ଧର୍ମଶାଳା,୧୭।୯(ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନରେ ଥିବା ଜାରକା ବିଟ ହାଉସ ଅଧିକାରୀ ପଚାଶ ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରି ଲୋକଙ୍କ ମନ ଜିତିଛନ୍ତି। ବୁଧବାର ଦିନ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସକୁ ସ୍ମରଣୀୟ କରିବା ପାଇଁ ଜିଲା ର ବିଭିନ୍ନ ସ୍ଥାନରେ ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନ ଅଧୀନରେ ଏକ ଦିବସୀୟ ସମୂହ ଚାରା ରୋପଣ କାର୍ଯ୍ୟକ୍ରମ କରା ଯାଇଛି। ଏହି ପରିପେକ୍ଷୀରେ ଜିଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ଜାରକା ବିଟ ହାଉସ ଅଧିକାରୀ ବିଜୟ କୁମାର ବେହେରା ଏବଂ ସାଥୀ ପୋଲିସ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ମିଳିତ ଭାବେ ୫୦ରୁ ଊର୍ଦ୍ଧ୍ୱ ବୃକ୍ଷ ରୋପଣ କରି ଛନ୍ତି। ସେଥି ମଧ୍ୟରେ ଆମ୍ବ, କୃଷ୍ଣଚୂଡ଼ା, ଅର୍ଜୁନ ଭଳି ବିଭିନ୍ନ ପ୍ରକାର ଗଛ ଲଗାଇ ଥିବା ସୂଚନା ମିଳିଛି।


