁ ଜିଲାରେ ରହିଛି ନକଲି ପରୀକ୍ଷା ସେଣ୍ଟର

ଭୁବନେଶ୍ୱର,୫ା୧୦: ଓଡ଼ିଶା ପୋଲିସ ସବ୍‌-ଇନ୍‌ସ୍ପେକ୍ଟର (ଏସ୍‌ଆଇ) ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ରବିବାର ଭୁବନେଶ୍ୱରର ରଘୁନାଥପୁରସ୍ଥିତ ଏକ ନକଲି ଅନଲାଇନ ପରୀକ୍ଷା କେନ୍ଦ୍ରରେ ଚଢ଼ଉ କରିଛି। ଏହି କେନ୍ଦ୍ରରେ ନିଯୁକ୍ତି ପ୍ରକ୍ରିୟା ସହ ଜଡ଼ିତ ଅନୈତିକ କାରବାର ହେଉଥିବା ସୂଚନା ଆଧାରରେ ଏହି ଅଭିଯାନ ଚାଲିଥିଲା। କେନ୍ଦ୍ରର ମାଲିକାନା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ, ଏବଂ ତଦନ୍ତ ଜାରି ରହିଛି।

କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ରତ୍ନପ୍ରଭା ଶତପଥୀଙ୍କ ନେତୃତ୍ୱରେ ଚାଲିଥିବା ତଦନ୍ତରେ ଜଣାପଡ଼ିଛି ଯେ, ଏହି କେଳେଙ୍କାରୀର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଏହି କେନ୍ଦ୍ରକୁ ବାରମ୍ବାର ଆସି ପରୀକ୍ଷା ନିୟନ୍ତ୍ରଣରେ ଜଡ଼ିତ ଥିଲେ। ସୂତ୍ର ଅନୁଯାୟୀ, ଶଙ୍କର ବାଲେଶ୍ୱର, ପୁରୀ, ଗଜପତି, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଓ ଭବାନୀପାଟଣାରେ ଏକାଧିକ ନକଲି ଅନଲାଇନ ପରୀକ୍ଷା କେନ୍ଦ୍ର ଚଳାଉଥିଲେ। ଏହି କେନ୍ଦ୍ରଗୁଡ଼ିକ ମଧ୍ୟରେ ବାଲେଶ୍ୱରର ଲକ୍ଷ୍ମୀ ନାରାୟଣ ଏକ୍ସାମ୍‌ ସେଣ୍ଟର, ପୁରୀର ଶ୍ରୀ ଜଗନ୍ନାଥ ଏକ୍ସାମ୍‌ ସେଣ୍ଟର, ଗଜପତି ପାରଳାଖେମୁଣ୍ଡିର ଶ୍ରୀ ଭେଙ୍କେଟେଶ୍ୱର ଏକ୍ସାମ୍‌ ସେଣ୍ଟର, ବ୍ରହ୍ମପୁରର କେଦାରନାଥ, ଆଦିଶକ୍ତି ଇନ୍ଫୋସିସ ଓ ତାରାତାରିଣୀ ଏକ୍ସାମ୍‌ ସେଣ୍ଟର, ଭୁବନେଶ୍ୱରର ମାଉଣ୍ଟ ଜୀ ଲିଟ୍ରା ସ୍କୁଲ ଓ ଶ୍ରୀ ଲିଙ୍ଗରାଜ ଇନ୍ଫୋସୋଲ, କଟକରେ ଦୁଇଟି ଓ ଭବାନୀପାଟଣାରେ ଦୁଇଟି ନୂଆ ଏକ୍ସାମ୍‌ ସେଣ୍ଟର ରହିଛି।

କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ରଘୁନାଥପୁର କେନ୍ଦ୍ରରେ ଚଢ଼ଉ ପାଇଁ ଘରର ମାଲିକ ଚାବି ଆଣିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲା। ଚଢ଼ଉ ସମୟରେ କେନ୍ଦ୍ର ଭିତରେ ବ୍ୟବସ୍ଥାକୁ ବିଶୃଙ୍ଖଳା କରାଯାଇଥିବା ଜଣାପଡ଼ିଛି। ଏହା ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ସିଲିକନ୍‌ ଟେକ୍‌ ଲ୍ୟାବ୍‌ ଓ ପଞ୍ଚସଫ୍ଟ ଅଫିସରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରି ସେଗୁଡ଼ିକୁ ସିଲ୍‌ କରିଥିଲା।

ଏହି କେଳେଙ୍କାରୀରେ ପ୍ରଶ୍ନପତ୍ର ଲିକ୍‌ ଓ ଜାଲିଆତିର ଅଭିଯୋଗ ସାମ୍ନାକୁ ଆସିଛି। ଗତ ସେପ୍ଟେମ୍ବର ୨୯ରେ ବ୍ରହ୍ମପୁର ପୁଲିସ ୧୨୦ ପରୀକ୍ଷାର୍ଥୀଙ୍କୁ ଆନ୍ଧ୍ରପ୍ରଦେଶରୁ ଉଠାଇ ଆଣିଥିଲା, ଯେଉଁମାନେ ଶ୍ରୀକାକୁଲମରେ ପ୍ରଶ୍ନପତ୍ର ଓ ଉତ୍ତର ଅଭ୍ୟାସ କରୁଥିବା ଅଭିଯୋଗ ହୋଇଛି। ପରୀକ୍ଷାର୍ଥୀଙ୍କଠାରୁ ମୋଟା ଅଙ୍କର ଟଙ୍କା ନିଆଯାଇଥିବା ଚର୍ଚ୍ଚା ହେଉଛି। ଏହି ଘଟଣା ଯୋଗୁଁ ଅକ୍ଟୋବର ୫ ଓ ୬ ତାରିଖରେ ହେବାକୁ ଥିବା ଏସ୍‌ଆଇ ଲିଖିତ ପରୀକ୍ଷା ସ୍ଥଗିତ ରଖାଯାଇଛି। ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆର୍‌ବି) ପରବର୍ତ୍ତୀ ତାରିଖ ଘୋଷଣା କରିବ।

ତଦନ୍ତର ଦାୟିତ୍ୱ କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ରତ୍ନପ୍ରଭା ଶତପଥୀଙ୍କୁ ଦିଆଯାଇଛି, ଯାହାଙ୍କୁ ଏସ୍‌ପି ଅନିଲ ବେଉରିଆ ସୁପରଭାଇଜ କରୁଛନ୍ତି। ଏହି କେଳେଙ୍କାରୀରେ ରାଜନେତା ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ପୃକ୍ତି ସନ୍ଦେହ ହେଉଛି। ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଏବେ ବି ଫେରାର ଥିବା ବେଳେ, କ୍ରାଇମ୍‌ବ୍ରାଞ୍ଚ ଏହି ରାକେଟ୍‌ର ମୂଳ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ତୀବ୍ର ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୀୟୂଷଙ୍କୁ ନେଇ ଆସିଲା ବଡ଼ ଖବର, ଯାତ୍ରା ମଞ୍ଚ ଚଢ଼ିବା ଉପରେ କୋର୍ଟ ନେଲେ ଏହି ନିଷ୍ପତ୍ତି

ଭୁବନେଶ୍ୱର,୨୦।୧: ଯାତ୍ରା ମଞ୍ଚ ଚଢ଼ିବାକୁ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଅନୁମତି। ଭୁବନେଶ୍ବର କୋର୍ଟ ଅନୁମତି ଦେଇଥିବା ପୀୟୂଷଙ୍କ ଓକିଲ କହିଛନ୍ତି। ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ମାଳତୀଙ୍କୁ ଆଜି ବି ମନେପକାନ୍ତି ସିମନବାଡି ପଞ୍ଚାୟତବାସୀ: ଲୋକଙ୍କ ପାଇଁ କାମ କରି ଚର୍ଚ୍ଚାରେ…

ଦାରିଙ୍ଗବାଡି,୨୦।୧(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ମାଳତୀ ସାହୁଙ୍କୁ ଆଜିବି ମନେପକାନ୍ତି ପଞ୍ଚାୟତବାସୀ। ମଙ୍ଗଳବାର ପଞ୍ଚାୟତରେ  ତାଙ୍କର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ଓଡ଼ିଶା ନାଁ ନେଇ ଏମିତି କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ନୂଆ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ବିଶ୍ୱର ସର୍ବବୃହତ ରାଜନୈତିକ ଦଳର...

ପ୍ରମିଳାଙ୍କ ଘରେ ଯାଜପୁର ନେତାଙ୍କ ମେଳି: ସାମିଲ ହେଲେ ଏସବୁ ନେତା…

ଭୁବନେଶ୍ୱର,୨୦।୧: ବିଜେଡିରେ ହେବ କି ବଡ଼ ପରିବର୍ତ୍ତନ? ବିଜେଡି ନେତାଙ୍କ ବୈଠକ ପରେ ବୈଠକ ବସୁଛି। ଇତି ମଧ୍ୟରେ ମଙ୍ଗଳବାର ପ୍ରମିଳା ମଲ୍ଲିକଙ୍କ ଭୁବନେଶ୍ବର ବାସଭବନରେ...

ପ୍ରମିଳାଙ୍କ ଘରେ ଏମିତି କ’ଣ ହେଲା? ନବୀନ ନିବାସ ମୁହାଁ ହେଲେ ବରିଷ୍ଠ ନେତା, ରାଜନୀତି ହଲଚଲ

ଭୁବନେଶ୍ୱର,୨୦।୧: ନବୀନ ନିବାସରେ ବଡ଼ ହଲଚଲ। ବରିଷ୍ଠ ନେତା ନବୀନ ନିବାସରେ ପହଞ୍ଚିଛନ୍ତି। ପ୍ରମିଳାଙ୍କ ଘରେ ଯାଜପୁର ନେତାଙ୍କ ମେଳି ପରେ ଅଚାନକ ନବୀନ ନିବାସରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri