କାର୍ଯ୍ୟ ବି, ସନ୍ତାନ ବି

ଜାତିସଂଘ ପକ୍ଷରୁ ସଦ୍ୟ କରାଯାଇଥିବା ଏକ ଆକଳନରୁ ଜଣାପଡ଼ିଛି ଯେ, ୨୦୮୦ ପରେ ବିଶ୍ୱର ଜନସଂଖ୍ୟା ହ୍ରାସ ପାଇବ। ସେବେ ଯାଏ ଜନସଂଖ୍ୟା ବଢ଼ି ପ୍ରାୟ ୧୦.୮ ବିଲିୟନ ଅର୍ଥାତ୍‌ ୧,୦୮୦ କୋଟିରେ ପହଞ୍ଚତ୍ବ। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ୨୧୦୦ ସୁଦ୍ଧା ବିଶ୍ୱରେ ୧୦ କୋଟି ଲୋକ କମିଯାଇପାରନ୍ତି। ଏହି ପରିପ୍ରେକ୍ଷୀରେ ଯଦି ଦେଖାଯାଏ ୨୦୨୨ରେ ପୃଥିବୀର ଜନସଂଖ୍ୟା ୮୦୦ କୋଟି ଥିଲା, ଯାହା ପୂର୍ବ ଶତାବ୍ଦୀଠାରୁ ୪ ଗୁଣା ବଢ଼ିଥିଲା। ୫୫ ବର୍ଷ ପରେ ଧନୀ ତଥା ବିକଶିତ ରାଷ୍ଟ୍ରଗୁଡ଼ିକରେ ନାରୀ ଶିକ୍ଷା ଓ ସେମାନଙ୍କ ଅଧିକାର ଜନସଂଖ୍ୟା ହ୍ରାସର କାରଣ ହେବ ବୋଲି କୁହାଯାଉଛି। ମହିଳାମାନେ ଅଧିକ ସମାନତା ଓ ସୁଯୋଗ ପାଇବା ଦ୍ୱାରା ସନ୍ତାନ ଜନ୍ମ ଦେବା ଅପେକ୍ଷା କ୍ୟାରିୟରକୁ ଅଗ୍ରପ୍ରାଧାନ୍ୟ ଦେଇପାରନ୍ତି। ଏଥିସହିତ ସମୟ ସହିତ ତାଳ ଦେଇ ବଞ୍ଚତ୍ବା ବ୍ୟୟବହୁଳ ହେଉଥିବାରୁ ଲୋକେ ଅଧିକ ପିଲା ଚାହିଁବାକୁ ପସନ୍ଦ କରିବେ ନାହିଁ। ଜାତିସଂଘର ଏହି ରିପୋର୍ଟ ଦେଖିଲେ ଚତୁଃପାର୍ଶ୍ୱରେ ଅନେକେ ଏହାର ବାସ୍ତବତାକୁ ଅନୁଭବ କରୁଥିବେ।
ଭାରତରେ କିଛି ଦଶନ୍ଧି ପୂର୍ବରୁ ଜନସଂଖ୍ୟା ବିସ୍ଫୋରଣ ତର୍କ ପ୍ରତିଯୋଗିତାରେ ଏକ ବିଷୟ ପାଲଟିଥିଲା। ‘ଆମେ ଦୁଇ ଆମର ଦୁଇ’ ଧ୍ୱନି କାନ୍ଥଚିତ୍ରରେ ସ୍ଥାନ ପାଇଥିଲା। ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ନିଆଯାଇଥିଲା। ତାହାର ପ୍ରଭାବ କେତେକାଂଶରେ ଫଳପ୍ରଦ ହୋଇଥିଲେ ମଧ୍ୟ ଏବର ସ୍ଥିତି ଦେଖିଲେ ଚାଇନାକୁ ଟପି ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ଦେଶ ହୋଇଯାଇଛି। ଚାଇନାର ଏକକ ସନ୍ତାନ ନୀତି ଯୋଗୁ ତାହାର ଜନସଂଖ୍ୟା ଅତି ମାତ୍ରାରେ କମିଯାଇଥିଲା। ପରେ ୨୦୧୬ ଜାନୁଆରୀରେ ଏହା ‘ଦୁଇ ସନ୍ତାନ’ ନୀତି ଆପଣାଇଲେ ମଧ୍ୟ ସେହି ଦିଗରେ ବିଶେଷ ଅଗ୍ରଗତି ହୋଇ ନ ଥିଲା। ଆର୍ଥିକ ଦିଗକୁ ଦେଖି ପରିବାର ବଢ଼ାଇବାକୁ ଅନେକେ ନ ଚାହିଁବାରୁ ଚାଇନା ଜନସଂଖ୍ୟା କମିଯାଇଛି। ଅଧିକ ସନ୍ତାନ ପାଇଁ ସେଠାରେ ପ୍ରୋତ୍ସାହନ ଦିଆଯାଉଛି। ଜାପାନ ଭଳି ଦେଶରେ ବୟସ୍କଙ୍କ ସଂଖ୍ୟା ବଢ଼ିଥିବା ବେଳେ ଅଧିକ ପିଲା ଜନ୍ମ ହେଉ ନ ଥିବାରୁ ସେଠାକାର ଶାସକ ଚିନ୍ତାରେ ଅଛନ୍ତି। ଭାରତର ଜନସଂଖ୍ୟା ଅନୁଯାୟୀ, ଦକ୍ଷ ମାନବ ସମ୍ବଳ ସୃଷ୍ଟି ହୋଇପାରୁ ନ ଥିଲେ ମଧ୍ୟ ଗୋଟେ ଆଶ୍ୱାସନା ରହୁଛି ଆବଶ୍ୟକ ସ୍ଥଳେ ସେମାନଙ୍କୁ କୁଶଳୀ କରାଯାଇପାରିବ। ଏହା ସତ୍ତ୍ୱେ ଭାରତ କ୍ଷେତ୍ରରେ ଆଶଙ୍କା କରାଗଲାଣି ଯେ, ଦେଶର ସମୁଦାୟ ପ୍ରଜନନ ହାର ୨.୧ରୁ ଖସି ୧.୯ରେ ରହିଲାଣି। ଏହି କମିବା ସ୍ଥିତି ଲାଗି ରହିଲେ ଆଗାମୀ ଦିନରେ ଆର୍ଥାତ୍‌ ୨୦୬୦ ବେଳକୁ ଭାରତର ଜନସଂଖ୍ୟା ମଧ୍ୟ ଷ୍ଟାଗ୍‌ନାଣ୍ଟ ବା ସ୍ଥିର ଅବସ୍ଥାକୁ ଆସିବା ଅସମ୍ଭବ ନୁହେଁ। ଏପରିକି ଏହା ପରେ ଅର୍ଥାତ୍‌ ୨୧୦୦ ସୁଦ୍ଧା ଭାରତର ଜନସଂଖ୍ୟାରେ ୧୨ ପ୍ରତିଶତ ହ୍ରାସ ପାଇବ ବୋଲି ପୂର୍ବରୁ ଜାତିସଂଘ ଆକଳନ କରିସାରିଛି। ସମ୍ଭବତଃ ସେତେବେଳେ ବୟସ୍କଙ୍କ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ପାଲଟିବ।
ସାଧାରଣରେ କୁହାଯାଇଥାଏ କାର୍ଯ୍ୟ ନ କରି ବାସ କରୁଥିବା ଲୋକ ବା ଅନୁତ୍ପାଦନକ୍ଷମ ବ୍ୟକ୍ତି ଦେଶ ପାଇଁ ବୋଝ ହୋଇଥାଏ। ଯଦି ଅନେକ ଲୋକ ଯୋଗ୍ୟ ନ ହୋଇ ବସି ରହିବେ ତାହାର ପ୍ରଭାବ ଅର୍ଥନୀତି ଉପରେ ନକାରାତ୍ମକ ପ୍ରଭାବ ପକାଇବ। ସେତେବେଳେ ଜନସଂଖ୍ୟା ବୃଦ୍ଧି ଉତ୍ତମ ମାନବ ସମ୍ବଳ ଭାବେ ବିବେଚିତ ନ ହୋଇ ଉତ୍ପାଦନକ୍ଷମ ବ୍ୟକ୍ତିଙ୍କ ଉପରେ ଲାଉ ହେବେ। ସେହି ସମାନ ସ୍ବରରେ କୁହାଯାଇପାରେ ଯେ, କୌଣସି ଦେଶରେ ଲୋକଶକ୍ତି ବହୁଳ ମାତ୍ରାରେ କମିଗଲେ ଉତ୍ପାଦନ କ୍ଷମତା ମଧ୍ୟ ହ୍ରାସ ପାଇବ। ଜାତିସଂଘ ରିପୋର୍ଟକୁ ଗଲେ ଯାହା କୁହାଯାଉଛି ଯେ, ଆଗାମୀ ସମୟରେ ମହିଳାମାନେ କ୍ୟାରିୟରକୁ ପ୍ରାଧାନ୍ୟ ଦେଇ ସନ୍ତାନ ପ୍ରସବକୁ ଅଣଦେଖା କରିବେ, ତାହା ହେଲେ ଜନସାଂଖିକ ସନ୍ତୁଳନ ବିଗିଡ଼ିଯିବା ଥୟ। ତେଣୁ ପ୍ରତ୍ୟେକ ଦେଶ ଜନସଂଖ୍ୟାକୁ ଉତ୍ପାଦନକ୍ଷମ ରଖିବା ଲାଗି ନୀତି ହେଉ ବା ସଚେତନତା ମାଧ୍ୟମରେ ପ୍ରୋତ୍ସାହନ ଦେବା ଦରକାର। ତାହା ହେଲେ ମହିଳାମାନେ କାର୍ଯ୍ୟ ଚାପରେ ପଡ଼ି ସନ୍ତାନ ଜନ୍ମ କରିବା ଲାଗି ଅମଙ୍ଗ ହେବେ ନାହିଁ। ଫଳରେ କାର୍ଯ୍ୟ ବି, ସନ୍ତାନ ବି ସମ୍ଭବ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ନଏଡା ଦୁର୍ଘଟଣା

ଘନକୁହୁଡ଼ି ଯୋଗୁ ଦିଲ୍ଲୀ ପାଖ ତଥା ଉତ୍ତରପ୍ରଦେଶ ରାଜ୍ୟର ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ଅଥରିଟି (ନଏଡା)ର ସେକ୍ଟର ୧୫୦ ନିକଟରେ ୧୬ ଜାନୁଆରୀ ୨୦୨୬...

ବିଜେଡିରେ ଏବେ କୁତୁକୁତୁ ହେଉଛନ୍ତି ଏସବୁ ନେତା: ଆଉ କେତେକ ଅଲୋଡ଼ା

ଭୁବନେଶ୍ୱର, ୨୧।୧(ସୁନିତ୍‌ ମିଶ୍ର): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିଛିଦିନ ହେଲା ବହୁମାତ୍ରାରେ ଚଳଚଞ୍ଚଳ ହୋଇ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି।...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri