ସରକାରୀ ଓଜନ କଣ୍ଟାରେ ଲାଗିଲା ନିଆଁ: ଜଳିଗଲା ଗୁରୁତ୍ୱପୂର୍ଣ୍ଣ ନଥିପତ୍ର

କେନ୍ଦୁଝର,୧୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼କାଳିମାଟିତଠାରେ ଥିବା ସରକାରୀ ଓଜନ କଣ୍ଟାରେ ବୁଧବାର ନିଆଁ ଲାଗିଯିବାରୁ ଏହା ଭିତରେ ଥିବା ବହୁ କାଗଜପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ରାସ୍ତା ଜାମ୍‌ ଯୋଗୁ ଦମକଳ ଗାଡ଼ି ପହଞ୍ଚିବାରେ ବିଳମ୍ବ ହୋଇଥିଲା। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡୁନଥିଲେ ହେଁ ଶର୍ଟ୍‌ସର୍କିଟ ଯୋଗୁ ଜଳି ଯାଇଥିବା କୁହାଯାଉଛି।

ପ୍ରକାଶ ଯେ, ଆଜି ମଧ୍ୟାହ୍ନରେ ଉକ୍ତ କଣ୍ଟେନରରେ ନିଆଁ ଲାଗିଯିବାରୁ ହଠାତ୍‌ ଧୂଆଁ ଉଠିବାର ଦୃଶ୍ୟ କଣ୍ଟା କର୍ମଚାରୀ ଦେଖିବାକୁ ପାଇଥିଲେ। ଫଳରେ ପାଖରେ ଥିବା ଆର୍ସେଲର ମିତ୍ତଲ କମ୍ପାନୀର କର୍ତ୍ତୃପକ୍ଷଙ୍କୁ ଫୋନ କରି ଦମକଳ ବାହିନୀଙ୍କୁ ପଠାଇବା ପାଇଁ ଅନୁରୋଧ କରିଥିଲେ। ସଙ୍ଗେ ସଙ୍ଗେ କମ୍ପାନୀ ଦମକଳ ବାହିନୀ ଗାଡ଼ି ଆସି ନିଆଁକୁ କରାୟତ କରିଥିଲା। ତେବେ ରାସ୍ତା ଜାମ ଯୋଗୁ ଗାଡ଼ି ସଠିକ୍‌ ସମୟରେ ପହଞ୍ଚି ପାରି ନ ଥିଲା। ଫଳରେ ଘଟଣାସ୍ଥଳରେ ନିଆଁ ଲିଭା ଗାଡ଼ି ପହଞ୍ଚିବା ବେଳକୁ ସମସ୍ତ କାଗଜପତ୍ର ଅଧାରୁ ଅଧିକାଂଶ ଜଳିଯାଇଥିଲା। ଏହି ସରକାରୀ ଓଜନକଣ୍ଟା ଠାରେ ବହୁ ବର୍ଷ ପୂର୍ବରୁ ଘଟିଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସେମାନେ ଖଣି ବିଭାଗକୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗ ହୋଇଥିବା କଣ୍ଟେନରରେ ଏମ୍‌ସିଭି ସୁଇଜ୍‌ ଲଗାଯାଇ ପାରିଲାନାହିଁ। ଫଳରେ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି।

ଏଠାରେ ଦୀର୍ଘ ବର୍ଷରୁଥିବା ଟିପି ଓ ଚାଲାଣ ସବୁ ଜଳିପୋଡ଼ି ପାଉଁଶ ହୋଇଗଲା । ଏଣୁ ଏ ନେଇ ଅବହେଳା କରିଥିବା ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ଗୁରୁତ୍ୱପୂର୍ଣ୍ଣ ଓଜନ ସମ୍ବନ୍ଧୀୟ ନଥିପତ୍ର ପୋଡ଼ି ଜଳି ନଷ୍ଟ ହେବା ନିହାତି କିଛି ଗୂଢ଼ ରହସ୍ୟ ରହିଛି। ବଡ଼ବଡ଼ ଖଣି କମ୍ପାନୀ, ଟ୍ରାନ୍ସପୋର୍ଟରମାନେ କେମିତି ଓଜନରେ ହେରଫେର କରି ଖଣିଜ ପଦାର୍ଥର ବ୍ୟାପକ ଲୁଟ କରୁଥିଲେ ସେମାନଙ୍କ ନିମନ୍ତେ ନିଶ୍ଚୟ ଆଶ୍ବସ୍ତି ଆଣି ଦେଇଥିବ ବୋଲି କହିଛନ୍ତି ସ୍ଥାନୀୟ ନେତା ଗୁରୁ ବକ୍ସସିଂହ ଆଲୁଓ୍ବାଲିଆ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଖାମଖିଆଲ ନୀତି: ଡ୍ରେନ୍‌ ସଫା କଲେ ଗ୍ରାମବାସୀ

ରିଷିଡ଼ା,୫ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମ ମୁଖ୍ୟ ରାସ୍ତାର ଗୋଟିଏ ପାର୍ଶ୍ୱ ଡ୍ରେନ୍‌ରୁ ରବିବାର ସକାଳେ ଗ୍ରାମବାସୀ ଅଳିଆ ସଫା କରିଥିବା…

ରବିଙ୍କ ପାଦ ରେଖା ଅତିକ୍ରମ କରି ନ ଥିଲା, ତେବେ କାହିଁକି ନୋ-ବଲ ଦିଆଗଲା, ICC ନିୟମ ବିଷୟରେ ଜାଣନ୍ତୁ ଯାହା ଭାରତକୁ ମହଙ୍ଗା ପଡ଼ିଲା…

ମାଞ୍ଚେଷ୍ଟର,୫ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ ମ୍ୟାଚ୍‌…

ମହାରାଷ୍ଟ୍ର ରାଜନୀତିରେ ହଲଚଲ! କଂଗ୍ରେସ MLCଙ୍କୁ କିଣାବାକୁ ୨୦ କୋଟିର ଡିଲ୍‌…

ମୁମ୍ବାଇ,୫ା୭: ମହାରାଷ୍ଟ୍ରର ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ)ର ନେତା ସଞ୍ଜୟ ରାଉତ ରବିବାର (୫ ଜୁଲାଇ) ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି । ସେ କହିଛନ୍ତି ଯେ…

ଘୋଡ଼ାହାଡ଼ ଡ୍ୟାମ୍‌ରୁ ଛଡ଼ାଗଲା ପାଣି, ଖୋଲିଲା ୨ ଗେଟ୍‌

ଦିଗପହଣ୍ଡି,୫ା୭(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରବିବାର ସକାଳୁ ଦିଗପହଣ୍ଡି ଅଞ୍ଚଳରେ ବର୍ଷା ହୋଇଛି। ବର୍ଷା ଯୋଗୁ ଜଳସମ୍ପଦ ବିଭାଗ…

ରାମ ମନ୍ଦିର ଦାନ ଅର୍ଥ ଚୋରି ମାମଲାରେ ମୁହଁ ଖୋଲିଲେ ମୋହନ ଭାଗବନ-କହିଦେଲେ ବଡ଼ କଥା…

ନୂଆଦିଲ୍ଲୀ,୫।୭: ଅଯୋଧ୍ୟା ରାମ ମନ୍ଦିରର ଦାନ ଅର୍ଥ ହେରଫେର (ଚୋରି) ମାମଲାରେ ଏବେ ରାଷ୍ଟ୍ରୀୟ ସୱୟଂସେବକ ସଂଘ (RSS) ପକ୍ଷରୁ ବଡ଼ ବୟାନ ସାମ୍ନାକୁ ଆସିଛି। ସଂଘର…

ଇରାନକୁ ବଡ଼ ଧମକ ଦେଲେ ଟ୍ରମ୍ପ, ‘ଚାହିଁଲେ ଏକାଥରେ ସବୁ ଶେଷ….’

ଓ୍ବାଶିଂଟନ,୫ା୭: ଇରାନରେ ବର୍ତ୍ତମାନ ଏକ ସପ୍ତାହ ଶୋକ ପାଳନ କରାଯାଉଛି। ସର୍ବୋଚ୍ଚ ନେତା ଅଲି ଖାମନେଇଙ୍କୁ ଜୁଲାଇ ୪ରୁ ଜୁଲାଇ ୯  ପର୍ଯ୍ୟନ୍ତ ଶେଷ ବିଦାୟ ଦିଆଯାଉଛି…

କୂଳ ଲଙ୍ଘୁଛି ସମୁଦ୍ର: ଉଭୟ ଉପକୂଳ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳକ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନେ ଭୟଭୀତ ଅବସ୍ଥାରେ ଦିନ…

କୋରାପୁଟରେ ପ୍ରବଳ ବର୍ଷା: ଭାଙ୍ଗିଲା ୭ ଘର, ବୋରିଗୁମ୍ମାରେ ରେକର୍ଡ…

କୋରାପୁଟ,୫ା୭(ଅମିତାଭ ବେହେରା): କୋରାପୁଟ ଜିଲାରେ ରବିବାର ପ୍ରବଳ ବର୍ଷା ହୋଇଛି। ଜିଲାର ୧୪ଟି ବ୍ଲକରେ ମୋଟ୍‌ ୧୩୭୧.୪ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଜୟପୁର କୋରାପୁଟ ଆଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri