କର୍ଲାମୁଣ୍ଡା,୨୯/୯(ପ୍ରଦୀପ କୁମାର ସାହୁ): ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁର୍ଶୁଲା ଗ୍ରାମର ଶାଶ୍ୱତ ସୌମ୍ୟକାନ୍ତ। ତାଙ୍କର ର଼୍ୟାଙ୍କ ରହିଛି ୨୩୫। ଶାଶ୍ୱତ ସୋନପୁର ଜିଲ୍ଲାପାଳ ଡଃ ନୃପରାଜ ସାହୁ ଓ ଶୁଭ୍ରା ସାହୁଙ୍କର ସୁପୁତ୍ର ଅଟନ୍ତି। ସେ ଭବାନୀପାଟଣା କେନ୍ଦ୍ରୀୟ ବିଦ୍ୟାଳୟଠାରେ ଅଧ୍ୟୟନ କରି ପରେ ଭୁବନେଶ୍ୱରସ୍ଥିତ ବିଜେବି କଲେଜ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ଶାଶ୍ୱତ ଓଏଏସରେ ସଫଳତା ଅର୍ଜନ କରିବା ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଖୁସିର ବାତାବରଣ ସୃଷ୍ଟି ହୋଇଛି। ଯୋଗ୍ୟ ପିତାର ସୁଯୋଗ୍ୟ ସନ୍ତାନ ଶାଶ୍ୱତକୁ କର୍ଲାମୁଣ୍ଡା ପ୍ରେସକ୍ଲବ ପକ୍ଷରୁ ଅଭିନନ୍ଦନ ଜଣାଇବା ସହ ଜଣେ ଉତ୍ତମ ଅଧିକାରୀ ଭାବେ ଅଞ୍ଚଳରେ ନାଁ ରଖିବେ ବୋଲି ଆଶା ପ୍ରକାଶ କରିଛନ୍ତି।

