ସାର ପାଇଁ ଚାଷୀଙ୍କ ହୋ-ହଲ୍ଲା: ପୋଲିସ ଉପସ୍ଥିତିରେ ସାର ବଣ୍ଟନ

ଦିଗପହଣ୍ଡି,୨୯।୯(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ଗ୍ରାମ ଶ୍ରୀ ରଘୁନାଥ ମହାପ୍ରଭୁ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଭୋରରୁ ୟୁରିଆ ସାର ତୁରନ୍ତ ପ୍ରଦାନ ନିମନ୍ତେ ବି. ତୁରୁବୁଡ଼ି,ଝରିପଦର, ନରେନ୍ଦ୍ରପୁର,କାଣ୍ଡସର, ଦସିପୁର,ବିରିବାଡ଼ିଆ,ନୂଆଗାଁ ପ୍ରଭୃତି ଅନ୍ୟାନ୍ୟ ଗ୍ରାମର ୫ ଶହରୁ ଉଦ୍ଧର୍‌ବ ଚାଷୀ ହୋ-ହଲ୍ଲା କରିଥିଲେ। ସମବାୟ ସମିତି ସମ୍ପାଦିକା ଆର. ରୋଜାଲିନ ରେଡ୍ଡୀ, ନୋଡାଲ ଅଧିକାରୀ ତଥା ମହିଳା କୃଷି କର୍ମଚାରୀ ପୂର୍ଣ୍ଣଲତା ଅଧିକାରୀ ଉପସ୍ଥିତ ଚାଷୀଙ୍କ ସହ ଆଲୋଚନା କରିବା ପରେ ପୋଲିସ ଉପସ୍ଥିତିରେ ଚାଷୀଙ୍କୁ ସାର ବଣ୍ଟନ କରିଥିଲେ। ବିକ୍ରି ପାଇଁ ମହଜୁଦ ଥିବା ୪୫୦ ସାର ପ୍ୟାକେଟ ମଧ୍ୟରୁ କେବଳ ସମିତିରୁ କୃଷି ଋଣ ନେଇଥିବା ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟରେ ସାର ବିକ୍ରି କରାଯାଇଥିଲା। ଏନେଇ ସମବାୟ ସମ୍ପାଦିକାଙ୍କୁ ପଚାରିବାରୁ ସେ ଦାୟିତ୍ୱ ନେବା ପୂର୍ବରୁ ଚାଷୀଙ୍କୁ ୫ଟି ଟ୍ରକରେ ଆସିଥିବା ପ୍ରାୟ ୧୧୨୫ ବସ୍ତା ୟୁରିଆ ସାର ବିକ୍ରୀ କରାଯାଇଥିଲା। ସେ ଦାୟିତ୍ୱ ନେବା ପରେ ପ୍ରଥମ ପର୍ଯ୍ୟାୟରେ ଗତ ୩ ତାରିଖରେ ୨ ଟି ଟ୍ରକରେ ଆସିଥିବା ୪୫୦ ବସ୍ତା ସାର ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ,କୃଷି ବିଭାଗ ଅଧିକାରୀ ଏବଂ ପୋଲିସ ଉପସ୍ଥିତିରେ ବିକ୍ରୀ କରାଯାଇଥିଲା।ପଞ୍ଚାୟତର ଅନ୍ୟ ପ୍ରାଥମିକ ସେବା ସମବାୟ ସମିତିରେ ପଞ୍ଜୀକୃତ ହୋଇଥିବା ଚାଷୀମାନେ ସାର ପାଇଁ ଏଠାକୁ ଆସୁଥିବାରୁ କିଛି ସମସ୍ୟା ଉପୁଜିଛି। ଇଣ୍ଡେଣ୍ଟ ଅନୁଯାୟୀ, ଏଠାକାର ଚାଷୀଙ୍କୁ ସମୁଦାୟ ୧ ଲକ୍ଷ ୭୦ ଟନ ୟୁରିଆ ସାର ଯୋଗାଇ ଦିଆଗଲେ ସମସ୍ୟା ରହିବ ନାହିଁ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri